ନିଜ ଲୋକ ଛାଡିଲେ ସାଥ, ଶେଷରେ ଶ-ବକୁ କାନ୍ଧେଇ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି,ଜାଣନ୍ତୁ ପୁରା ଖବର

କରୋନାର ଦ୍ଵିତୀୟ ଲହରୀ ଏହିସମୟରେ ବହୁତ ପୀଡା ଦେଉଛି ଓ ଲୋକମାନଙ୍କ ର ଗୁଜୁରାଣ ମେଣ୍ଟାଇବାପାଇଁ ପେଶା ମଧ୍ୟ ଛଡ଼ାଇ ନେଇଛି । ଏଥିପାଇଁ ମୋକ୍ଷନଗରୀ କାଶୀରେ କିଛି ଶ୍ରମିକ ପଇସା ଟିକେ କମାଇବା ପାଇଁ ବେସାହାରା ଶବ ଗୁଡିକୁ କାନ୍ଧ ଦେଉଛନ୍ତି ଓ କିଛି ଟଙ୍କା କମାଉଛନ୍ତି ।

ଏହି କରୋନା ଲୋକମାନଙ୍କ ଜୀବନରେ ଏକ ନୂଆ ଶିକ୍ଷା ଦେଇଛି । କରୋନା ଡ଼ରରେ ନିଜ ଲୋକ ସାଥ ଛାଡୁଥିବା ସମୟରେ ପର ଲୋକ ଆସି କାନ୍ଧ ଦେଉଛନ୍ତି । ମସ୍ତମୋଲା ଓ ମୋକ୍ଷମାହିନୀ କାଶୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି ।

ଲୋକମାନଙ୍କୁ କାଶୀରେ ସାହାର୍ଯ୍ୟ ପାଇଁ ହାତ ପତେଇଲେ ସେମାନେ ସାହାର୍ଯ୍ୟ କରିଦେଉଥିଲେ କିନ୍ତୁ କରୋନା କାଳ ସମୟରେ ସେମାନେ କାମ କରିବାପାଇଁ ମୂଲ୍ୟ ମାଗୁଛନ୍ତି । ଏହା ଶୁଣିବାକୁ ଅଜବ ଲାଗୁଥିବ କିନ୍ତୁ ସତ ଅଟେ । ଲୋକମାନେ ଶ-ବକୁ କାନ୍ଧ ଦେବାପାଇଁ ମଧ୍ୟ ଏଠାରେ ଟଙ୍କା ମାଗୁଛନ୍ତି । ଏହି ଲୋକମାନେ କାନ୍ଧଦେଇ ଶ-ବକୁ ମଶାଣି ଘାଟରେ ପହଞ୍ଚାଉଛନ୍ତି ଓ ସାହାର୍ଯ୍ୟ କରୁଛନ୍ତି ।

ଶ-ବ କାନ୍ଧ ଦେଉଥିବା ଏକ ବ୍ୟକ୍ତି ରାଜେଶ କୁହନ୍ତି କି, ସେ ପ୍ରଥମରୁ ଦିନ ମଜୁରିଆ ଥିଲେ କିନ୍ତୁ ବର୍ତ୍ତମାନ କୌଣସି ଆଡେ କାମ ନମିଳିବାରୁ ସେ ଏହି ଏହି ଶ-ବକୁ କାନ୍ଧ ଦେଉଛନ୍ତି ନିଜ ପେଟ ପୋଷିବାପାଇଁ । ସେ ବିଗତ 8-10 ଦିନ ହେବ ବନାରସକୁ ଶ-ବ କାନ୍ଧ ଦେବାକୁ ଆସିଛନ୍ତି । ଦିନସାରା 1ରୁ 2ଟି ଶ-ବ କାନ୍ଧ ଦେବାପାଇଁ ମିଳିଯାଆନ୍ତି । ଗୋଟିଏ ଶ-ବକୁ କାନ୍ଧ ଦେବାପାଇଁ 2 ହଜାର ରୁ 2200 ଟଙ୍କା ମିଳିଥାଏ । ଯାହାକି ତାଙ୍କ ପାଞ୍ଚଜଣ ସାଥିଙ୍କ ମଧ୍ୟରେ ବାଣ୍ଟି ହୋଇଯାଇଥାଏ । ଯିଏ ଶବ ନେଇ ଆସନ୍ତି ତାଙ୍କୁ କାନ୍ଧ ଦେବାକୁ ଡ଼ର ଲାଗିଥାଏ କିନ୍ତୁ ଯଦି ଆମେ ଡ଼ରିବୁ ତାହେଲେ ଆମ ପରିବାର ଚଳିବ କେମିତି ?

ଆଉଜଣେ ଯୁବକ କହିଥିଲେ, କୌଣସି କାମ ନମିଳିବାରୁ ଏହିକାମ କରିବାକୁ ପଡୁଛି । ବ୍ୟକ୍ତି ପିଛା 500 ଟଙ୍କା ପଡିଯାଉଛି । ସେ କହିଛନ୍ତି, ତାଙ୍କୁ ଶ-ବ ନେବାକୁ ଡ଼ର ଲାଗେନାହିଁ । ହରିଶଚନ୍ଦ୍ର ଶ୍ମଶାନ ଘାଟ ଓ ମହାଶ୍ମଶାନ ଘାଟକୁ ଶ-ବ ଆସିବା ବନ୍ଦ ହୋଇନଥାଏ ।

ଭୋକ ଆଗରେ ଯଦି ପାଚେରୀ ଛିଡାହେବ ତାହେଲେ ତାକୁ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହୋଇଯିବୁ । ଏଠାରେ କେବଳ ହିନ୍ଦୁ ଶ-ବ ବୁହାଳି ନାହାଁନ୍ତି, ମୁସଲିମ ମଧ୍ୟ ଅଟନ୍ତି । ବଳିଆ ଅଞ୍ଚଳରେ ରହୁଥିବା ସଲାଉଦ୍ଦିନ ଅଂସାରୀ କହିଥିଲେ କି, ସେ ଲେବର କାମ କରନ୍ତି ଓ ବର୍ତ୍ତମାନ ଶ-ବ ବୋହୁଛନ୍ତି । ଡ଼ର ତ ଲାଗୁଛି ସତ କିନ୍ତୁ କାମ ନକଲେ ଭୋକିଲା ଶୋଇବାକୁ ପଡ଼ିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *