ପଞ୍ଜାବ ବନାମ ବାଙ୍ଗାଲୋର : କୋହଲିକୁ ଚକମା ଦେଲେ ରାହୁଲ,୩୪ ରନରେ ହାରିଲା ବାଙ୍ଗାଲୋର

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୁକ୍ରବାର ଦିନ ଆଇପିଏଲର ୨୬ତମ ମୁକାବିଲାରେ ବିରାଟ କୋହଲୀଙ୍କ ନେତୃତ୍ଵାଧୀନ ଦଳ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ହାରିଗଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ଦଳ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋରକୁ ୧୮୦ ରନର ଲକ୍ଷ୍ୟ ଦେଇଥିଲା।

ଏହି ଲକ୍ଷ୍ୟର ପିଛା କରି ଓପନର କୋହଲୀ ୩୫, ଦେବଦତ୍ତ ପାଡିକଲ ୭, ରଜତ ପାଟିଦାର ୩୧, ଗ୍ଲେନ ମ୍ୟାକ୍ସୱେଲ ୦, ଏବି ଡିଭିଲିୟର୍ସ ୩, ଶାହବାଜ ଅହମ୍ମଦ ୮, ଡେନିୟଲ ସେମ୍ସ ୩ ରନ କରିଲେ। ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ୨୦ ଓଭରରେ ୮ୱିକେଟ ହରାଇ ୧୪୫ ରନ କରିଥିଲେ। ହର୍ଷଲ ପଟେଲ ୧୩ଟି ବଲରେ ୨ଟି ଛକା ପିଟି ୩୧ରନର ଯୋଗଦାନ ଦେଇଥିଲେ। କେଲ ଜେମିସନ ୧୬ରନ କରିଥିଲେ।

ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋରର ଏହା ଦ୍ଵିତୀୟ ବଡ ପରାଜୟ ଅଟେ। ଯେଉଁଥିରେ ଦିଗ୍ଗଜ ବ୍ୟାଟ୍ସମ୍ୟାନ ବିଫଳ ହୋଇଗଲେ। ଏହା ପୂର୍ବରୁ ଚେନ୍ନାଇ ବିରୁଦ୍ଧରେ ଏହି ସମସ୍ତ ଧୁରନ୍ଦର ଆଉଟ ହୋଇ ପେଭିଲିୟନ ଫେରିଯାଇଥିଲେ।

ପଞ୍ଜାବ କିଙ୍ଗସର ବୋଲିଂ ବିଷୟରେ କହିଲେକି ହରପ୍ରୀତ ବ୍ରାର ସାନଦାର ବୋଲିଂ କରି ୪ ଓଭରରେ ୧୯ରନ ଦେଇ ୩ଟି ୱିକେଟ ନେଇଥିଲେ। ସେ ଏକ ଓଭର ମେଡେନ ପକାଇଥିଲେ। ରବି ବିଶ୍ନୋଇ ୪ ଓଭରରେ ୨ଟି ୱିକେଟ ନେଇଥିଲେ। ରିଲେ ମେଡେରିଥ, ମହମ୍ମଦ ସାମି ଓ କ୍ରିସ ଜୋର୍ଡାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *