ଦେଖନ୍ତୁ ଭିଡିଓ : ଏହି କୁକୁରଠାରୁ ଶିଖନ୍ତୁ କେମିତି କରନ୍ତି ପରଫେକ୍ଟ ଏକ୍ସସରସାଇଜ, ଭାଇରାଲ ଭିଡିଓ ଲୋକଙ୍କୁ ଦେଉଅଛି ଶିକ୍ଷା..

ପଶୁମାନଙ୍କ ସମ୍ବନ୍ଧୀୟ ବିଷୟବସ୍ତୁ ଇଣ୍ଟରନେଟରେ ଅଧିକ ଦେଖାଯାଉଥିବା ବିଷୟବସ୍ତୁ ମଧ୍ୟରୁ ଅନ୍ୟତମ ଅଟେ। ପଶୁପ୍ରେମୀମାନେ ପ୍ରାୟତଃ ଅନେକ ସମୟରେ ଜଙ୍ଗଲରେ ଘଣ୍ଟା ଘଣ୍ଟା ବିତାନ୍ତି, ଯେଉଁଥିପାଇଁ ଏକ ସଠିକ ଫଟୋ ମିଳିପାରିବ। ପଶୁମାନଙ୍କୁ ଅନେକ ଥର ତାଲିମ ଦେବା ପରେ ସେମାନେ ନାଚିବା, ବଲ ସହିତ ଖେଳିବା, ଦଉଡିରେ ଚାଲିବା ଭଳି ଅନେକ କାର୍ଯ୍ୟ କରନ୍ତି। ଏହିପରି ଅନେକ ଭିଡିଓ ଇଣ୍ଟରନେଟରେ ଉପଲବ୍ଧ ଅଛି।

ସୋସିଆଲ ମିଡିଆରେ ପଶୁମାନଙ୍କର ଲକ୍ଷ ଲକ୍ଷ ଚିତ୍ର ଏବଂ ଭିଡିଓ ଅଛି। ନିକଟରେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୁକୁରକୁ ବ୍ୟାୟାମ କରୁଥିବାର ଦେଖାଯାଇଛି। ଗଛ ସାହାଯ୍ୟରେ ଭୂମିରେ ପଡ଼ିଥିବା ଏହି କୁକୁରଟି କ୍ରଞ୍ଚେସ କରୁଛି। ଏହାଦେଖି, କ୍ଷଣିକ ପାଇଁ ଅନୁଭବ ହେବ, ଯେପରି କୁକୁରକୁ ମଣିଷ ପରି ବ୍ୟାୟାମ କରିବାକୁ ତାଲିମ ଦିଆଯାଇଛି।

ଭିଡ଼ିଓ ଦେଖନ୍ତୁ:-

ଟ୍ୱିଟରରେ Nature & Animal ନାମକ ଏକ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରାଯାଇଛି। ସୋସିଆଲ ମିଡିଆରେ ଲୋକମାନଙ୍କୁ ଏହି ଭିଡିଓ ବହୁତ ଉପଭୋଗ କରୁଛନ୍ତି। ଲୋକମାନେ ଏହାକୁ କେବଳ ପରସ୍ପର ମଧ୍ୟରେ ସେୟାର କରୁନାହାନ୍ତି ବରଂ ଏହାଉପରେ ନିଜର ଭିନ୍ନ ଭିନ୍ନ ମନ୍ତବ୍ୟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ୬ ସେକେଣ୍ଡର ଏହି ଭିଡିଓ କ୍ଲିପ ବର୍ତ୍ତମାନ ପର୍ଯ୍ୟନ୍ତ ୪୪ ହଜାର ଲୋକ ଦେଖିଛନ୍ତି। ଅଧିକାଂଶ ଲୋକ କହିଛନ୍ତିଯେ, ପ୍ରଥମ ଥର ପାଇଁ ସେମାନେ କୁକୁରକୁ ଏହିପରି ବ୍ୟାୟାମ କରୁଥିବାର ଦେଖୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *