ପିଲାବେଳରୁ ମାଆର ମମତା ମିଳିନଥିଲା, ବାପା ଉଭୟ କର୍ତ୍ତବ୍ୟ ପାଳନ କରି ପୁଅକୁ କରିଥିଲେ କ୍ରିକେଟର । ଆଜି ପୁଅ କରୁଛି କମାଲ,ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

ଆଇପିଏଲ ସିଜିନ 14 ରେ ଗୁରୁବାର ଦିନ ଦିଲ୍ଲୀ କ୍ୟାପିଟାଲସ ବନାମ କୋଲକାତା ନାଇଟ ରାଇଡ଼ର୍ସ ମ୍ୟାଚରେ ଦ ପୃଥ୍ୱୀ ଶୋ ଦେଖିବାକୁ ମିଳିଥିଲା । ଦିଲ୍ଲୀର ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓ ପୃଥ୍ୱୀ ଶଙ୍କ ଚମତ୍କାର ପାଳି ଦ୍ୱାରା ଦିଲ୍ଲୀ, କୋଲକାତାକୁ 7 ଉଇକେଟରେ ପରାସ୍ତ କରିଥିଲା । ଦ୍ଵିତୀୟ ପାଳିର ପ୍ରଥମ ଓଭର ପୃଥ୍ୱୀ ଶ ପ୍ରମାଣିତ କରିଥିଲେ ଯେ, କଣପାଇଁ ତାଙ୍କ ତୁଳନା ସଚିନ ତେନ୍ଦୁଲକର ଓ ବ୍ରାୟନ ଲାରାଙ୍କ ସହିତ କରାଯାଇଥାଏ । କଣ ଆପଣ ଜାଣନ୍ତି କି, ସେ ଏଠାକୁ ପହଁଚିବା ପର୍ଯ୍ୟନ୍ତ ତାଙ୍କର ପିତା, ମାଆ ଓ ବାପା ଉଭୟଙ୍କ କର୍ତ୍ତବ୍ୟ ନିଭାଇ ତାଙ୍କୁ କ୍ରିକେଟର କରିଥିଲେ । ଆସନ୍ତୁ ଜାଣିବା ତାଙ୍କ କାହାଣୀ ।

6 ବଲରେ 6 ଚୌକା :-

ଗୁରୁବାର ଦିନ କେକେଆର ବିପକ୍ଷରେ ଦିଲ୍ଲୀ ପୃଥ୍ୱୀ ଶ 41 ବଲରେ 82 ରନର ଏକ ଚମତ୍କାର ପାଳି ଖେଳିଥିଲେ । ତାଙ୍କ ପାଳିର ଆରମ୍ଭ 6 ଚୌକା ସହିତ ଆରମ୍ଭ ହୋଇଥିଲା। ସେ ପ୍ରଥମ ଓଭରରେ ହିଁ କୋଲକାତା ବୋଲର ଶିଭମ ମାଭିଙ୍କୁ 6 ବଲରେ 6 ଚୌକା ସହିତ ପାଳି ଆରମ୍ଭ କରିଥିଲେ । ନିଜ ପାଳିରେ ସେ 12 ଚୌକା ଓ 3 ଛକା ମଧ୍ୟ ମାରିଥିଲେ । ତାଙ୍କର ଏହି ପାଳି ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ଦିଆଯାଇଥିଲା ।

4 ବର୍ଷ ବୟସରୁ ମାଆ ର ମମତା ପାଇନଥିଲେ :-

ପୃଥ୍ୱୀ ଶଙ୍କ ଜୀବନ ବହୁତ ସଙ୍ଘର୍ଷମୟ ଥିଲା ଯେତେବେଳେ ସେ ମାତ୍ର 4 ବର୍ଷ ବୟସର ହୋଇଥିଲେ ସେତେବେଳେ ତାଙ୍କର ମାଆ ମରିଯାଇଥିଲେ । ଏହାପରେ ପିତା ପଙ୍କଜ ତାଙ୍କୁ ମାଆ ଓ ବାପାର ସ୍ନେହ ଦେଇଥିଲେ ।

ପିତା କେବେ ମାଆ ଙ୍କ ଅଭାବ ହେବାକୁ ଦେଇନଥିଲେ :-

ପୃଥ୍ୱୀ ଙ୍କ ମାଆ ମରିଯିବାପରେ ତାଙ୍କ ପିତା ପଙ୍କଜ ତାଙ୍କୁ ବାପା ଓ ମାଆ ଉଭୟଙ୍କର ସ୍ନେହ ଦେଇଥିଲେ । ଶାର୍ଟ ପ୍ୟାଣ୍ଟ ପିନ୍ଧିବା ଠାରୁ ଆରମ୍ଭ କରି କ୍ରିକେଟ ଗ୍ରାଉଣ୍ଡରେ କ୍ରିକେଟ ଖେଳିବା ମଧ୍ୟ ସେ ଶିଖାଇଥିଲେ । ସେ ପ୍ରାକ୍ଟିସ ପାଇଁ ପ୍ରତିଦିନ ଦୁଇଘଣ୍ଟାର ସମୟ ଅତିବାହିତ କରି ମୁମ୍ବାଇ ର ବିରାରରୁ ଚର୍ଚ୍ଚଗେଟ ପାଖକୁ ଯାଉଥିଲେ ।

ପୁଅର ପାଳନ ପାଇଁ ଛାଡ଼ିବାକୁ ପଡିଥିଲା ବିଜନେସ :-

ପୁଅର ମାଆ ମରିବାପରେ ପଙ୍କଜ ନିଜର ବିଜନେସକୁ କିଛିସମୟ ବିରାମ ଦେଇଥିଲେ । ପୁଅର ଧ୍ୟାନ ରଖିବା ତାକୁ କ୍ରିକେଟ ପାଇଁ ପ୍ରାକ୍ଟିସ ଦେବା ଇତ୍ୟାଦିରେ ତାଙ୍କ ବିଜନେସ ସେ ବନ୍ଦ କରିଦେଇଥିଲେ ।

3 ବର୍ଷ ବୟସରୁ ଖେଳୁଥିଲେ କ୍ରିକେଟ :-

ଯେବେ ପୃଥ୍ୱୀ ଶ 3 ବର୍ଷ ବୟସର ହୋଇଥିଲେ ସେତେବେଳେ ତାଙ୍କ ପିତା ତାଙ୍କୁ କ୍ରିକେଟ ଏକାଡେମୀରେ ଜଏନ କରାଇଥିଲେ କାରଣ ସେ ଚାହୁଁଥିଲେ ତାଙ୍କ ପୁଅ ଯେମିତି ଏକ ସଫଳ ଖେଳାଳି ହେଉ ।

ସବୁଠାରୁ କମ ବର୍ଷ ବୟସରେ କରିଥିଲେ ଡେବ୍ୟୁ :-

ପୃଥ୍ୱୀ ଶ ଟେଷ୍ଟ ଇଣ୍ଟରନାଶନାଲ କ୍ରିକେଟରେ ଡେବ୍ୟୁ କରିବାରେ ସବୁଠାରୁ କମ ବର୍ଷର କ୍ରିକେଟର ଥିଲେ ।ସେ ନିଜର ଡେବ୍ୟୁ 18 ବର୍ଷ ବୟସ 329 ଦିନରେ କରିଥିଲେ ।

ପିତା କରିଥିଲେ ପୁଅ ଉପରେ ଭରସା :-

ପୃଥ୍ୱୀ ଶ ଆଜି ଯାହାବି କିଛି ହୋଇଛନ୍ତି ଏହା ପଛରେ ମୁଖ୍ୟ ଭୂମିକା ତାଙ୍କ ପିତାଙ୍କର ଥିଲା । ସେ ଫାଦରସ ଡେରେ କହିଥିଲେ, ତାଙ୍କ ପିତା ତାଙ୍କୁ ବଡ଼ ଗିଫ୍ଟ ଦେଇଛନ୍ତି ତାହା ହେଲା ପିତାଙ୍କର ଭରସା ।

ଆଇପିଏଲରେ ସୃଷ୍ଟି କଲେ ଏହି ଖାଆସ ରେକର୍ଡ଼ :-

ଗୁରୁବାର ଦିନ ପୃଥ୍ୱୀ ଶ 6 ବଲରେ 6 ଚୌକା ମାରିଛନ୍ତି ଓ ଏହି ରେକର୍ଡ଼ ସେ ଆଇପିଏଲରେ କରିବାରେ ଦ୍ବିତୀୟ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ 2012 ମସିହାରେ ଆଜିଙ୍କ୍ୟ ରାହାଣେ ରାଜସ୍ଥାନ ତରଫରୁ ଖେଳି ବାଙ୍ଗାଲୋର ବିପକ୍ଷରେ ଏସ ଅରବିନ୍ଦଙ୍କ ଓଭରରେ ଏହି କୀର୍ତ୍ତିମାନ ହାସଲ କରିଥିଲେ।

ଏପର୍ଯ୍ୟନ୍ତ ପୃଥ୍ବୀଙ୍କ ଆଇପିଏଲ କ୍ୟାରିଅର :-

ଆଇପିଏଲ କ୍ୟାରିଅର କଥା କହିଲେ, ପୃଥ୍ୱୀ ଏପର୍ଯ୍ୟନ୍ତ 45 ମ୍ୟାଚରୁ 1095 ରନ ବନାଇ ସାରିଛନ୍ତି । ତାଙ୍କର ବେଷ୍ଟ ସ୍କୋର 99 ଥିବାବେଳେ ସେ ଉଇକେଟ କିପିଂ ମଧ୍ୟ କରିଥାନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *