ସମଲିଙ୍ଗୀ ସମ୍ପର୍କ : ଦୁଇ ଝିଅ କୋର୍ଟରୁ ମାଗିଲେ ସୁରକ୍ଷା, ଜର୍ଜ କହିଲେ – ବାପାମାଆଙ୍କର ନେଇ ହେଉ କାଉନ୍ସେଲିଂ …ଜାଣନ୍ତୁ ପୁରା ଘ-ଟ-ଣା

ମାଡ୍ରାସ ହାଇକୋର୍ଟର ଜଷ୍ଟିସ ଏନ ଆନନ୍ଦ ଭେଙ୍କଟେଶ ବୁଧବାର ଦିନ କହିଛନ୍ତି ଯେ ସମଲିଙ୍ଗୀ ସମ୍ପର୍କକୁ ବୁଝିବା ପାଇଁ ସେ ଜଣେ ମନୋବିଜ୍ଞାନୀଙ୍କ ସହ ଏକ ଶିକ୍ଷଣୀୟ ଅଧିବେଶନ କରିବାକୁ ଚାହୁଁଛନ୍ତି | ଏକ ସମଲିଙ୍ଗୀ ଦମ୍ପତିଙ୍କ ପ୍ରୋଟେକ୍ସନ ବିଷୟରେ ଏକ ମାମଲାର ଶୁଣାଣି କରି ବିଚାରପତି କହିଛନ୍ତି ଯେ ଏକାଡେ଼ମିକ ଅଧିଵେଶନରୁ ଏହି ମାମଲାରେ ତାଙ୍କର ସୂଚନା ବିକଶିତ ହେବ |

ଦୁଇଜଣ ଝିଅଙ୍କ ବାପା-ମାଆ ସେମାନେ ନିଖୋଜ ଅଛନ୍ତି ବୋଲି ଅଭିଯୋଗ କରିଥିଲେ, ସେହିଠାରୁ ଏହି ମାମଲା ଆରମ୍ଭ ହୋଇଥିଲା | ବାପା-ମାଆ ଝିଅମାନଙ୍କର ସମଲିଙ୍ଗୀ ସମ୍ପର୍କ ବି-ରୋ-ଧ-ରେ ଥିଲେ | ସେମାନେ ଏହି ମାମଲାରେ ଅ-ଭି-ଯୋ-ଗ କରିଛନ୍ତି | ଏହା ପରେ ଝିଅମାନେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି |

ଜର୍ଜ ବହୁତ ସମ୍ବେଦନଶୀଳତାର ସହିତ ଏହି ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି | ସେ ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ଯେ ଆବେଦନକାରୀ ଏବଂ ତାଙ୍କ ବାପାମାଆ ଏହି ଦୃଶ୍ୟକୁ ବୁଝିବାକୁ ପ୍ରସ୍ତୁତ ଅଛନ୍ତି କି ନାହିଁ |

ଜର୍ଜ ନିଜ ପ୍ରଥମ ଆଦେଶରେ କହିଥିଲେ ଯେ ଏହି ସମସ୍ୟାର ମୁକାବିଲା ପାଇଁ ସମ୍ବେଦନଶୀଳତା ଏବଂ ସହାନୁଭୂତି ଆବଶ୍ୟକ ରହିଛି | ଏହି କେସ ଏକ ଉଦାହରଣ ମଧ୍ୟ ଅଟେ, ଯାହା ଏହି କଥାକୁ ଦର୍ଶାଏ ଯେ ସମାଜ ବର୍ତ୍ତମାନ ମଧ୍ୟ ସମଲିଙ୍ଗୀ ସମ୍ପର୍କକୁ କିପରି ଦେଖିବାକୁ ଚେଷ୍ଟା କରୁଛି | ଏହାର ପୂର୍ବ ଶୁଣାଣିରେ ଜର୍ଜ କହିଥିଲେ ଯେ ଏହି ମାମଲାରେ ଜର୍ଜ ମଧ୍ୟ ଯୌନ ସମ୍ବନ୍ଧୀୟ ବିଷୟ ଉପରେ ନିଜର ପୂର୍ବ ଧାରଣାକୁ ଦୂର କରିବାପାଇଁ ଚେଷ୍ଟା କରୁଛନ୍ତି |

ଯେତେବେଳେ କି ଗତ ଥର ଜର୍ଜ ଉଭୟ ଆବେଦନକାରୀ ଏବଂ ସେମାନଙ୍କ ବାପାମାଆଙ୍କୁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଥିଲେ | ସେହି ଅଧିବେଶନର ପର୍ଯ୍ୟବେକ୍ଷଣରୁ ଏହା ସ୍ପଷ୍ଟ ହୋଇଗଲା ଯେ ଉଭୟ ଝିଅ ନିଜ ସମ୍ପର୍କକୁ ସମ୍ପୂର୍ଣ୍ଣ ରୂପେ ବୁଝିଛନ୍ତି | ସେହିପରି ସେମାନନ୍କ ବାପା-ମାଆ ଏହାକୁ ଧୀରେ ଧୀରେ ବୁଝୁଛନ୍ତି | କାରଣ ବାପା-ମାଆଙ୍କ ସାମ୍ନାରେ ଦୁନିଆରେ ଝିଅମାନଙ୍କୁ ନେଇ ସାମାଜିକ କଳଙ୍କ ଏବଂ ବହିଷ୍କାର ଭଳି ଅନେକ ପ୍ରଶ୍ନ ଠିଆ ହୋଇଛି |

ଏହା ସହିତ ମୁକାବିଲା ପାଇଁ କୋର୍ଟ ଉଭୟ ପରିବାର ଏବଂ ଦମ୍ପତିଙ୍କୁ କାଉନ୍ସେଲିଂ ଅଧିବେଶନ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି | ଯେଉଁଥିରେ କୁହାଯାଇଛି ଯେ ପୂର୍ବ ଅଧିବେଶନ ସମ୍ପୃକ୍ତ ପକ୍ଷଙ୍କ ମାନସିକତାରେ କିଛି ଅଗ୍ରଗତି ନେଇ ଆସିଛି |

ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୭ ତାରିଖ ୨୦୨୧ ରେ ହେବ | ଏହି ସମୟ ମଧ୍ୟରେ କୋଟି ଏହି ନିର୍ଦ୍ଦେଶ ମଧ୍ୟ ଦେଇଛି ଯେ ବାପା-ମାଆଙ୍କ ଅ-ଭି-ଯୋ-ଗ ଉପରେ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ତୁରନ୍ତ ବନ୍ଦ କରାଯାଉ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *