ଦିଲ୍ଲୀ ବନାମ କୋଲକାତା : ପୃଥ୍ବୀ ଶୋଙ୍କ ସାନଦାର ଇନିଙ୍ଗ୍ସ, କୋଲକାତା ନାଇଟ ରାଇଡ଼ର୍ସକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁରୁବାର ଦିନ ୨୧ବର୍ଷୀୟ ପୃଥ୍ବୀ ଶୋଙ୍କ ସାନଦାର ଇନିଙ୍ଗ୍ସ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୨୫ତମ ମୁକାବିଲାରେ ପୃଥ୍ବୀ ଶୋଙ୍କର ସାନଦାର ଇନିଙ୍ଗ୍ସ ଦ୍ଵାରା ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡ଼ର୍ସକୁ ବହୁତ ଖରାପ ଭାବରେ ପରାଜୟ କରିଦେଲା।

ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ୟର ପିଛା କରି ୧୬.୩ ଓଭରରେ ୧୫୪ରନର ଲକ୍ଷ୍ୟକୁ ହାସିଲ କରିନେଲା। ପୃଥ୍ବୀ ଶୋ ୪୧ଟି ବଲରେ ୮୨ରନ କରିଥିଲେ। ପୃଥ୍ବୀ ଏଥିରେ ୧୧ଟି ଚୌକା ଓ ୩ଟି ଛକା ପିଟିଥିଲେ। ସେ ପ୍ରଥମ ଓଭରରେ ୬ଟି ଛକା ପିଟିଥିଲେ। ଏହା ପରେ ସେ ୧୮ଟି ବଲରେ ଅର୍ଦ୍ଧଶତକ କରିଥିଲେ। ସେହିପରି ଶିଖର ଧାୱନ ୪୭ଟି ବଲରେ ୪୬ରନ କରିଥିଲେ। ଅଧିନାୟକ ରିଷଭ ପନ୍ତ ୮ଟି ବଲରେ ୧୬ରନ କରିଥିଲେ। ଷ୍ଟୋଇନିସ ୬ରନର ଯୋଗଦାନ ଦେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏହି ମୁକାବିଲାକୁ ୭ୱିକେଟରେ ଜିତିନେଲା।

ଏହିପରି ଲଗାଇଲେ ୬ଟି ଚୌକା:-

ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଓପନର ପୃଥ୍ବୀଙ୍କ ସାନଦାର ଇନିଙ୍ଗ୍ସ ପ୍ରଥମ ଓଭରରେ କୋଲକାତା ନାଇଟ ରାଇଡ଼ର୍ସର ଅଧିନାୟକ ଇୟୋନ ମର୍ଗାନଙ୍କୁ ଅସୁବିଧାରେ ପକାଇଦେଲା। ପୃଥ୍ବୀ ପ୍ରଥମ ଓଭରରେ ୬ଟି ଚୌକା ପିଟିଥିଲେ। ବୋଲିଂ ପାଇଁ ଆସିଥିବା କୋଲକାତା ନାଇଟ ରାଇଡ଼ର୍ସର ବୋଲର ଶିବମ ମାବିଙ୍କ ଓଭରରେ ପୃଥ୍ବୀ ଶୋ ଜବରଦସ୍ତ ପିଟିଥିଲେ।

ମାବି ଏହି ଓଭରରେ ୨୫ରନ ଦେଇଥିଲେ। ସେ ପ୍ରଥମ ବୋଲ ୱାଇଡ, ତାପରେ ପ୍ରତ୍ଯେକ ବଲରେ ଚୌକା ପିଟିଥିଲେ। ଏହାପରେ ପୃଥ୍ବୀ ଅଟକିନଥିଲେ, ସେ ବ୍ୟାଟ ମାଧ୍ୟମରେ ଅନେକ ସାନଦାର ସଟ ଖେଳିଥିଲେ।

କୋଲକାତା ନାଇଟ ରାଇଡ଼ର୍ସ ଦଳ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୧୫୪ରନ ଦେଇଥିଲେ। କୋଲକାତା ନାଇଟ ରାଇଡ଼ର୍ସ ତରଫରୁ ଶୁଭମନ ଗିଲ ୪୩ ଓ ଆଣ୍ଡ୍ରେ ରସଲ ୪୫ରନ କରିଥିଲେ। ବୋଲିଂରେ ପେଟ କମିନ୍ସ ୪ଓଭରରେ ୨୪ରନ ଦେଇ ୩ଟି ୱିକେଟ ନେଇଥିଲେ। ଏହା ବ୍ଯତୀତ ଅନ୍ୟ କୌଣସି ବୋଲର ସଫଳ ହୋଇନଥିଲେ।

Leave a Reply

Your email address will not be published. Required fields are marked *