କରୋନା ଭୟରେ ଗାଁ ଲୋକେ ଘର ବାହାରେ ଜେସିବି ଦ୍ୱାରା ଗାତ ଖୋଳି ପୋତିଦେଲେ ମହିଳାଙ୍କ ଶ-ବ,ଭିଡ଼ିଓ ହେଲା ଭାଇରାଲ

କରୋନା ଭାଇରସ ମାନବ ଜୀବନକୁ ବହୁତ ବଦଳାଇ ରଖିଦେଇଛି । ୟୁପି ର ପ୍ରତାପଗଢ଼ ଅଞ୍ଚଳରୁ ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି । ଯେଉଁଠାରେ କରୋନା ଭୟରେ ପରିବାର ଲୋକେ ଜେସିବି ମେସିନକୁ ଡାକି ଘର ସାମ୍ନାରେ ଏକ ଗାତ କରିଥିଲେ ଓ ହିନ୍ଦୁ ମହିଳାଙ୍କ ଶ-ବକୁ ପୋତି ଦେଇଥିଲେ ।

କୁହାଯାଉଥିଲା କି, ମୃତକ ମହିଳାଙ୍କୁ ବହୁତ ଦିନ ହେବ ଶ୍ଵାସ ସମ୍ବନ୍ଧୀୟ ସମସ୍ୟା ଥିଲା । ଛଅ ମାସ ପୂର୍ବରୁ ମହିଳାଙ୍କ ପତିଙ୍କର ମଧ୍ୟ ମୃ-ତ୍ୟୁ ହୋଇଯାଇଥିଲା । ଏହାପରେ ସେ ନିଜ ବାପ ଘରେ ନିଜ ଭଉଣୀ ସହିତ ରହୁଥିଲେ । ମୃ-ତ-କ ମହିଳାଙ୍କ ପରିବାରରେ ତାଙ୍କର ଏକ ଭଉଣୀ ଓ ସ୍ୱାମୀଙ୍କ ସହ ଅନ୍ୟ କେହିବି ନଥିଲେ । ଭଉଣୀର ସ୍ୱାମୀ ମୁମ୍ବାଇରେ କାମ କରନ୍ତି।

ଏହି ମାମଲା ପ୍ରତାପଗଢ଼ର ଗୁଣ୍ଡା କୋତବଳି ଅଞ୍ଚଳର ଉଗାପୁର ଗ୍ରାମର ଅଟେ । ଯେଉଁଠାରେ ଏକ ମହିଳାଙ୍କ ଶ-ବ ଆ-ପ-ତ୍ତି-ଜ-ନ-କ ଭାବରେ ପୋତା ଯାଇଥିଲା । ଯେବେ ଏହି ଘଟଣାର ଭିଡ଼ିଓ ସାମ୍ନାକୁ ଆସିଥିଲା ସେତେବେଳେ ପ୍ରଶାସନରେ ହଇଚଇ ହୋଇଯାଇଥିଲା । ଗ୍ରାମ ଲୋକଙ୍କ କହିବାନୁଯାୟୀ, ମହିଳାଙ୍କ ବୟସ 60 ବର୍ଷ ଥିଲା ଓ ତାଙ୍କର ମୃ-ତ୍ୟୁ ଏପ୍ରିଲ 27 ତାରିଖ ସନ୍ଧ୍ୟା 6 ଘଟିକା ସମୟରେ ହୋଇଥିଲା । କିନ୍ତୁ ମହିଳା କରୋନା ପଜିଟିଭ ଥିଲେ କି, ନାହିଁ ଏହାର ସ୍ପଷ୍ଟ ଏଯାଏଁ ହୋଇପାରିନାହିଁ ।

ଏହାବ୍ୟତୀତ ଗ୍ରାମଲୋକେ କୁହନ୍ତି ସେ ଏକ ବୃଦ୍ଧା ବିଧବା ମହିଳା ଥିଲେ ଓ ନିଜ ଭଉଣୀ ସହିତ ଗୋଟିଏ ଘରେ ରହୁଥିଲେ । ମୃତ୍ୟୁର ଦୁଇଦିନ ପରେ ଶ-ବ ଘରେ ପଡ଼ିଥିଲା ଓ ସେଥିରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇଯାଇଥିଲା । ଏହାପରେ ତାଙ୍କ ଭଉଣୀଙ୍କୁ ସଂସ୍କାର ବିଷୟରେ ପଚାରାଯିବା କାରଣରୁ ସେ କହିଥିଲେ, ତାଙ୍କ ପତି ମୁମ୍ବାଇରେ କାମ କରନ୍ତି ଓ ସେ ଆସିବାପରେ ହିଁ ଶ-ବ ଦାହ ହେବ । କିନ୍ତୁ ଗ୍ରାମ ଲୋକେ ଏହାର ବି-ରୋ-ଧ କଲେ କାରଣ ଅଧିକ ସମୟ ପର୍ଯ୍ୟନ୍ତ ଶ-ବ ରଖାଯାଇପାରିବ ନାହିଁ ଓ ସେମାନେ ଘର ସାମନାରେ ଶ-ବ-କୁ ପୋତିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ଘଟଣା ଯେତେବେଳେ ପ୍ରଶାସନ ବ୍ୟତୀତ ଅଧିକାରୀଙ୍କୁ ଲାଗିଥିଲା ସେତେବେଳେ ସେ ଯାଞ୍ଚ କରିବା ଆରମ୍ଭ କରିଦେଇଥିଲେ । ଗ୍ରାମାଲୋକେ କହିଥିଲେ, ଅନ୍ତିମ ସଂସ୍କାର ପାଇଁ ଘରେ କେହିନଥିଲେ ତେଣୁ ସହମତି ସହ ଶ-ବକୁ ପୋତିବାକୁ ନିଷ୍ପତ୍ତି ନିଆଗଲା । ଭି ଘଟଣା ଉପରେ କୌଣସି ଅଧିକାରୀ ବର୍ତ୍ତମାନ କିଛି କହୁନାହାଁନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *