ପ୍ରତ୍ୟାବର୍ତ୍ତନକୁ ନେଇ ଅଷ୍ଟ୍ରେଲିଆ ଖେଳାଳିମାନେ ଚିନ୍ତିତ, CA ରୁ ଚାର୍ଟର ପ୍ଲେନ ପଠାଇବାକୁ ଅନୁରୋଧ

ଭାରତରେ କରୋନା ସଂକ୍ରମଣର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଆଇପିଏଲ -୧୪ ରେ ଖେଳୁଥିବା ଅଷ୍ଟ୍ରେଲୀୟ ଖେଳାଳିମାନେ ମଧ୍ୟ ଏଥିପାଇଁ ଚିନ୍ତିତ ଅଛନ୍ତି | ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ (MI)ର ଖେଳାଳି କ୍ରିସ ଲିନ କ୍ରିକେଟ ଅଷ୍ଟ୍ରେଲିଆ (CA) କୁ ଏକ ବିଶେଷ ଅନୁରୋଧ କରିଛନ୍ତି | ଲିନ ଆଇପିଏଲ ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି | କ୍ରିକେଟ ଅଷ୍ଟ୍ରେଲିଆ ସୋମବାର ଦିନ ଆଇପିଏଲରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ଠାରୁ ସ୍ୱାସ୍ଥ୍ୟ ଏବଂ ଟ୍ରାଭେଲ ପ୍ଲାନର ସୂଚନା ନେଇଥିଲା |

କିସ ଲିନ ନ୍ୟୁଜ କର୍ପ ମିଡିଆକୁ କହିଛନ୍ତି, ‘କ୍ରିକେଟ ଅଷ୍ଟ୍ରେଲିଆ ପ୍ରତ୍ୟେକ ଆଇପିଏଲ ଚୁକ୍ତିନାମାର ୧୦ ପ୍ରତିଶତ ଭାଗ ନେଇଥାଏ | ଏଥିପାଇଁ କଣ CA ଏ ବର୍ଷ ସେହି ଟଙ୍କାକୁ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ଚାର୍ଟର ଫ୍ଲାଇଟ ପାଇଁ ଖର୍ଚ୍ଚ କରିପାରିବ ? ମୁଁ ଜାଣିଛି ଯେ ଆମଠାରୁ ମଧ୍ୟ ଖରାପ ଅବସ୍ଥାରେ ଲୋକମାନେ ଅଛନ୍ତି | କିନ୍ତୁ ବାସ୍ତବରେ ଆମେ ସମସ୍ତେ କଠିନ ବାୟୋ-ବବୁଲ ଦେଇ ଗତି କରୁଛୁ | ଏହାସହିତ ଆସନ୍ତା ସପ୍ତାହରେ ଟୀକାକରଣ ମଧ୍ୟ କରୁଛୁ | ତେଣୁ ଆଶା କରୁଛୁ ଯେ ସରକାର ଆମ ପାଇଁ ଘରୋଇ ଚାର୍ଟର ପ୍ଲେନର ବ୍ୟବସ୍ଥା କରିବେ | ଆମେ ସର୍ଟକଟ ପାଇଁ କହୁନାହୁଁ ଏବଂ ଆମେ ବିପଦକୁ ଜାଣିବା ପରେ ଟୁର୍ନାମେଣ୍ଟରେ ରହିବାକୁ ନିଷ୍ପତ୍ତି ନେଇଛୁ | କିନ୍ତୁ ଆଇପିଏଲ ଶେଷ ହେବା ମାତ୍ରେ ହିଁ ଶୀଘ୍ର ଘରକୁ ଫେରିବା ଭଲ ହେବ |’

ଲିନ ଆଗକୁ କହିଛନ୍ତି, ‘ଆଇପିଏଲ ଜେବ ସୁରକ୍ଷିତ ପରିବେଶରେ ଖେଳାଯାଉଛି ଏବଂ ଏହି ପରିବେଶରେ ଆରାମ ଅନୁଭବ କରୁଛି | ମୋର ବର୍ତ୍ତମାନ ଆଇପିଏଲରୁ ହଟିଯିବାର କୌଣସି ଯୋଜନା ନାହିଁ | ତେବେ ଏହି ସମୟରେ ଭାରତରେ ଭଲ ପରିସ୍ଥିତି ନାହିଁ | କିନ୍ତୁ ଆମେ ଏହି ଟୁର୍ନାମେଣ୍ଟରେ ଖେଳି ଲୋକଙ୍କୁ ହସାଇବାକୁ କିଛି ମୁହୂର୍ତ୍ତ ଦେଉଛୁ |’

ସ୍ୱଦେଶ ଫେରିବା ନେଇ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ ସନ୍ଦେହ ରହିଛି | ରାଜସ୍ଥାନ ରୟାଲ୍ସ (ଆରଆର)ର ଦ୍ରୁତ ବୋଲର ଆଣ୍ଡ୍ରିୟୁ ଟାଇ ନିଜ ଦେଶରେ ପ୍ରବେଶ ନିଷିଦ୍ଧ ହେବାର ଭୟରେ ଆଇପିଏଲ ମଝିରେ ହିଁ ଛାଡିଥିଲେ | ସେହିପରି ଆଡାମ ଜାମ୍ପା ଏବଂ କେନ ରିଚାର୍ଡସନ ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର ଏବଂ ପ୍ୟାଟ କମିନ୍ସଙ୍କ ଭଳି ଖେଳାଳି ମଧ୍ୟ ବର୍ତ୍ତମାନ ଉପସ୍ଥିତ ଅଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *