ଏହି ପାଞ୍ଚଟି ଜିନିଷକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ, ହେବନାହିଁ ଅକ୍ସିଜେନର ଅଭାବ,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

କରୋନା ମହାମାରୀର ଏହି ସମୟ ବହୁତ ଭୟାନକ ହେବାରେ ଲାଗିଛି । ଏହି ସମୟରେ ସବୁଠାରୁ ଜରୁରୀ ହେଉଛି ନିଜର ରୋଗ ପ୍ରତିରୋଧକ ଶକ୍ତି ସଠିକ ରଖିବା ଓ ଶରୀରରେ ଅକ୍ସିଜେନର ମାତ୍ରାକୁ ମଧ୍ୟ ଅଭାବ ହେବାକୁ ନଦେବା । ଅଳ୍ପମାତ୍ରାରେ ସାବଧାନତା ଓ ସୁସ୍ଥ ଖାଦ୍ୟ ନେଇ ଆମେ ଏହା କରିପାରିବା । ଆଜି ଆମେ ଆପଣଙ୍କୁ କହିବୁ, ସେହି ପାଞ୍ଚଟି ଖାଦ୍ୟ ଯାହାକି ଆପଣଙ୍କ ଶରୀରରେ ଇମ୍ୟୁନିଟି ଠିକ ରଖିବାସହ ଆପଣଙ୍କ ଶରୀରରେ ଅମ୍ଳଜାନର ସ୍ତରକୁ ମଧ୍ୟ ସଠିକ ରଖିଥାଏ ।

1. କିବି :-

କିବି ରେ ମହଜୁଦ ଭିଟାମିନ କେ, ଭିଟାମିନ ସି, ଭିଟାମିନ ଇ, ଫୋଲେଟ, ପୋଟାସିୟମ ଆଦି ଶରୀରକୁ କେତେକ ରୋଗରୁ ବଞ୍ଚାଇବାର ସାହାର୍ଯ୍ୟ କରିଥାଏ । କିବିରେ ଜବରଦସ୍ତ ମାତ୍ରାରେ ଆଣ୍ଟି ଅକ୍ସିଡ଼ାଣ୍ଟ ମିଳିଥାଏ । ଏଥିରୁ ଆଣ୍ଟି ଅକ୍ସିଡ଼ାଣ୍ଟ ମିଳିଥାଏ, ଯିଏକି ଭାଇରାଲ ସଂକ୍ରମଣକୁ ବଞ୍ଚାଇବା ଓ ଶରୀରରେ ଅକ୍ସିଜେନର ମାତ୍ରାକୁ ବନାଇ ରଖିବାରେ ସାହାର୍ଯ୍ୟ କରିଥାଏ । ଡେଙ୍ଗୁ ଭଳି ରୋଗରେ ମଧ୍ୟ ଏହି ଜିନିଷ ଖାଇବା ଉପକାର ହୋଇଥାଏ ।

2. ଦହି :-

ଖାଦ୍ୟ ଅନୁସାରେ ଦହି ର ନାମ ସର୍ବପ୍ରଥମେ ଆସିଥାଏ । ଦହି ରେ ପ୍ରୋଟିନ, କାଲସିୟମ ଓ ଭିଟାମିନ ଥାଏ । ଏହାସହ ଦହିରେ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ବ୍ୟାକ୍ଟେରିଆ ମଧ୍ୟ ରହିଥାଏ । ଦହି କୁ ପ୍ରତିଦିନ ସେବନ କରିବା ଶରୀରରେ ଅକ୍ସିଜେନ ମାତ୍ରାକୁ ସଠିକ ରଖିବାରେ ସହାୟକ ହୋଇଥାଏ । କୁହାଯାଏ, ଦହିକୁ ଫଳ କିମ୍ବା ମିଠା ସହ ଖାଇବା ଲାଭପ୍ରଦ ହୋଇଥାଏ ।

3. ଲେମ୍ବୁ :-

ଲେମ୍ବୁକୁ ଭିଟାମିନ ସି ର ଏକ ଭଲ ସ୍ରୋତ ମାନାଯାଇଥାଏ । ଲେମ୍ବୁ ଖାଇବା ଦ୍ୱାରା ଏହା ଶରୀରକୁ ଇମ୍ୟୁନିଟି ଓ ଶରୀରରେ ଅକ୍ସିଜେନ ଲେଭେଲ ବନାଇ ରଖିବାରେ ସାହାର୍ଯ୍ୟ ହୋଇଥାଏ। ଏହାସହ ଲେମ୍ବୁ ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ ଅଟେ । ଯିଏକି ମୁହଁରେ ଜଳାପୋଡା ଓ ବ୍ରଣ ପାଇଁ ବେଶ ଉପଯୋଗୀ ଅଟେ । ଲେମ୍ବୁକୁ ଆପଣ ପଣା, ଆଚାର ଓ ସର୍ବତ ଆକାରରେ ନେଇପାରିବେ ।

4. କଦଳୀ :-

କଦଳୀକୁ ପ୍ରତ୍ୟେକ ବ୍ୟକ୍ତି ଖାଇପାରିବେ । କଦଳୀରେ ଭରପୁର ମାତ୍ରାରେ ଅଲକାଲାଇନ ଥିବାରୁ ଏହା ଶରୀରରେ ଅକ୍ସିଜେନ ଲେଭେଲକୁ ବଢାଇବାରେ ସହାୟକ ହୋଇଥାଏ । କଦଳୀ ଖାଇବା ଦ୍ୱାରା ଶରୀରରେ ଅକ୍ସିଜେନ ମାତ୍ରାକୁ ବଢ଼ାଯାଇ ପାରିବ ।

5. ରସୁଣ :-

ରସୁଣରେ ଭରପୁର ମାତ୍ରାରେ ଆୟୁର୍ବେଦିକ ଗୁଣ ରହିଛି । ସ୍ୱାଦ ବଢାଇବା ସହ ରସୁଣ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ଅଟେ । କୁହାଯାଏ କି, ରସୁଣ ଖାଇବା ଦ୍ୱାରା ଶରୀରରେ ଅକ୍ସିଜେନ ସ୍ତର ସଠିକ ରହିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *