ମା ସହ ସୁମଧୁର ସ୍ୱରରେ ଛୁଆଟି ଗାଇଲା ବଲିଉଡର ସୁପରହିଟ ଗୀତ,ଭିଡିଓ ଦେଖି ଖୁସି ହେଲେ ଲୋକମାନେ,ଦେଖନ୍ତୁ ଏହି ଭିଡିଓ

ଇଣ୍ଟରନେଟରେ ପ୍ରତିଦିନ ବହୁ ଭିଡିଓ ଚର୍ଚ୍ଚାରେ ରହିଥାଏ|କିଛି ଭିଡିଓ ଏମିତି ଯେ ତାକୁ ଦେଖିବା କ୍ଷଣି ଲୋକମାନେ ଫିଦା ହୋଇଯାଆନ୍ତି|ଐବେ ଏମିତି ଏକ ଭିଡିଓ ଲୋକଙ୍କ ହୃଦୟ ଜିତିଛି,ଯାହା ବହୁତ ଶୀଘ୍ର ଲୋକପ୍ରିୟ ହେଉଛି|ଏହି ଭିଡିଓରେ ଝିଅ ଓ ମା ଗୀତ ଗାଉଥିବା ଦେଖାଯାଇଛି|ଏହି ଭିଡିଓ ଏତେ ସୁନ୍ଦର ଯେ ଏହି ଭିଡିଓ ଦେଖି ଆପଣଙ୍କ ଚେହେରାରେ ହସ ଖେଳିଯିବ|

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି|ହୃଦୟସ୍ପର୍ଶୀ ଏହି ଭିଡିଓରେ ମା ଓ ଝିଅ ୨୦୧୫ରେ ଆସିଥିବା ଫିଲ୍ମ ତମାଶାର ଗୀତ ‘ଅଗର ତୁମ ସାଥ ହୋ …’ଗାଉଛନ୍ତି|ଏହି ସୁପରହିଟ ଗୀତକୁ ଅଲକା ୟାଗ୍ନିକ ଓ ଅରିଜିତ ସିଂ ଗାଇଥିଲେ|ଯେଉଁଥିରେ ଦିପୀକା ଓ ଋଣବୀର ଅଭିନୟ କରିଥିଲେ|ଏହି ଭିଡିଓକୁ ପ୍ରଥମେ ଅଞ୍ଜାନା ମଦାଥିଲ ଦ୍ୱାରା ସେୟାର କରାଯାଇଥିଲା,ଯାହାକୁ ହଜାର ହଜାର କମେଣ୍ଟ,ଲାଇକ୍,ପ୍ରତିକ୍ରିୟା ମିଳିଛି|

ଏହି ୪୯ ସେକେଣ୍ଡ ଭିଡିଓରେ ମଦାଥିଲ ଗିଟାର ବଜାଇ ଗୀତ ଗାଉଥିଲେ|ତାଙ୍କ ଝିଅ ପାଖରେ ବସିଛି ଓ ଗୀତ ମଧ୍ୟ ଗାଉଛି|ଛୁଆକୁ ଗୀତ ଗାଉଥିବା ଦେଖି ଲୋକମାନେ ଖୁସିରେ ଆନନ୍ଦିତ ହୋଇଛନ୍ତି|ଅଞ୍ଜାନା ମଦାଥିଲ ଏହି ଭିଡିଓ ସେୟାର କରି କହିଛନ୍ତି ଯେ “ଗିଟାର ସହ ମୋର ପ୍ରଥମ ଚେଷ୍ଟା|ମୋତେ ୬ ମାସ ସମୟ ଲାଗିଥିଲା|”ସୋସିଆଲ ମିଡିଆରେ ଏହି ପୋଷ୍ଟ ପକାଇବା କ୍ଷଣି ଲୋକଙ୍କ ପ୍ରିୟ ହୋଇଥିଲା|

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୧ ହଜାରରୁ ଉର୍ଦ୍ଧ୍ଵ ଲାଇକ୍ ଓ ୯୦୦ରୁ ଉର୍ଦ୍ଧ୍ବ କମେଣ୍ଟ ମିଳିସାରିଛି|ଜଣେ ୟୁଜର ଲେଖିଛନ୍ତି ଯେ “ଭିଡିଓରେ ଗୀତ ଗାଉଥିବା ପ୍ୟାରୀ ଛୁଆ ପ୍ରକୃତରେ ରକଷ୍ଟାର ଅଟେ ଓ ତାର ଗୀତ ଗାଇବା ଅନ୍ଦାଜା ମଧ୍ୟ ବିରଳ|ପ୍ରକୃତରେ ଛୁଆ ଭଲ ଗୀତ ଗାଇଲା”|ଆଉଜଣେ ୟୁଜର ଲେଖିଛନ୍ତି ଦୟାକରି ଛୁଆର ଆଉ ଭିଡିଓ ସେୟାର କରନ୍ତୁ|ମା ଝିଅର ଏହି ଭିଡିଓ ସେସିଆଲ ମିଡିଆ ପ୍ଲାଟଫର୍ମରେ ଜମେଇକି ସେୟାର କରାଯାଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *