ଅଶ୍ଵିନୀଙ୍କ ପରିବାର ଲୋକ କରୋନା ସହ ଲଢୁଛନ୍ତି : ତାଙ୍କ ପତ୍ନୀ କହିଲେ – ଏହି ମହାମାରୀ ଲୋକଙ୍କୁ ଏକା କରିଦେଉଛି

କରୋନା ସହ ଲଢୁଛନ୍ତି ଭାରତୀୟ ଦଳର ସ୍ପିନର ଆର. ଅଶ୍ୱିନୀ। ପରିବାରର ୧୦ଜଣ ସଦସ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି। ସେଥିପାଇଁ ଅଶ୍ଵିନୀ ଆଇପିଏଲ ଛାଡି ପରିବାରର ଲୋକଙ୍କୁ ସାହାରା ଦେବାକୁ ଆସିଛନ୍ତି। ଅଶ୍ୱିନୀ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ। ପରିବାର ଲୋକଙ୍କୁ କରୋନା ହୋଇଥିବାର ଖବର ଶୁଣିବା ମାତ୍ରେ ସେ ଅଧାରୁ ଖେଳ ଛାଡି ଚାଲି ଆସିଛନ୍ତି। ଅଶ୍ୱିନୀଙ୍କର ପତ୍ନୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ କରୋନାର ଶିକାର ହୋଇଛନ୍ତି। ତାଙ୍କର ପତ୍ନୀ ପ୍ରିୟା ଟ୍ୱିଟରେ ନିଜର ମନ କଥାକୁ ସେୟାର କରିଛନ୍ତି। ସେ କହିଛନ୍ତିଯେ ପରିବାର ଲୋକଙ୍କୁ କରୋନା ଏକୁଟିଆ କରିଦେଉଛି।

Google

ଯଦି ଜଣେ ମାନସିକ ରୂପେ ଦୃଢ ରହିବ ନାହିଁ ତେବେ ଭଲ ହେବା ବହୁତ କଷ୍ଟକର ହୋଇଯିବ। ଗତ ସପ୍ତାହରେ ତାଙ୍କର ପରିବାରରେ ୩ ଜଣ ସଦସ୍ୟ କରୋନାରେ ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରିୟା କହିଛନ୍ତିକି ଜଣେ ଶାରିରୀକ ରୂପରେ ଠିକ ହେବାକୁ ହେଲେ ପ୍ରଥମେ ମାନସିକ ଭାବରେ ଠିକ ହେବା ଦରକାର। ତେବେ ଦୁଃଖର ବିଷୟକି ସମସ୍ତେ ଏହିପରି ପରିସ୍ଥିତିରେ ସାହାଯ୍ୟ କରିବାକୁ ଚାହାନ୍ତି କିନ୍ତୁ କେହି ଆସିପାରନ୍ତି ନାହିଁ। ଏହି ମହାମାରୀ ବର୍ତ୍ତମାନ ସମସ୍ତଙ୍କୁ ଅଲଗା କରିଦେଉଛି। ଏକୁଟିଆ ରହିବା ଛଡା ଅନ୍ୟ କୌଣସି ଉପାୟ ନାହିଁ। ଏଥିପାଇଁ ସମସ୍ତେ ଟୀକା ନେଇ ନିଅନ୍ତୁ। ଓ ନିଜ ଘରେ ସୁରକ୍ଷିତ ରୁହନ୍ତୁ। ଗତ ସପ୍ତାହରେ ରବିଚନ୍ଦ୍ରନ ଅଶ୍ଵିନୀ ପରିବାର ଲୋକଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଇପିଏଲ ଛାଡି ଚାଲି ଆସିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *