କରୋନା ଭ୍ୟାକ୍ସିନ ପାଇଁ ଯଦି ରେଜିଷ୍ଟ୍ରେସନ କରିଛନ୍ତି, ତା ହେଲେ ଜାଣିନିଅନ୍ତୁ, ନଚେତ ପରେ ଆସିପାରେ ଏହି ଲକ୍ଷଣ

କୋଭିଡ଼-19 ଟୀକାକରଣର ଦ୍ଵିତୀୟ ସୋପାନ ଆସନ୍ତା କାଲି।ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୀକାକରଣ ଆପଣଙ୍କୁ କୋଭିଡ଼-19 ଠାରୁ ବଞ୍ଚାଇବାରେ ସାହାର୍ଯ୍ୟ କରିବ । କିନ୍ତୁ ଏହାର ମଧ୍ୟ କିଛି ସାଇଡ଼ ଇଫେକ୍ଟ ରହିପାରେ । ସେଥିପାଇଁ ଆପଣ ପୋଷ୍ଟ ଭ୍ୟାକ୍ସିନେସନ କେୟାରକୁ ନେଇ ଏହିକଥା ନିଶ୍ଚିତ ଧ୍ୟାନ ଦିଅନ୍ତୁ ।

କରୋନା ଟୀକା ନେବାପରେ ଆପଣଙ୍କୁ କିଛି ଅଲଗା ଲକ୍ଷଣ ଦେଖାଦେବ । ଯାହାକି ଆପଣଙ୍କ ଦୈନିକ ଗତିବିଧି କରିବାପାଇଁ କ୍ଷମତାକୁ ପ୍ରଭାବିତ କରିବ । କିନ୍ତୁ ଏହା କିଛିଦିନରେ ଦୂର ହୋଇଯିବ । ଏଥିରେ ଆପଣଙ୍କୁ ବିଚଳିତ ହେବା ଉଚିତ ନୁହେଁ । କେଉଁ ଲୋକଙ୍କ ଠାରେ ଏହାର ପ୍ରଭାବ ଅଧିକ ଦେଖା ଦେଲାବେଳେ କେତେକଙ୍କ ଠାରେ କମ ଓ କେତେକଙ୍କ ଠାରେ ବିଲକୁଲ ଦେଖା ଦେଇନଥାଏ ।

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଦ୍ୱାରା ଜାରି ହୋଇଥିବା ସୂଚନା ଅନୁସାରେ, ଯେଉଁଦିନ ଆପଣ ଭ୍ୟାକ୍ସିନ ନେଇଥାନ୍ତି ସେଦିନ ଯେଉଁ ହାତରେ ଆପଣ ଭ୍ୟାକ୍ସିନ ନେଇଥିଲେ ସେଠାରେ ଅକ୍ପ ଦରଜ ଅନୁଭବ ହେବ । ଲାଲ ପଡିବା ଓ ପୋଡାଜଳା ହୋଇପାରେ । ଅନ୍ୟ ଲକ୍ଷଣରେ ଥକାପଣ, ଯନ୍ତ୍ରଣା, ମୁଣ୍ଡବିନ୍ଧା, ମାଂସପେଶୀରେ ଦରଜ, ଥଣ୍ଡା ଆସିବା, ବାନ୍ତି ଲାଗିବା ଓ ଜ୍ୱର ଆସିବା ଭଳି ଲକ୍ଷଣ ଦେଖାଦେଇଥାଏ ।

ଟୀକା ନେବାପରେ ଆପଣ ନୁଜ ଡ଼କ୍ଟର ସହିତ ଆଲୋଚନା କରନ୍ତୁ କି, ଇବୁପ୍ରଫେନ, ଏସିଟାମିନଫେନ, ଏସ୍ପିରିନ କିମ୍ବା ଆଣ୍ଟିଠିପଷ୍ଟେମଇସ ଆଦି ଦବେଇ ନେଇପାରିବ କି । ଯଦି ଆପଣ ସଂପୂର୍ଣ୍ଣ ରୂପରେ ସଠିକ ଓ କୌଣସି ଅନ୍ୟ ଚିକିତ୍ସା ନେଉନାହାନ୍ତି ତାହେଲେ ଏହି ମେଡିସିନ ଗୁଡିକୁ ନେଇପାରିବେ।

ଟୀକାକରଣ ପରେ ଆପଣ କୌଣସି ପ୍ରକାରର ମେଡ଼ିସିନ ନୁଜ ଶରୀରରେ ଗ୍ରହଣ କରନ୍ତୁ ନାହିଁ । ଟୀକା ନେବା ପୂର୍ବରୁ ଆପଣ ଡ଼କ୍ଟରଙ୍କ ପରାମର୍ଶ ସହିତ ଏହି ମେଡ଼ିସିନ ନେଇପାରିବେ କାରଣ ଏହି ମେଡ଼ିସିନ ଶରୀରରେ ଯେକୌଣସି ସାଇଡ଼ ଇଫେକ୍ଟକୁ ଅଟକାଇ ପାରିବ ।

ଯଦି ଆପଣ ଟୀକା ନେବାପରେ କୌଣସି ପ୍ରକାର ହାତରେ ଝିମଝିମ ଅନୁଭବ କରୁଛନ୍ତି ତାହେଲେ ଥଣ୍ଡା କପଡା ଦ୍ୱାରା ସେହି ସ୍ଥାନକୁ ବାନ୍ଧି ରଖନ୍ତୁ । ଏହାବ୍ୟତୀତ ହାତକୁ ଏକ୍ସରସାଇଜ କରାନ୍ତୁ । ଅଧିକରୁ ଅଧିକ ଜଳୀୟ ଖାଦ୍ୟ ଗ୍ରହଣ କରନ୍ତୁ । ହାଲକା କପଡା ପିନ୍ଧନ୍ତୁ ଓ ମାସ୍କ ମଧ୍ୟ ପିନ୍ଧନ୍ତୁ ।

କେବେ ନେବେ ଡାକ୍ତରଙ୍କ ପରାମର୍ଶ :-

ଟୀକା ନେବାପରେ ସାଧାରଣତଃ ଜ୍ୱର ଓ ଶରୀର ଯନ୍ତ୍ରଣା ଆସିବା ସାମାନ୍ୟ ଅଟେ କାରଣ ଏହିସମୟରେ ଶରୀର ଆପଣଙ୍କ ଠାରେ କରୋନା ଚକ୍ର ବନାଉଥାଏ । ଯଦି ଟୀକା ନେବାର 24 ଘଣ୍ଟା ପରେ ଯନ୍ତ୍ରଣା ବଢିବାକୁ ଲାଗିଥାଏ ତାହେଲେ ଡ଼କ୍ଟରଙ୍କ ପରାମର୍ଶ ନିଅନ୍ତୁ ।

ଆପଣ ଡ଼କ୍ଟରଙ୍କୁ ସେସମୟରେ ମଧ୍ୟ ଯୋଗାଯୋଗ କରିପାରିବେ ଯେଉଁସମୟରେ ଆପଣ ନିଜର ଯନ୍ତ୍ରଣାକୁ ନେଇ ସମସ୍ୟାରେ ପଡିପାରନ୍ତି । ଏହାବ୍ୟତୀତ ନିଜର ପୋଷ୍ଟ ଭ୍ୟାକ୍ସିନେସନ ପ୍ରକ୍ରିୟା ପ୍ରତି ଧ୍ୟାନ ଦିଅନ୍ତୁ । ଯଦି କୌଣସି ଲକ୍ଷଣ ଅତ୍ୟଧିକ ଦିନ ପର୍ଯ୍ୟନ୍ତ ରହିଥାଏ ତାହେଲେ ଆପଣ ଚିକିତ୍ସକଙ୍କ ପରାମର୍ଶ ଜରୁରୀ ଗ୍ରହଣ କରନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *