ମଙ୍ଗଳ ଗ୍ରହରେ ବାସ କରିବାର ବଢ଼ିଲା ଚାନ୍ସ, ବୈଜ୍ଞାନିକମାନେ କଲେ ବଡ଼ ଖୁଲାସା,ମଙ୍ଗଳ ଗ୍ରହରେ କିପରି ଥିଲା ନଦୀ, ହ୍ରଦ ଏବଂ ଜୀବନ,ଜାଣନ୍ତୁ ପୁରା ଖବର

ନାସା ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଉପରେ କାମ କରୁଛି | ଏହାସହିତ ମଙ୍ଗଳ ଗ୍ରହ ସହିତ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି ଏବଂ ଏହି ଖୁଲାସା ମଙ୍ଗଳ ଗ୍ରହରେ ବାସ କରିବାର ସ୍ୱପ୍ନକୁ ଆକାର ଦେବାକୁ ଯାଉଛି | ଏକ ଅଧ୍ୟୟନ ଅନୁଯାୟୀ, ମଙ୍ଗଳ ପୃଷ୍ଠରେ ବରଫ ମେଘର ଏକ ପତଳା ସ୍ତର ରହିଥିବ, ଯାହାକୁ ଗ୍ରୀନ ହାଉସ ଇଫେକ୍ଟ ସୃଷ୍ଟି କରିଥିବ |

ମଙ୍ଗଳ ଗ୍ରହରେ ଥିଲା ନଦୀ ଏବଂ ପାଣି :-

ଏହି ଇଫେକ୍ଟ ଦ୍ୱାରା ଗ୍ରହରେ ତାପମାନ ଗରମ ରହିଥିବ, ଯେଉଁଥିପାଇଁ ନଦୀ ଏବଂ ପାଣି ବହିବା ସମ୍ଭବ ହୋଇଥିବ | ଯଦି ପ୍ରକୃତରେ ଏପରି ହୋଇଥିବ, ତେବେ ଏହାଦ୍ୱାରା ମଙ୍ଗଳ ଗ୍ରହରେ ପ୍ରାଚୀନ ନଦୀ,ଝରଣାର ଉପସ୍ଥିତି ଏବଂ ଜୀବନ ବଞ୍ଚିବାର ଚାନ୍ସ ବଢିଯାଇଛି | ଏପରି ପରିସ୍ଥିତିରେ ଏହା ଜାଣିବା ଅତି ଜରୁରୀ ଯେ ଜଡ଼ ମଙ୍ଗଳ ଗ୍ରହରେ ପାଣି ଥିଲା କିମ୍ବା ନଦୀ ଥିଲା, ତେବେ ଏଗୁଡିକ କୁଆଡେ ଏବଂ କିପରି ବିଲୁପ୍ତ ହୋଇଗଲା |

ଧୂଳି ଦ୍ୱାରା ଘୋଡେଇ ହୋଇଛି ମଙ୍ଗଳ ଗ୍ରହ :-

ନାସାର ପରସିର୍ଭାନ୍ସ ରୋଭର ଟ୍ୱିଟରରେ ଏକ ଫଟୋ ସେୟାର କରିଛି, ଯେଉଁଥିରେ ମଙ୍ଗଳ ଗ୍ରହ ଧୂଳିରେ ଘୋଡେଇ ହୋଇଛି | ଏହା ଉପରେ ଜୀବନର କୌଣସି ପ୍ରମାଣ ଦେଖାଯାଉ ନାହିଁ | ଯଦିଓ ରୋଭରର ହେଲିକପ୍ଟର ଏଭଳି ଅଞ୍ଚଳରେ ବୁଲୁଛି,ଯାହାକି କିଛି ସମୟରେ ନଦୀର ଡେଲ୍ଟା ହୋଇଥିବ | କୁହାଯାଉଛି ଯେ ପୃଥିବୀରେ ଯେତେ ସୂର୍ଯ୍ୟ କିରଣ ମିଳିଥାଏ, ତାର ଏକ ତୃତୀୟାଂଶ ସେହି ସମୟରେ ମଙ୍ଗଳ ଗ୍ରହକୁ ମିଳୁଥିଲା |

ପ୍ରକୃତରେ କିପରି ଶେଷ ହେଲା ନଦୀଗଡିକ ?

ମଙ୍ଗଳ ଗ୍ରହରେ ୩.୭ ବିଲିୟନ ବର୍ଷ ପୂର୍ବେ ବହୁଥିବା ପାଣିର ପ୍ରମାଣ ନିଶ୍ଚିତ ମିଳିଛି, ଯାହା ଏହା ଦାବି କରିଥାଏ ଯେ କେବେ ମଙ୍ଗଳ ଗ୍ରହରେ ମଧ୍ୟ ନଦୀ ଓ ପାଣି ରହିଥିବ | କିନ୍ତୁ ପ୍ରଶ୍ନ ହେଉଛି ଯେ ମଙ୍ଗଳ ସମୟ ସହିତ କିପରି ପାଣି ହରାଇଲା | ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ ମଙ୍ଗଳ ଗ୍ରହରେ ବରଫ, ଉଚ୍ଚ ଉଚ୍ଚତା ବିଶିଷ୍ଟ ବଦଳର ମେଘର ଏକ ପତଳା ସ୍ତର ରହିଥିବ, ଯାହା ଗ୍ରୀନହାଉସ ପ୍ରଭାବ କାରଣରୁ ତିଆରି ହୋଇଥିବ | କିନ୍ତୁ ଏହି ପାଣି କୁଆଡେ ଗଲା ତାହାର କୌଣସି ପ୍ରମାଣ ମିଳିନାହିଁ |

ପାଣି ଅଦୃଶ୍ୟ ହେବାକୁ ନେଇ ବିଭିନ୍ନ ପ୍ରକାରର ଥିଓରୀ :-

ମଙ୍ଗଳ ଗ୍ରହକୁ ‘ଦ୍ୱିତୀୟ ନୀଳ ଗ୍ରହ’ ମଧ୍ୟ କୁହାଯାଏ | ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ଏହା କେବେ ପୃଥିବୀ ପରି ଦେଖାଯାଉଥିଲା | ମଙ୍ଗଳ ଗ୍ରହରେ ପାଣିର ଉପସ୍ଥିତିକୁ ନେଇ ଏପର୍ଯ୍ୟନ୍ତ ଅନେକ ଥିଓରୀ ଦିଆଯାଇଛି, କିନ୍ତୁ କାହାର ମଧ୍ୟ ଦୃଢ ପ୍ରମାଣ ନାହିଁ | ଅବଶ୍ୟ, ନାସା ରୋଭର ଏବଂ ସାଟେଲାଇଟ ଦ୍ୱାରା ଦେଖାଯାଇଥିବା ଫଟୋ ଦ୍ୱାରା ଏହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଯାଇଛି ଯେ ମଙ୍ଗଳ ଗ୍ରହରେ ନଦୀ ଏବଂ ହ୍ରଦ ଆକାରରେ ଶହ ଶହ ବର୍ଷ ପର୍ଯ୍ୟନ୍ତ ପାଣି ରହିଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *