ଦିଲ୍ଲୀ ବନାମ ବାଙ୍ଗାଲୋର : ଦିଲ୍ଲୀକୁ ରୋମାଞ୍ଚକ ମ୍ଯାଚରେ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ଏକ ରନରେ ହରାଇଲା,ରିଷଭ ପନ୍ତ ଓ ହେଟମାୟରଙ୍କର ଅର୍ଦ୍ଧଶତକ ବେକାର

ମଙ୍ଗଳବାର ଦିନ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ରୋମାଞ୍ଚକ ମ୍ଯାଚ ଖେଳା ଯାଇଥିଲା। ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ଏକ ରନରେ ଏକ ରୋମାଞ୍ଚକ ବିଜୟ ହାସିଲ କରିଛି। ଏହି ସିଜିନରେ ଏହା ୨୨ତମ ମ୍ଯାଚ ଥିଲା।

ଜଣାଇଦେଉଛୁକି ଏହି ମ୍ଯାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତିକରି ବୋଲିଂ ଚୟନ କରିଥିଲା। ବ୍ୟାଟିଂ କରୁଥିବା ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ୫ ୱିକେଟ ହାରାଇ ୧୭୧ ରନ କରିଥିଲେ। କିନ୍ତୁ ଏହି ଲକ୍ଷ୍ୟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ବହୁତ କମ ଅନ୍ତରରେ ବିଫଳ ହେଲା। ଏହିପରି ଏହି ମ୍ଯାଚରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ରିଷଭ ପନ୍ତ ଓ ଶିମରନ ହେଟମାୟରଙ୍କର ଅର୍ଦ୍ଧଶତକ ବେକାର ହୋଇଗଲା।

ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ତରଫରୁ ଅଧିନାୟକ ବିରାଟ କୋହଲୀ ୧୧ଟି ବଲରେ ୧୨ ରନ, ଦେବଦତ୍ତ ପାଡିକଲ ୧୪ଟି ବଲରେ ୧୭ରନ, ରଜତ ପାଟିଦାର ୨୨ଟି ବଲରେ ୩୧ରନ, ମ୍ୟାକ୍ସୱେଲ ୨୦ଟି ବଲରେ ୨୫ରନ, ୱାଶିଂଟନ ସୁନ୍ଦର ୯ଟି ବଲରେ ୬ରନ ଓ ଡେନିଏଲ ସେମ୍ସ ୨ଟି ବଲରେ ୩ରନ କରିଥିଲେ।

କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ତରଫରୁ ଏହି ମ୍ଯାଚରେ ସବୁଠୁ ବଡ କମାଲ କରିଲେ ଏ ବି ଡିଭିଲିୟର୍ସ। ସେ ଏହି ମ୍ଯାଚରେ ୪୨ଟି ବଲରେ ନଟଆଉଟ ୭୫ରନ କରିଥିଲେ। ଏହି ସମୟରେ ସେ ବଡ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ମ୍ଯାଚରେ ଏ ବି ଡିଭିଲିୟର୍ସ ଆଇପିଏଲରେ ୫୦୦୦ ରନ ସମ୍ପୂର୍ଣ କରିଥିଲେ। ଏ ବି ଡିଭିଲିୟର୍ସ ଏହି ସ୍କୋର ୧୬୧ଟି ଇନିଙ୍ଗ୍ସରେ କରିଥିଲେ। ଏହା ପୂର୍ବରୁ ଏହି ଉପଲବ୍ଧିକୁ ୱାର୍ନର କେବଳ ହାସିଲ କରିଛନ୍ତି।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଇଶାନ୍ତ ଶର୍ମା, ରାବାଡା, ଅବେଶ ଖାନ, ଏ ମିଶ୍ରା ଓ ଅକ୍ଶର ପଟେଲ ଗୋଟିଏ ଗୋଟିଏ ୱିକେଟ ନେଲେ। ଏହି ସମସ୍ତେ କ୍ରମଶଃ ୨୬, ୩୮, ୨୪, ୨୭ ଓ ୩୩ ରନ ଦେଇଥିଲେ। ଯେତେବେଳେକି ମାର୍କସ ଷ୍ଟୋଇନିସ ବିନା କୌଣସି ୱିକେଟ ନେଇ ୨୩ରନ ଦେଲେ।

ବର୍ତ୍ତମାନ କହିବା ଦିଲ୍ଲୀ କ୍ୟାପିଟାଲ୍ସ କଥା, ଏହି ଇନିଙ୍ଗ୍ସରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ତରଫରୁ ବ୍ୟାଟିଂ କରି ପୃଥ୍ବୀ ଶୋ ୧୮ଟି ବଲରେ ୨୧ ରନ, ଶିଖର ଧାୱନ ୭ଟି ବଲରେ ୬ରନ, ଷ୍ଟିଭ ସ୍ମିଥ ୫ଟି ବଲରେ ୪ରନ, ଅଧିନାୟକ ରିଷଭ ପନ୍ତ ୪୮ଟି ବଲରେ ୫୮ରନ କରିଥିଲେ। ଯେତେବେଳେକି ଶିମରନ ହେଟମାୟର ୨୫ଟି ବଲରେ ୫୩ରନ କରିଥିଲେ।

Leave a Reply

Your email address will not be published. Required fields are marked *