ଏହି କୃଷକ ଜଣକ ନିଜ ଝିଅର ବାହାଘର ପାଇଁ ରଖିଥିଲେ ୨ଲକ୍ଷ ଟଙ୍କା, ଅକ୍ସିଜେନ କିଣିବା ପାଇଁ କରିଦେଲେ ଦାନ

କରୋନା ମହାମାରୀର ଦ୍ଵିତୀୟ ଲହର ଭାରତୀୟଙ୍କ ପାଇଁ ଏକ କହର ସୃଷ୍ଟି କରିଛି। ଯେଉଁଠି ହସ୍ପିଟାଲରେ ଅକ୍ସିଜେନ, ଆଇସିୟୁ ବେଡ, ଭେଣ୍ଟିଲେଟର ଓ ଔଷଧର ସମସ୍ଯା ବହୁତ ରୋଗୀ ଏହି ରୋଗରେ ହାରି ଯାଉଛନ୍ତି। କିଛି ଲୋକ ଏହି କଠିନ ସମୟରେ ମଣିଷପଣିଆ ଦେଖାଉଛନ୍ତି। ଏମିତି ଜଣେ ବ୍ୟକ୍ତି ମଧ୍ୟପ୍ରଦେଶର ଚମ୍ପାଲାଲ ଗୁର୍ଜର, ଯିଏକି ନିଜର ଝିଅର ବାହାଘର ପାଇଁ ଦୁଇ ଲକ୍ଷ ଟଙ୍କା ରଖିଥିଲେ। କିନ୍ତୁ ସେ ଏହି ମୂଲ୍ୟ ଅକ୍ସିଜେନ କିଣିବା ପାଇଁ ପ୍ରଶାସନକୁ ଦାନ କରିଦେଲେ, ଯାହାପରେ ତାଙ୍କର ଏହି କାମକୁ ବହୁତ ପ୍ରଶଂସା କରାଗଲା।

ଝିଅ ପାଇଁ ସଞ୍ଚୟ କରିଥିଲେ ୨ଲକ୍ଷ ଟଙ୍କା:-

ନ୍ଯୁଜ ଏଜେନ୍ସି ‘ଭାଷା’ର ରିପୋର୍ଟ ମୁତାବିକ, ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ରହୁଥିବା କୃଷକ ଚମ୍ପାଲାଲ ଗୁର୍ଜର ଝିଅର ବିବାହ ପାଇଁ ୨ଲକ୍ଷ ଟଙ୍କା ଯୋଡିଥିଲେ। କିନ୍ତୁ ସେ ଏହି ମୂଲ୍ୟ ଜିଲ୍ଲା ପ୍ରଶାସନକୁ ଦାନ କରିଦେଲେ ଯାହାଦ୍ୱାରା ସେ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ମରିଯାଉଥିବା ଲୋକଙ୍କ ପାଇଁ ଅକ୍ସିଜେନ କଂସଟ୍ରେଟର ମେସିନ କିଣିପାରିବେ।

କଲେକ୍ଟର କରିଲେ ଏହି ପଦକ୍ଷେପକୁ ପ୍ରଶଂସା:-

ଚମ୍ପାଲାଲ ଡିଏମ ମୟଙ୍କ ଅଗ୍ରୱାଲଙ୍କୁ ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଲେ, ଯାହାଦ୍ୱାରା ଦୁଇଟି ଅକ୍ସିଜେନ କଂସଟ୍ରେଟର କିଣାଯାଇପାରିବ। ଏଥିରୁ ଗୋଟିଏ ନିମଚର ଜିଲ୍ଲା ହସ୍ପିଟାଲକୁ। ଅନ୍ଯଟି ଜିରନ ଶାସକୀୟ ହସ୍ପିଟାଲକୁ ଦିଆଯିବ। ନିମଚ କଲେକ୍ଟର ମୟଙ୍କ ଅଗ୍ରୱାଲ କୃଷକ ଚମ୍ପାଲାଲଙ୍କର ପ୍ରଶଂସା କରିଥିଲେ। ସେ କହିଲେକି,’ଯଦି ସମସ୍ତଙ୍କର ଚିନ୍ତା ଧାରା ଏମିତି ହୁଏ ତେବେ ବଡ ସାହାଯ୍ୟ ହୋଇପାରିବ।

ବିବାହକୁ ବନାଇବାକୁ ଚାହୁଁଥିଲେ ସ୍ମରଣୀୟ:-

ଚମ୍ପାଲାଲ କହିଲେକି,’ପ୍ରତ୍ଯେକ ବାପାଙ୍କ ଭଳି ମୋର ମଧ୍ୟ ସ୍ଵପ୍ନ ଥିଲାକୀ ନିଜର ଝିଅର ଜନ୍ମଦିନ ବଡ ଧୂମଧାମରେ କରିବେ, କିନ୍ତୁ ମହାମାରୀ କରୋନା ଭାଇରସ କାରଣରୁ ରବିବାର ଦିନ ଏହା ସମ୍ଭବ ହୋଇପାରିଲା ନାହିଁ। ଏମିତିରେ ଝିଅର ବିବାହକୁ ସ୍ମରଣୀୟ କରିବା ପାଇଁ ଏହି ନିଷ୍ପତ୍ତି ନେଲେ।’ ଚମ୍ପାଲାଲଙ୍କ ଝିଅ ଅନିତା କହିଲେକୀ,’ବାପା ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିରେ ମୁଁ ଖୁସି ଅଛି। ମୋର ବିବାହର ଖର୍ଚ୍ଚ ପଇସାରେ କିଛି ରୋଗୀଙ୍କର ଜୀବନ ବଞ୍ଚିବ।’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *