ଆଜି ୩୪ ବର୍ଷରେ ପାଦ ଥାପିଲେ ରୋହିତ,ବିଶ୍ୱର ଏକମାତ୍ର ଖେଳାଳି ଯିଏକି ଦିନିକିଆରେ କରିଛନ୍ତି ତିନୋଟି ଦ୍ୱିଶତକ

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ତିନୋଟି ଦ୍ୱିଶତକ। ଗୋଟିଏ କିମ୍ବା ଦୁଇଟି ନୁହେଁ ତିନୋଟି ଡବଲ ସେଞ୍ଚୁରୀ କରିଥିବା ଭାରତର ବି-ସ୍ଫୋ-ରକ ଓପନର ବ୍ୟାଟସମ୍ୟାନ ହିଟମ୍ୟାନ ରୋହିତ ଶର୍ମାଙ୍କର ଜନ୍ମଦିନ ଶୁକ୍ରବାର ଦିନ। ସେ ଆଜି ୩୪ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତରଫରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

ହିଟମ୍ୟାନ ପ୍ରଥମେ ବୋଲର ହେବାକୁ ଚାହୁଁଥିଲେ। ତାଙ୍କର କୋଚ ଦୀନେଶ ଲଡ ତାଙ୍କର ବ୍ୟାଟିଂକୁ ଦେଖି ତାଙ୍କୁ ବ୍ୟାଟସମ୍ୟାନ ହେବାକୁ ପରାମର୍ଶ ଦେଇଥିଲେ। ରୋହିତ ଶର୍ମା ନିଜର ବ୍ୟାଟିଂରେ କମାଲ କରି ହିଟମ୍ୟାନ୍ ରୂପେ ପରିଚିତ ହୋଇପାରିଛନ୍ତି। ରୋହିତଙ୍କ ଜନ୍ମଦିନ ଅବସରରେ ତାଙ୍କର ଦଳ ମୁମ୍ଵାଇ ଇଣ୍ଡିଆନ୍ସ ତାଙ୍କୁ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛି। ଏହି ଟ୍ଵିଟରେ ମୁମ୍ଵାଇ ଇଣ୍ଡିଆନ୍ସ ଲେଖିଛିଯେ, ସେ ଯେତେବେଳେ ଯେଉଁଆଡେ ଯାଆନ୍ତି ଷ୍ଟେଜରେ ନିଆଁ ଲଗାଇ ଦିଅନ୍ତି। ସେ ହେଉଛନ୍ତି ରୋହିତ ଶର୍ମା। ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ ଅଧିନାୟକ। ସେହିପରି ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି।

Google

ରୋହିତ ୨୦୦୭ ମସିହାରେ ରୋହିତ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ। ସେହି ବର୍ଷ ସେପ୍ଟେମ୍ଵର ମାସରେ ସେ ଟି-୨୦ରେ ପାଦ ଦେଇଥିଲେ। ରୋହିତ ଶର୍ମା ୨୦୨୦ ଫେବୃଆରୀ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟେଷ୍ଟ ଖେଳିଥିଲେ।

୨୦୧୫ ଡିସେମ୍ବର ୧୩ ତାରିଖରେ ରୋହିତ ଶର୍ମା ଓ ରିତିକା ସଜଦେହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ତିନି ବର୍ଷ ପରେ ୨୦୧୮ ଡିସେମ୍ବର ୩୦ ତାରିଖରେ ରୋହିତଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା। ସେହି ସମୟରେ ସେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଖେଳୁଥିଲେ ସେହି କାରଣରୁ ସେ ତାଙ୍କର ପତ୍ନୀଙ୍କ ନିକଟରେ ଉପସ୍ଥିତ ହୋଇପାରି ନଥିଲେ।

ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ ୨୨୭ଟି ଦିନିକିଆ ଖେଳି ୯୨୦୫ ରନ କରିଛନ୍ତି। ସେ ଏଥିରେ ୨୯ଟି ଶତକ ଏବଂ ୪୩ଟି ଅର୍ଦ୍ଧଶତକ କରିଛନ୍ତି। ସେହିପରି ୩୮ଟି ଟେଷ୍ଟ ମ୍ୟାଚରେ ୨୬୧୫ ରନ କରିଛନ୍ତି। ଏଥିରେ ତାଙ୍କର ୭ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ସାମିଲ ରହିଛି। ୧୧୧ଟି ଟି-୨୦ ଅନ୍ତର୍ଜାତୀୟରେ ୨୮୬୪ ରନ୍ କରିଛନ୍ତି। ଏଥିରେ ତାଙ୍କର ୪ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ସାମିଲ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *