କରୋନା ଉଡାଇଲା କର୍ଣ୍ଣାଟକର ହୋସ, ମୃ-ତ୍ୟୁ-ବ-ରଣ କରିଥିବା ୩୦ ପ୍ରତିଶତ ଲୋକଙ୍କୁ ହୋଇ ନଥିଲା କୌଣସି ରୋଗ

କରୋନା ଭାଇରସର ଦ୍ଵିତୀୟ ଲହରୀ ବେଙ୍ଗାଲୁରୁକୁ ଚକିତ କରି ରଖିଦେଇଛି । ଭାଇରସ ସଂକ୍ରମଣରେ ଯେଉଁ ଲୋକମାନଙ୍କର ମୃ-ତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ 30 ପ୍ରତିଶତ ଲୋକଙ୍କ ଠାରେ କୌଣସି ଗମ୍ଭୀର ରୋଗ ନଥିଲା । ଅନ୍ୟ ଭାଷାରେ କହିଲେ, କରୋନାରେ ହେଲଦି ଲାଇଫ ଷ୍ଟାଇଲ ଅତିବାହିତ କରୁଥିବା ଲୋକମାନେ ଅଧିକ ଏଥିରେ ଶି-କା-ର ହେଉଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ସଂକଳିତ କରାଯାଇଥିବା କରୋନାରେ ମୃ-ତ୍ୟୁ ସଂଖ୍ୟକୁ ଦେଖିଲେ ଜଣାପଡ଼ୁଛି କି, 50 କରୋନା ସଂକ୍ରମିତ ପ୍ରତିଦିନ ଶି-କା-ର ହେଉଛନ୍ତି ଯେବେକି ଏମାନଙ୍କ ଠାରେ ଅନ୍ୟକିଛି ଗୁରୁତର ବିମାରୀ ରହିନଥିଲା ।

ଗୁରୁବାର ଦିନ କରୋନା ମହାମାରୀ କାରଣରୁ 270 ଲୋକଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ 92 ଜଣ ଲୋକଙ୍କର କୌଣସି ଗମ୍ଭୀର ରୋଗ ନଥିବାବେଳେ 38 ଜଣ ଲୋକଙ୍କ ବୟସ 50 ବର୍ଷରୁ କମ ଥିଲା । ଟାଇମସ ଅଫ ଇଣ୍ଡିଆ ରିପୋର୍ଟସ ମୁତାବିକ, କିଛି ଲୋକ ଏମିତି ଅଛନ୍ତୁ ଯାହାର ଅବସ୍ଥା ଖରାପ ହେବାର କିଛି ସମୟ ପରେ ତାଙ୍କର ମୃ-ତ୍ୟୁ ହୋଇଯାଇଛି ।

ମହାମାରୀ ବିଶେଷଜ୍ଞ ଡ଼କ୍ଟର ଗିରିଧର ଆର ବାବୁଙ୍କ ମୁତାବିକ, ଦେଶର ଜନସଂଖ୍ୟା ଉପରେ ଅଚିହ୍ନିତ ରୋଗ ବହୁତ ରହିଛି । ଆମେ କିଛି ସମୟ ପୂର୍ବରୁ ଏହାର ଅଧ୍ୟୟନ କରିଥିଲୁ ଓ ପାଇଥିଲୁ କି,ବେଙ୍ଗାଲୁରୁର ଆଇଟି ପ୍ରଫେସନାଲ ଙ୍କ ହାଇ ବ୍ଲଡ଼ ପ୍ରେସର, ଓ ହାଇପର ଟେନସନର ସମସ୍ୟା ବହୁତ ଅଧିକ ରହିଛି, ଏହା ବିଷୟରେ ସେ ନିଜେ ମଧ୍ୟ ଅଜ୍ଞାନ ଅଟନ୍ତି । ଏହାବ୍ୟତୀତ ଯେଉଁ ଲୋକଙ୍କର ଇମ୍ୟୁନିଟି ମଜବୁତ ନଥାଏ ସେମାନଙ୍କୁ ଭାଇରସ ବହୁତ ଜଲଦି ଆ-କ୍ର-ମ-ଣ କରିଥାଏ ।

ବୟରଲୋଜିଷ୍ଟ ଡ଼କ୍ଟର ବି. ରବିଙ୍କ କହିବାନୁସାରେ, ବର୍ତ୍ତମାନ ଭାଇରସର ଲକ୍ଷଣ ବଦଳିଯାଇଛି । ଲୋକମାନଙ୍କୁ କୌଣସି ବିଳମ୍ବ ନକରି ଡ଼କ୍ଟରଙ୍କ ଉପଦେଶ ମାନିବା ଉଚିତ । ଜ୍ୱର, କାଶ, ଶରୀର ଯନ୍ତ୍ରଣା ଓ ପେଟ ଯନ୍ତ୍ରଣା ଭଳି ଲକ୍ଷଣମାନ ଦେଖାଦେଇଥାଏ ।

କୋଭିଡ଼ ଉପଦେଶକାରୀ କମିଟିର ଚେୟାରମ୍ୟାନ ଡ଼କ୍ଟର ଏମକେ ସୁଦର୍ଶନ କହିବାକଥା ହେଲା, ଯୁବା ବର୍ତ୍ତମାନ କୋଭିଡ଼ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି । ଯୁବା ବ୍ୟକ୍ତିମାନେ ନିଜର ଫିଟନେସକୁ ନେଇ ବହୁତ ଓଭର କଂଫିଡେନ୍ସ ରହୁଛନ୍ତି । ଏହି ଭାଇରସ ଯୁବା ଲୋକଙ୍କୁ ଶି-କା-ର କରିବାପାଇଁ ଜଣାଯାଏ । କିନ୍ତୁ ଅଧିକତର ମାମଲାରେ ଏହାର ପ୍ରଭାବ ବିଳମ୍ବରେ ଦେଖାଦେଇଥାଏ ।

ବିଶେଷଜ୍ଞ ମାନେ କହୁଛନ୍ତି, ଯୁବା ଲୋକଙ୍କୁ ସେତିକି ସାବଧାନତାର ସହିତ ରହିବାକୁ ହେବ ଯେତିକି ବୃଦ୍ଧ ଲୋକଙ୍କୁ ରହିବାକୁ ହେଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *