ଟିଏମସିର ସୁପ୍ରିମୋ ମମତା ବାନାର୍ଜୀ ନନ୍ଦୀଗ୍ରାମରେ ବିଜୟୀ ହେଲେ, ଶୁଭେନ୍ଦୁଙ୍କ ପ୍ଲାନ ଫେଲ ମାରିଲା

ପରିଶେଷରେ ନନ୍ଦୀଗ୍ରାମରେ ବିଜୟୀ ହେଲେ ଟିଏମସିର ସୁପ୍ରିମୋ ମମତା ବାନାର୍ଜୀ। ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପିର ହେଭିଓ୍ବେଟ୍‌ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ର ୧୨୦୦ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି ମମତା ଦିଦି। ଗଣା ଆରମ୍ଭରୁ ଶୁଭେନ୍ଦୁଙ୍କ ଆଗରେ ଦେଖିବାକୁ ମିଳିଥିଲା। ଶୁଭେନ୍ଦୁ ପ୍ରଥମରୁ ଦିଦିଙ୍କୁ ପଛରେ ପକାଇଦେଇଥିଲେ। ଭୋଟ ଗଣତି ଶେଷହେବା ବେଳକୁ ମମତା ବାନାର୍ଜୀ ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ର ୧୨ଶହ ଭୋଟରେ ହରାଇଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ଗଡ କୁହାଯାଉଥିବା ନନ୍ଦୀଗ୍ରାମ ଆସନରେ ବର୍ତ୍ତମାନ ଦିଦିଙ୍କର ଅଧୀନକୁ ଚାଲିଆସିଛି। ଦୀର୍ଘ ଦିନ ଧରି ନିଜର ଅଞ୍ଚଳ ଜାହିର କରୁଥିବା ଶୁଭେନ୍ଦୁ ବର୍ତ୍ତମାନ ଶକ୍ତିହୀନ ହୋଇଯାଇଛନ୍ତି। ଅବଶ୍ୟ ଶେଷ ପର୍ଯ୍ଯନ୍ତ ସେ ଦିଦିଙ୍କ ସହ ଲଢେଇ ଜାରି ରଖିଥିଲେ କିନ୍ତୁ ଶେଷରେ ଫଳାଫଳ ଦିଦିଙ୍କ ସପକ୍ଷରେ ଆସିଛି।

Google

ମତଦାନ ପରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥଲେ। ଦିଦିଙ୍କୁ ଟାର୍ଗେଟ କରି, ପଶ୍ଚିମବଙ୍ଗରେ କେବଳ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶୁଭେନ୍ଦୁ। ବର୍ତ୍ତମାନ ତାଙ୍କର ସମସ୍ତ ପ୍ଲାନ ଫେଲ ହୋଇ ଯାଇଛି। ଭୋଟ ବ୍ୟବଧାନ କମ ଥିଲେ ମଧ୍ୟ ଶେଷରେ ମମତା ବାନାର୍ଜୀଙ୍କର ବିଜୟ ହୋଇଛି। ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ପ୍ରାୟ ୧୨ ଶହ ଭୋଟରେ ହାରିଛନ୍ତି।

ଟିଏମସିରେ ଚାପ ଦେଖାଇଥିବା ଶୁଭେନ୍ଦୁ ଅଧିକାରୀ ଦଳ ଛାଡି ବିଜେପିରେ ଯୋଗଦେଆଇଥିଲେ। ପରେ ଜଣେ ତୃଣମୂଳ କଂଗ୍ରେସ ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ନେତା ଦଳ ଛାଡି ବିଜେପିରେ ମଧ୍ୟ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗରେ ଶୁଭେନ୍ଦୁଙ୍କ ଚାପ ଦେଖି ଅନେକ ନେତା ବିଜେପିରୁ ଟିକେଟ ହାସଲ କରି ନିର୍ବାଚନ ପାଇଁ ମଧ୍ୟ ଲଢିଥିଲେ। ଏହା ସହିତ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମରେ ଟକ୍କର ଦେବାକୁ ଦିଦିଙ୍କୁ ଆହ୍ବାନ ଦେଇଥିଲେ। ମମତା ବାନାର୍ଜୀ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ। ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ମଧ୍ୟ ହୋଇଥିଲା। ଗୋଟିଏ ପଟେ ଶୁଭେନ୍ଦୁଙ୍କର ଗଡ ଏବଂ ଅନ୍ୟପଟେ ଦିଦିଙ୍କର ଲୋକପ୍ରିୟତା। ପରିଶେଷରେ କେବଳ ମମତାଙ୍କର ଲୋକପ୍ରିୟତା ହିଁ ବିଜୟ ହୋଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *