କରୋନା ଡରରେ ଗାଏବ ହୋଇଗଲା ଥଣ୍ଡାଜ୍ୱର, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଗବେଷଣା- ‘ଆଉ ହେବନାହିଁ ଭାଇରଲ ଫିଭର୍’

ସାରା ବିଶ୍ୱରେ କରୋନାର ଆତଙ୍କ ଥମିବାର ନା ନେଉନାହିଁ। ଏହିସବୁ ମଧ୍ୟରେ ଲୋକଙ୍କଠାରେ ଦେଖାଯାଉଥିବା ସାଧାରଣ ଥଣ୍ଡା, ଜ୍ୱର ଆଦି ଅନେକ ମାତ୍ରାରେ କମିଯାଇଛି। ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଦିଆଯାଉଥିବା ତଥ୍ୟ ଅନୁସାରେ ଏନଫ୍ଲୁଏଞ୍ଜା ତଥ୍ୟର ହ୍ରାସ ଦେଖାଯାଉଛି।

କରୋନା ଦାଉରୁ ସମସ୍ତ ଦେଶର ଲୋକଙ୍କୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ଆପଣାଉଛନ୍ତି। ଏହାସହ ସଂକ୍ରମଣକୁ ରୋକିବାରେ ଅନେକ ପ୍ରୟାସ କରାଯାଉଛି। ଇନଫ୍ଲୁଏ଼ଞ୍ଜା ଭାଇରସ ମଧ୍ୟ କରୋନା ଭଳି ସମାନ ପ୍ରକାର ସଂକ୍ରମିତ ହୋଇଥାଏ। କିନ୍ତୁ ଏହା କମ ପ୍ରଭାବଶାଳୀ ଅଟେ। ଅର୍ଥାତ ଏଥିରେ ସହଜରେ ସଂକ୍ରମଣ ହୁଏ ନାହିଁ।

Google

ସାଇଣ୍ଟିଫିକ ଆମେରିକାନର ମାଗାଜିନର ତଥ୍ୟ ଅନୁସାରେ, ୨୦୨୧-୨୧ରେ ଆମେରିକାରେ ଏହି ଇନଫ୍ଲୁଏଞ୍ଜାରେ ୬୦୦ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ୨୦୧୯-୨୦ରେ ଏହି ସଂଖ୍ୟା ୨୨୦୦୦ ଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୩୪୦୦୦ ଥିଲା।

ସୂଚନା ଅନୁସାରେ, ସାରା ବିଶ୍ୱରେ କରୋନାରେ ୧୪ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୩୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *