ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ସେତେବେଳେ ମୋବାଇଲକୁ ଆସିଲା ବରଙ୍କର ମେସେଜ, ତା ପରେ ବିବାହ ଭାଙ୍ଗିଗଲା,ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ବ୍ୟୁଟି ପାର୍ଲରରେ ଜୟମାଳା ପୂର୍ବରୁ ପ୍ରସ୍ତୁତ ହେଉଥିଲର କନ୍ୟା, ମୋବାଇଲରେ ଏକ ମେସେଜ ଆସିଲା ଯାହାକି ସମସ୍ତଙ୍କର ହୋସ ଉଡାଇଦେଲା। ଏହି ମେସେଜ ବରଙ୍କର ଥିଲା, ଯେଉଁଥିରେ ଲେଖା ହୋଇଥିଲା ବିବାହ ବାତିଲ ହୋଇଗଲା। ବର୍ତ୍ତମାନ ବରଯାତ୍ରୀ ନେଇ ଯାଉନାହିଁ।

ଉତ୍ତରପ୍ରଦେଶର କାନପୁରରେ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ବିବାହର ଗୋଟିଏ ମୂହୁର୍ତ୍ତ ପୂର୍ବରୁ ବର ବରଯାତ୍ରୀ ନେଇ ଯିବେନାହିଁ ବୋଲି କହିଦେଲେ। ବର କନ୍ୟାଙ୍କ ମୋବାଇଲକୁ ଏକ ମେସେଜ ପଠାଇଲେ। ଯେଉଁଥିରେ ଲେଖା ହୋଇଥିଲା ବିବାହ ବାତିଲ। ବର୍ତ୍ତମାନ ସେ ବରଯାତ୍ରୀ ନେଇ ଯିବେନାହିଁ। ଏହି ମେସେଜ ପଢି କନ୍ୟାଙ୍କର ହୋସ ଉଡିଗଲା। ଝିଅଙ୍କ ଘରଲୋକ ଏହି ବିଷୟରେ ପୋ-ଲି-ସ-ଙ୍କୁ ସୂଚନା ଦେଲେ। ବର୍ତ୍ତମାନ ଏହି ମାମଲାରେ ପୋ-ଲି-ସ ବର ଓ ତାଙ୍କର ପରିଜନଙ୍କ ବି-ରୁ-ଦ୍ଧ-ରେ ଏକ ଏଫ-ଆ-ଇ-ଆ-ର ରୁଜ୍ଜୁ କରି ଯାଞ୍ଚ ଆରମ୍ଭ କରିଛି।

କାନପୁରର ପନକୀ ଥାନାକ୍ଷେତ୍ରର କଙ୍ଗାଙ୍ଗଜ କଲୋନୀରେ ରହୁଥିବା ପୁଷ୍ପଲତାଙ୍କ ବିବାହ ମହାରାଜପୁର ଥାନା ଅଧିନସ୍ଥ କରୋଲି ନିବାସୀ କ୍ରାନ୍ତି ସିଂଙ୍କ ସହିତ ହେବାକୁ ଯାଉଥିଲା। ଏପ୍ରିଲ ୨୮ ତାରିଖରେ ବରଯାତ୍ରୀ ଆସିଥାନ୍ତେ। ଝିଅର ଘରେ ବରଙ୍କୁ ସ୍ଵାଗତ କରିବା ପାଇଁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା। କନ୍ୟା ହେବାକୁ ଯାଉଥିବା ପୁଷ୍ପଲତା ନିଜର ସାଙ୍ଗଙ୍କ ବ୍ୟୁଟିପାର୍ଲରରେ ସଜ ହେବାକୁ ଯାଇଥିଲେ।

ଯେତେବେଳେ ପୁଷ୍ପଲତା ବ୍ୟୁଟିପାର୍ଲରେ ପ୍ରସ୍ତୁତ ହେଉଥିଲେ, ସେତେବେଳେ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଲା। ସେହି ମେସେଜ ବରଙ୍କର ଥିଲା, ଯେଉଁଥିରେ ଲେଖା ହୋଇଥିଲାକି ବର୍ତ୍ତମାନ ସେ ବରଯାତ୍ରୀ ନେଇ ଯାଉନାହାନ୍ତି। ବିବାହ ବାତିଲ। ଏହି ମେସେଜ ପଢି କନ୍ୟାଙ୍କର ହୋସ ଉଡିଗଲା। ସେ ପରିବାରର ଲୋକଙ୍କୁ ଏହି ବିଷୟରେ ସୂଚନା ଦେଲେ, ଯାହାପରେ ମାମଲା ପୋ-ଲି-ସ ନିକଟରେ ପହଞ୍ଚିଲା। ମୌକାରେ ପୋ-ଲି-ସ ପହଞ୍ଚିବା ପରେ ଝିଅ କହିଲେକି ପୁଅଘର ଲୋକଙ୍କୁ ଯୌତୁକ ନଦେବାରୁ ବିବାହ ବାତିଲ କରିଦେଲେ।

ପୁଷ୍ପଲତା ପରିଷ୍କାର ଭାବରେ କହିଲେକି ବର୍ତ୍ତମାନ ସେ ସେହି ପୁଅକୁ ବିବାହ କରିବେ ନାହିଁ, କିନ୍ତୁ ପୁଅ ଘର ଲୋକଙ୍କୁ ଯେମିତି ହେଲେ ଦ-ଣ୍ଡ ଦେଇ ରହିବେ। ସେ କହିଲେକି ଏହିପରି ବିବାହ ବାତିଲ କରିବା ଦ୍ଵାରା ତାଙ୍କର ଅପମାନ ହୋଇଛି। ବିବାହରେ ୩୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି, ୧୨ ଲକ୍ଷ ଟଙ୍କାର ଗାଡି କିଣାଯାଇଥିଲା, କିନ୍ତୁ ଯୌତୁକ ଲୋଭୀ ପୁଅ ଏଥିରେ ଖୁସି ନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *