ବାଇକରେ ହସ୍ପିଟାଲର ବେଡ଼ ଲଗାଇ ତିଆରି କରିଦେଲେ ଆବଶ୍ୟକୀୟ ଆମ୍ବୁଲାନ୍ସ, ଅକ୍ସିଜେନ ସିଲିଣ୍ଡର ମଧ୍ୟ ଲଗାଇଛନ୍ତି,ଦେଖନ୍ତୁ କେମିତି ବନାଇଛନ୍ତି…

ଦେଶରେ କରୋନା ସଂକ୍ରମଣ ସମୟ ଚାଲିଛି | କରୋନାରେ ସଂକ୍ରମିତ ରୋଗୀ ଏବଂ ପରିବାର ଲୋକଙ୍କୁ କେଉଁଠି ଆମ୍ବୁଲାନ୍ସ ମିଳୁନାହିଁ ତ କେଉଁଠି ଅକ୍ସିଜେନ ନ ମିଳିବାରୁ ରୋଗୀ ହସ୍ପିଟାଲ ଯିବା ପୂର୍ବରୁ ହିଁ ମୃତ୍ୟୁବରଣ କରୁଛି |

ଏପରି ପରିସ୍ଥିତିରେ ଧାରର ଜଣେ ଯୁବ ଇଞ୍ଜିନିୟର ଅଜିଜ ଖାନ ଏହି ସମସ୍ୟାର ସମାଧାନ ଖୋଜି ସୁନ୍ଦର ଉପାୟଟେ ବାହାର କରିବାପାଇଁ ଚେଷ୍ଟା କରିଛନ୍ତି |

ସୋସିଆଲ ମିଡିଆରେ ଭାଇରଲ ଖବରଗୁଡିକୁ ଦେଖିବାପରେ ବ୍ୟଥିତ ହୋଇ ଧାରର ଯୁବ ଇଞ୍ଜିନିୟର କବାଡି ଏବଂ ଇଞ୍ଜିନିୟରିଂରୁ ସଂଗ୍ରହ କରି ଏକ ଶସ୍ତା ଆମ୍ବୁଲାନ୍ସ ତିଆରି କରିଛନ୍ତି, ଯେଉଁଥିରେ ଆପଣ ଗୋଟିଏ ବାଇକ ଦ୍ୱାରା ଯୋଡି ରୋଗୀମାନଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ନେଇ ଯାଇପାରିବେ |

ଏହି ଆମ୍ବୁଲାନ୍ସ ମାତ୍ର ୨୦ ରୁ ୨୫ ହଜାର ଟଙ୍କା ମଧ୍ୟରେ ପ୍ରସ୍ତୁତ କରାଯାଇଛି | ଏହି ଆମ୍ବୁଲାନ୍ସ ପ୍ରତ୍ୟେକ ସ୍ଥାନରେ ପହଞ୍ଚି ରୋଗୀମାନଙ୍କର ଜୀବନ ରକ୍ଷା କରିପାରିବ |

ଏହି ଆମ୍ବୁଲାନ୍ସର ଏକ ବଡ଼ ବିଶେଷତା ରହିଛି ଯେ ଏଥିରେ ହସ୍ପିଟାଲରେ ବ୍ୟବହାର ହେଉଥିବା ବେଡ଼କୁ ଲଗାଯାଇଛି, ଯେଉଁଥିରେ କି ରୋଗୀମାନଙ୍କୁ ନେବା-ଆଣିବାରେ ସହଜ ହେବ | ସେହିପରି ଗୋଟିଏ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଲଗାଯାଇଛି, ଯାହାଦ୍ୱାରା ରୋଗୀକୁ ଅକ୍ସିଜେନ ଗ୍ୟାସ ଦିଆଯାଇପାରିବ | ସେହିପରି ଏଥିରେ ଜୀବନ ରକ୍ଷକ ଔଷଧ ମଧ୍ୟ ରଖାଯାଇପାରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *