ସାରା ଓଡ଼ିଶାରେ ମେ ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ : ଜାଣନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ !

କରୋନା ପାଇଁ ରାଜ୍ୟ ସରକାରଙ୍କର ଏକ ବଡ ପଦକ୍ଷେପ। ଲକଡାଉନ ଲାଗିଲା ସାରା ରାଜ୍ୟରେ। ସବୁକିଛି ବନ୍ଦ। ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ଯନ୍ତ ୧୪ ଦିନିଆ ଲକଡାଉନ ଲାଗୁ କରାଯାଇଛି। ଆସନ୍ତୁ ନଜର ପକାଇବା ଲକଡାଉନ ସମୟରେ କଣ କଣ ଖୋଲା ରହିବ ଓ କଣ ସବୁ ବନ୍ଦ ରହିବ।

ଏହି ସମୟରେ ରାସନ, ପରିବା ଓ କ୍ଷୀର ଦୋକାନ ଆଦି ଖୋଲା ରହିବ। ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ ଆଦି ଖୋଲା ରହିବ। ସେହିପରି ପୋର୍ଟ, ଏୟାରପୋର୍ଟ ଆଦି ଅଳ୍ପ କର୍ମଚାରୀଙ୍କୁ କାମ ଚାଲିବ। ଗଣମାଧ୍ୟମ ଅଫିସ, ଜଳ ଯୋଗାଣ, ଏଟିଏମ, ଅ-ଗ୍ନିଶ-ମ ଅଫିସ, ବିଜୁଳି ଯୋଗାଣ ସେବା ଆଦି ଖୋଲାରହିବ। ମେଡିସିନ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ, ହସ୍ପିଟାଲ ଆଦି ସବୁ ଖୋଲା ରହିବ ।

Google

ତେବେ ମାଛ, ମାଂ-ସ ଅଣ୍ଡା, ଦୋକାନ ମଧ୍ୟ ଖୋଲା ରହିବ। ହୋମ ଡେଲିଭରୀ ପାଇଁ ଅନୁମତି ମିଳିବ। ସେହିପରି ଅନ୍ୟ ସମସ୍ତ ଅଫିସ, ଦୋକାନ ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ଆଦି ସବୁ ବନ୍ଦ ରହିବ।

ସମସ୍ତ ପାନ ଦୋକାନ, ହଲ, ସପିଂ ମଲ ଆଦି ସବୁ ବନ୍ଦ ରହିବ। କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ ଆଦିସବୁ ମଧ୍ୟ ବନ୍ଦ ରହିବ। ଜିଲ୍ଲା ଜିଲ୍ଲା ମଧ୍ୟରେ ବସ ଚଳାଚଳକୁ ମଧ୍ୟ ବନ୍ଦ ରଖାଯିବ। ଅଟୋ ରିକ୍ସା, ସେଲୁନ, ସ୍ପା, ବିୟୁଟି ପାର୍ଲର, ମନ୍ଦିର ଆଦି ସବୁ ଏହି ଲକଡାଉନ ସମୟରେ ବନ୍ଦ ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *