ଭାରତରେ ଆସି ପହଞ୍ଚିଲା ଋଷର କରୋନା ଟୀକା ସ୍ପୁଟନିକ୍-ଭି, ତୃତୀୟ ପର୍ଯ୍ୟାୟର ଟୀକାକରଣ ପାଇଁ ହେବ ବହୁ ମାତ୍ରାରେ ସହାୟକ

ଭାରତରେ କରୋନା ଟୀକାର ଅଭାବ ଦେଖାଯାଉଥିବା ମଧ୍ୟରେ ରୂଷର ସ୍ପୁଟନିକ-ଭି ଭ୍ୟାକ୍ସିନ ଭାରତରେ ପହଞ୍ଚି ଯାଇଛି। ହାଇଦ୍ରାବାଦ ବିମାନ ବନ୍ଦରରେ ଶନିବାର ଦିନ ସ୍ପୁଟନିକ୍-ଭି ଟୀକା ପହଞ୍ଚିଛି। ହାଇଦ୍ରାବାଦରୁ ଦେଶର ବିଭିନ୍ନ ସ୍ଥାନକୁ ଏହି ଟୀକା ଯିବ। ତୃତୀୟ ପର୍ଯ୍ୟାୟର ଟୀକାକରଣରେ ଏହି ଟୀକାକୁ ବ୍ୟବହାର କରାଯିବ।

ଭାରତରେ ୧୮ ରୁ ୪୪ ବର୍ଷର ଲୋକଙ୍କ ପାଇଁ ଟୀକାକରଣର ପ୍ରକ୍ରିୟା ଆଜିଠୁ ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଲୋକ ଟୀକା ନେବା ପାଇଁ ନିଜ ନିଜର ନାମ ପଞ୍ଜିକରଣ କରିଛନ୍ତି। ଏହି କ୍ରମରେ ଋଷରୁ ପ୍ରଥମ ବ୍ୟାଚରେ ଆସିଥିବା ସ୍ପୁଟନିକ-ଭି ଟୀକା ପହଞ୍ଚିଛି। ଏହା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ବହୁ ମାତ୍ରାରେ ସହାୟକ ହେବ। ସୂଚନା ଅନୁସାରେ, ଦେଶରେ ଆବଶ୍ୟକ ମୁତାବକ ଟୀକା ପହଞ୍ଚି ପାରି ନଥିବାରୁ ଦେଶର ଅନେକ ରାଜ୍ୟରେ ମେ ୧ ତାରିଖରୁ ତୃତୀୟ ପର୍ଯ୍ୟାୟର ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *