PF ଆକାଉଣ୍ଟରୁ ଆପଣ ଯଦି ୨ଲକ୍ଷ ଟଙ୍କା ଉଠାଉଛନ୍ତି, ତା ହେଲେ ଜାଣନ୍ତୁ ଯେ ଆପଣ ୨୩ଲକ୍ଷ ଟଙ୍କାର କ୍ଷତି ସହିବାକୁ ଯାଉଛନ୍ତି !ବୁଝନ୍ତୁ ୟା ଉପରେ କଣ ରହିଛି ପୂରା ଗଣିତ….

ପିଏଏଫ୍ ଆକାଉଣ୍ଟରେ ଜମା ଟଙ୍କା ରିଟାୟାରମେଣ୍ଟ ସମୟରେ ଆପଣଙ୍କ ସାହାରା ହୋଇଥାଏ|ଯଦିଓ ବହୁଥର କର୍ମଚାରୀ ଜରୁରୀ ସମୟରେ ବା ଏମିତିରେ ଟଙ୍କା ଉଠାଇଥାନ୍ତି|ଯଦି ଆପଣଙ୍କୁ ବହୁତ ଜରୁରୀ ଅଟେ ତେବେ ଟଙ୍କା ଉଠାଇବା ଅଲଗା କଥା,ଯଦି ଆପଣଙ୍କ ଜରୁରୀ ନାହିଁ କିନ୍ତୁ ଆପଣ ଟଙ୍କା ଉଠାନ୍ତି ଏହା ଆପଣଙ୍କ ପାଇଁ ଅଲଗା ଫଏସଲା ସାବ୍ୟସ୍ତ ହୋଇପାରେ|ପ୍ରକୃତରେ ରିଟାୟାରମେଣ୍ଟ ପୂର୍ବରୁ ଉଠାଇଲେ ଆପଣଙ୍କ ୧୦ଗୁଣା ପର୍ଯ୍ୟନ୍ତ କ୍ଷତି ହୋଇପାରେ|ଆସନ୍ତୁ ବୁଝିବା ଏହାର ଗାଣିତିକ ହିସାବ|

କହିରଖେ ଯେ ଆପଣଙ୍କ ପକ୍ଷରୁ ଉଠାଯାଇଥିବା ଟଙ୍କାରେ ୧୦ଗୁଣାରୁ ଅଧିକ ଟଙ୍କାର ପ୍ରଭାବ ଆପଣଙ୍କ ରିଟାୟାରମେଣ୍ଟ ଫଣ୍ଡକୁ ପଡେ ଫଳରେ ବହୁତ କ୍ଷତି ହୁଏ|ଯଦି ସେହି ୧ଲକ୍ଷ ଟଙ୍କା ରହିଥାନ୍ତା ଓ ସୁଧ ମିଳେ ତାହା ୧୧.୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଯିବ|

ଯଦି ବହୁ ଜରୁରୀ ତେଵେ ଇପିଏଫରୁ ଟଙ୍କା ଉଠାନ୍ତୁ ନହେଲେ ଉଠାନ୍ତୁ ନାହିଁ|କହିରଖେ ଯେ ଏହି ଟଙ୍କା ଆପଣଙ୍କ ବୟସ ୫୮ ହେବା ପର୍ଯ୍ୟନ୍ତ ଜମା କରାଯାଏ ଫଳରେ ତାହା ବଡ ଏମାଉଣ୍ଟ ହୋଇଥାଏ|ଏହି ସମୟରେ ଏଥିରେ ୮.୫% ସୁଦ ମିଳୁଛି|ଏଥିରେ ସ୍ୱଳ୍ପ ସଞ୍ଚୟ ଯୋଜନାର ସବୁଠାରୁ ଅଧିକ ସୁଧ ମିଳେ|

୩୦ ବର୍ଷ ପୂର୍ବେ କେତେ କ୍ଷତି ହେବ-ଯଦି ଆପଣଙ୍କୁ ଆପଣଙ୍କର ଅବସର ପାଇଁ ୩୦ ବର୍ଷ ରହିଛି ଓ ଆପଣ ୫୦ ହଜାର ଟଙ୍କା ଉଠାନ୍ତି ତେଵେ ୫ ଲକ୍ଷ ୨୭ ହଜାର ଟଙ୍କାର କ୍ଷତି ହେବ|୧ ଲକ୍ଷ ଟଙ୍କାରେ ୧୧ଲକ୍ଷ ୫୫ ହଜାର,୨ ଲକ୍ଷରେ ୨୩ ଲକ୍ଷ ୧୧ ହଜାର,୩ ଲକ୍ଷରେ ୩୪ ଲକ୍ଷ ୬୭ ହଜାର ଟଙ୍କା କ୍ଷତି ହୋଇଥାଏ|

୨୦ ବର୍ଷ ପୂର୍ବରୁ କେତେ କ୍ଷତି ହେବ ଆପଣ ଯଦି ଟଙ୍କା ଉଠାନ୍ତି ତେଵେ,୫୦ ହଜାରରେ ୨ଲକ୍ଷ ୫ ହଜାର କ୍ଷତି ହେବ|୧ ଲକ୍ଷରେ ୫ ଲକ୍ଷ ୧୧ ହଜାର,୨ ଲକ୍ଷରେ ୧୦ ଲକ୍ଷ ୨୨ହଜାର,୩ ଲକ୍ଷରେ ୧୫ ଲକ୍ଷ ୩୩ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *