ଯଦି ଆପଣ କରୋନା ଟିକା ନେଉଛନ୍ତି, ତା ହେଲେ ଏହି ଟୀକା ଆପଣଙ୍କ ଶରୀରରେ ଠିକ୍ ଭାବରେ କାମ କରୁଛି ନା ନାହିଁ, ଜାଣନ୍ତୁ ଏହି ଲକ୍ଷଣରୁ

କରୋନା ଭାଇରସ ପୂରା ବିଶ୍ୱର ମେରୁଦଣ୍ଡକୁ ଭାଙ୍ଗି ଦେଇଛି|ଏଥିରୁ ବଞ୍ଚିବା ପାଇଁ ଏବେ ସମସ୍ତ ଦେଶ ଟିକା ଲଗାଇବା ଆରମ୍ଭ କରିଦେଇଛନ୍ତି|ଭାରତରେ ୪୫ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକା ଲାଗିସାରିଛି|୧ମଇରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାକରଣ କରାଯିବ|ଏମିତିରେ କିଛି ଲୋକଙ୍କ ମନରେ ପ୍ରଶ୍ନ ମଧ୍ୟ ଉଠୁଛି ଯେ ଟିକା ଲଗାଇବା ପରେ କେମିତି ଜଣାପଡିବ ଯେ ଏହା ଶରୀର ଉପରେ ଫଳପ୍ରଦ ହେଉଛି ନା ନାହିଁ?ଆଜି ଏହାର ରହସ୍ୟ ଖୋଲିବା

ଆମେରିକାର ଚିଫ୍ ମେଡିକାଲ ଆଡଭାଇଜର ଡାକ୍ତର ଏନ୍ଥୋନି ଫାଉଚିଙ୍କ ଅନୁସାରେ ଟିକାର ଦ୍ୱିତୀୟ ଡୋଜ୍ ନେବାପରେ ଯଦି ହାଲ୍କା ପିଡା ବା ଥଣ୍ଡା ଅନୁଭୂତ ହୁଏ ତେଵେ ଏହା କାମ କରୁଛି|ଆପଣଙ୍କ ଇମ୍ୟୁନ ସିଷ୍ଟମ୍ ଭାୟରସ ସହ ଲଢିବା ଶିଖୁଛି|

 

ଏହି ଟିକାରେ ଆପଣଙ୍କ ଇମ୍ୟୁନ ସିଷ୍ଟମ କୋଭିଡ୍ ୧୯ ସ୍ପାଇକ ପ୍ରୋଟିନ ନାମରେ ଏକ ଭାଇରାଲ ପ୍ରୋଟିନ ଚିହ୍ନଟ ହୋଇଥାଏ ଓ ଶରୀରରେ ଏହା ବିରୁଦ୍ଧରେ ଏଣ୍ଟିବଡି ବନାଇବାକୁ ସାହାଯ୍ୟ କରିଥାଏ|ଏଣ୍ଟିବଡି ଖରାପ ହେବାକ୍ଷଣି ପ୍ରୋଟିନ ଭାଇରସକୁ ଶୀଘ୍ର ବଢ଼ିବାକୁ ଦିଏ ନାହିଁ|ଏହାସହ ବିମାରୀ ବ୍ୟାପିବାରୁ ରୋକିଥାଏ|

ଯେତେବେଳେ ଏହି ପ୍ରକ୍ରିୟା ହୋଇଥାଏ ତେବେ ଶରୀରରେ କିଛି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ|ଏଥିରେ ଟିକା ଲଗାଇଥିବା କାନ୍ଧରେ ପିଡା,ଥକ୍କାନ,ଜ୍ୱର, ମୁଣ୍ଡବିନ୍ଧା,ବାନ୍ତି ଆଦି ଲକ୍ଷଣ ଦେଖାଯାଏ|ଯଦି ଆପଣଙ୍କୁ ଏହି ଲକ୍ଷଣ ଦେଖାଯାଏ ନଡରକି ଖୁସି ହୁଅନ୍ତୁ|ଏହାର ଅର୍ଥ ଟିକା ଠିକ୍ ଭାବରେ କାମ କରୁଅଛି|

ଟିକା ଲଗାଇବା ପରେ ଅଧିକ ମାତ୍ରାରେ ତରଳ ପଦାର୍ଥ ସେବନ କରନ୍ତୁ|ଯଦି ଟିକା ଲଗାଇବା ସ୍ଥାନରେ ଫୁଲି ଯାଇଛି ତେବେ ବରଫ ଘଷନ୍ତୁ|କହିରଖେ ଯେ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ କରୋନାର ୬୧୭ ଭାରିଏଣ୍ଟ ବିରୁଦ୍ଧରେ ଲଢିପାରେ|ଏହା ଦୁନିଆର ଭଲ ଟିକା ମଧ୍ୟରେ ଅନ୍ୟତମ|ଏହି କଥାର ଖୁସି ଆମେରିକାର ଚିଫ୍ ମେଡିକାଲ ଆଡଭାଇଜର ଡ଼ା ଆନ୍ଥୋନି କାଉଚି ସ୍ୱୀକାର କରିଛନ୍ତି|

ଟିକା ଲଗାଇବା ପରେ ପାର୍ଶ୍ଵ ପ୍ରତିକ୍ରିୟା ଦିନେ ବା ଦୁଇଦିନ ପର୍ଯ୍ୟନ୍ତ ରହିଥାଏ|ଯଦି ଏହାଠାରୁ ଅଧିକ ଦିନ ଜ୍ୱର ବା ଅନ୍ୟ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ|ଟିକା ଲଗାଇବା ପରେ ଆବଶ୍ୟକ ଅନୁଯାୟୀ ବିଶ୍ରାମ କରନ୍ତୁ|

ଯଦି ଆପଣଙ୍କୁ ଏପର୍ଯ୍ୟନ୍ତ ଟିକା ଲାଗି ନାହିଁ ଓ ଲଗାଇବାକୁ ଯାଉଛନ୍ତି ତେବେ ଏହି ଵିଶେଷ କଥା ଧ୍ୟାନ ଦିଅନ୍ତୁ|ଯେମିତି ଟିକା ଲଗାଇବା ପୂର୍ବରୁ ନିଦ ସମ୍ପୁର୍ଣ୍ଣ କରନ୍ତୁ,ଅଧିକ ପରିମାଣରେ ପାଣି ପିଅନ୍ତୁ,ମୈସୁମୀ ଫଳ ସେବନ କରନ୍ତୁ,ପୂରାପେଟ ଖାଦ୍ୟ ଖାଆନ୍ତୁ ଇତ୍ୟାଦି|ଏହା ଫଳରେ ଟିକା ପରେ ଆପଣଙ୍କୁ କମଜୋରୀ ହେବନାହିଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *