କରୋନା ମହାମାରୀର ଭୟାବହ ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରିଲେ ଏହି କରୋନା ସଂକ୍ରମିତ ବୃଦ୍ଧ

‘ମୋ ଜୀବନ ମୁଁ ବଞ୍ଚାଇସାରିଛି, ତା’ର ପିଲା ଛୁଆ ଅଛନ୍ତି, କିଛି ହୋଇଗଲେ ତାର ପିଲାମାନେ ଅନାଥ ହୋଇଯିବେ’। ସାମ୍ନାରେ ଥିଲା ମୃ-ତ୍ୟୁ, ତଥାପି ଦୃଢ଼ନିଶ୍ଚୟ ଥିଲେ ଏହି ମହାନ ମଣିଷ। ମହାମାରୀର ଭ-ୟାବ-ହତା ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରିଲେ ଏହି କରୋନା ସଂକ୍ରମିତ ବୃଦ୍ଧ। କରୋନାର ଦ୍ୱିତୀୟ ଲହରୀରେ ଦେଶରେ ବେଡ ସମସ୍ୟା ଦେଖାଯାଉଥିବା ବେଳେ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଆଡମିଟ ହୋଇଥିବା ବେଡକୁ ଦେଇଦେଲେ ଆରଏସଏସର ସଦସ୍ୟ ନାରାୟଣ ଭାଓରାଓ ଦାଭାଡକର। ତାଙ୍କର ବୟସ ୮୫ବର୍ଷ ଅଟେ। ରହିସାରିଥିବ। ଜୀବନର ଶେଷ ସମୟରେ ମଧ୍ୟ ସେ ଏପରି କିଛି ତ୍ୟା-ଗ କରିଛନ୍ତି, ଯାହାଦ୍ଵାରା ସାରା ରାଜ୍ୟ ତଥା ଦେଶରେ ତାଙ୍କର ଚର୍ଚ୍ଚା ହେଉଛି। ଘରକୁ ଫେରି ଆସିବାର ତିନି ଦିନ ପରେ ସେ ନିଜର ଜୀବନ ହରାଇଛନ୍ତି ।

Google

ମହାରାଷ୍ଟ୍ରର ନାଗପୁରର ନାରାୟଣ ଭାଓରାଓ ଦାଭାଡକର। ଏହି କରୋନା ଭାଇରସରେ ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ ନାରାୟଣ ଭାଓରାଓ ଦାଭାଡକର। ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କର ଝିଅଜ୍ୱାଇଁ ତାଙ୍କୁ ନାଗପୁରର ଇନ୍ଦିରା ଗାନ୍ଧୀ ଶାସକୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନେକ କଷ୍ଟ କରିବା ପରେ ତାଙ୍କ ପାଇଁ ଏକ ବେଡ ଯୋଗାଡ କରା ଯାଇଥିଲା। ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ଜଣେ ମହିଳା ନିଜର ୪୦ ବର୍ଷିୟ କରୋନା ସଂକ୍ରମିତ ସ୍ୱାମୀଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ବେଡ ଖାଲି ନଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସଫା ସଫା ମନା କରିଦେଲେ। ସ୍ୱାମୀ ଆମ୍ବୁଲାନ୍ସରେ ରହି ମୃ-ତ୍ୟୁ ସହିତ ଲ-ଢ଼େ-ଇ କରୁଥିବା ସମୟରେ ମହିଳା ଜଣେ ଡାକ୍ତରଙ୍କର ଗୋଡ ଧରି ଏକ ବେଡ ପାଇଁ ଭିକ ମା-ଗୁଥି-ଲେ ।

କିନ୍ତୁ ଡାକ୍ତର ବାବୁ ବା ଏଥିରେ କ’ଣ ପାରନ୍ତେ। ସବୁ ବେଡରେ ରୋଗୀ ଥିଲେ ବେଳେ ସେ ବି ଅସହାୟ ହୋଇପଡ଼ିଲେ। ଏହା ଦେଖି ନାରାୟଣ ଭାଓରାଓ ଦାଭାଡକର ନିଜକୁ ଆଦୌ ରୋକି ପାରି ନଥିଲେ। ସେ ନିଜେ କରୋନାରେ ସଂକ୍ରମିତ ହୋଇଥିବାବେଳେ ତାଙ୍କର ଅମ୍ଳଜାନ ସ୍ତର ୬୦ରେ ପହଞ୍ଚି ଯାଇଥିଲା। ତଥାପି ନିଜ ଜୀବନର କଥାକୁ ଚିନ୍ତା ନକରି ଘରକୁ ଫେରିଆସିଥିଲେ। ମୃ-ତ୍ୟୁ ସାମ୍ନାରେ ଥିଲେ ମଧ୍ୟ ସେ ସେହି ମହିଳାଙ୍କ ସ୍ୱାମୀଙ୍କୁ ତାଙ୍କ ବେଡ ଦେଇ ଦେବା ପାଇଁ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ଅ-ନୁରୋ-ଧ କରିଥିଲେ।

Google

ତାଙ୍କ ଅ-ନୁରୋ-ଧକୁ ର-କ୍ଷାକ-ରି ଡାକ୍ତରଖାନାର କର୍ତ୍ତପକ୍ଷ ତାଙ୍କ ଠାରୁ ଏକ ଲେଖା ନେଇଥିଲେ। ଯେଉଁଥିରେ ସେ ସ୍ପଷ୍ଟ ଭାବରେ ଲେଖିଥିଲେକି, ମୁଁ ଅନ୍ୟ ରୋଗୀମାନଙ୍କ ପାଇଁ ନିଜ ଇଚ୍ଛାରେ ମୋର ଶଯ୍ୟା ଦାନ କରୁଛି। ଦାଭାଡକର ଏହି ଫର୍ମ ପୂରଣ କରି ଘରକୁ ଫେରି ଆସିଥିଲେ। ତେବେ ସେ ଘରକୁ ଫେରିଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା ଏବଂ ୩ ଦିନ ପରେ ସେ ସଂକ୍ରମଣରେ ନିଜର ପ୍ରା-ଣ ହରାଇଛନ୍ତି। ତେବେ ସଂକ୍ରମଣ ସମୟରେ ରାଷ୍ଟ୍ରିୟ ସ୍ୱୟଂସେବକର ସଂଗଠନ ସହ ଜ-ଡି-ତ ଥିବା ଦାଭାଡକରଙ୍କର ବ-ଳିଦା-ନକୁ ଚିର ଦିନ ପାଇଁ ମନେ ରଖାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *