ହାଇଦ୍ରାବାଦ ବନାମ ଚେନ୍ନାଇ : ରିତୁରାଜ ଓ ଡୁ ପ୍ଲେସୀଙ୍କର ସାନଦାର ଇନିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା ସିଏସକେ, ଜାଣନ୍ତୁ ପଏଣ୍ଟ ଟେବୁଲରେ କିଏ କେଉଁଠି?

ଆଇପିଏଲର ୧୪ତମ ସଂସ୍କରଣର ୨୩ତମ ମୁକାବିଲା ଆଜି ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିଲା। ଚେନ୍ନାଇ ସୁପର କିଙ୍ଗସ ନିଜର ବ୍ୟାଟିଂର ସାନଦାର ପ୍ରଦର୍ଶନ କରି ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୭ୱିକେଟରେ ପରାସ୍ତ କରିଛି।

ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରି ତିନି ୱିକେଟରେ ୧୭୧ରନ କରିଥିଲେ। ଯେଉଁଥିରେ ଚେନ୍ନାଇ ୧୮.୩ ଓଭରରେ ତିନୋଟି ୱିକେଟ ହରାଇ ବିଜୟ ହାସିଲ କରିନେଲା।

ଚେନ୍ନାଇ ପାଇଁ ରିତୁରାଜ ଗାୟକାୱାଡ ସର୍ବାଧିକ ୪୪ଟି ବଲରେ ୭୫ରନ କରିଲେ, ଯେଉଁଥିରେ ୧୨ଟି ଚୌକା ସାମିଲ ଥିଲା। ତାଙ୍କ ବ୍ଯତୀତ ଫାଫ ଡୁପ୍ଲେସୀ ୩୮ଟି ବଲରେ ୬ଟି ଚୌକା ଓ ଗୋଟିଏ ଛକା ପିଟି ୫୬ରନ କରିଥିଲେ। ମୋଇନ ଅଲ୍ଲୀ ୧୫ରନ କରିଥିଲେ। ସୁରେଶ ରାଇନା ନଟଆଉଟ ୧୭ରନ କରିଥିଲେ।

ଚେନ୍ନାଇ ଖେଳିଥିବା ସମୁଦାୟ ୬ଟି ମ୍ଯାଚରୁ ଏହା ୫ମ ବିଜୟ ଅଟେ। ବର୍ତ୍ତମାନ ଚେନ୍ନାଇ ଦଳ ୧୦ଅଙ୍କ ସହିତ ସୂଚୀର ସବୁଠୁ ଆଗରେ ଅଛି। ହାଇଦ୍ରାବାଦ ଦଳ ୬ଟି ମ୍ଯାଚରୁ ୫ଟି ମ୍ଯାଚ ହାରିଛି ଓ ଦଳ ୨ଅଙ୍କ ସହିତ ସୂଚୀରେ ସବୁଠୁ ତଳେ ଅଛି। ହାଇଦ୍ରାବାଦ ପାଇଁ ରସିଦ ଖାନ ଚାରି ଓଭରରେ ୩୬ରନ ଦେଇ ୩ଟି ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *