ବଡ଼ ଖବର : ସାରା ରାଜ୍ୟରେ ଦିନ ୨ଟାରୁ ସବୁ ଦୋକାନ ବଜାର ବନ୍ଦ

ବର୍ତ୍ତମାନ ରାଜ୍ୟରେ କରୋନାର ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସବୁ ରେକର୍ଡକୁ ଭାଙ୍ଗିଦେଇଛି। ସ୍ଥିତି ଅଣାୟତ୍ତ ହେଉଥିବାର ଦେଖି ଲୋକେ ବ୍ୟସ୍ତ ହୋଇଗଲେଣି। ସାରା ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ ରହିବ। ଏ ବିଷୟରେ ରାଜ୍ୟ ବ୍ୟବସାୟୀ ମହାସଂଘ ଶୁକ୍ରବାର ଦିନ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ସଂପର୍କରେ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିବା ସୂଚନା ଦିଆଯାଇଛି। ଏ ସମ୍ବନ୍ଧରେ ମହାସଂଘର ସଂପାଦକ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଆସନ୍ତା ୩ ତାରିଖରୁ କଟକର ବିଭିନ୍ନ ବ୍ୟବସାୟୀ ସଂଘ ଓ ପୂଜା କମିଟି ତରଫରୁ ସମସ୍ତ ଦୋକାନ ବଜାର ଅପରାହ୍ନ ୨ଟା ଯାଏଁ ଖୋଲାରହିବ ବୋଲି ନିଷ୍ପତ୍ତି ହୋଇଥିଲା। ପ୍ରଶାସନ ମଧ୍ୟ ଏଥିରେ ନିଜର ସହମତ ପ୍ରକାଶ କରିଛନ୍ତି। ମେଡିସିନ୍ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ମାଲଗୋଦାମ ଏବଂ ଛତ୍ରବଜାରରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟକଳାପକୁ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ପରେ ବନ୍ଦ ରଖିବାକୁ ହେବ। ଏହି ନିଷ୍ପତ୍ତିକୁ ଆସନ୍ତା ୩ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର କରାଯିବ।

Leave a Reply

Your email address will not be published. Required fields are marked *