୧୦୦ଟି ଅକ୍ସିଜେନର କନସେନଟ୍ରେଟର ଟ୍ୱିଙ୍କଲ ଖାନ୍ନା-ଅକ୍ଷୟ କୁମାର ଦାନ କରିଲେ

ବର୍ତ୍ତମାନ ଏହି ସମୟରେ ସମଗ୍ର ଦେଶ ବହୁତ କଠିନ ପରିସ୍ଥିତି ଦେଇ ଗତି କରୁଛି। ଦେଶରେ ବ୍ୟାପିଥିବା କରୋନା ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସମୟରେ ଅନେକ ରାଜ୍ୟର ଡାକ୍ତରଖାନାରେ ବେଡ, ଅକ୍ସିଜେନ ଏବଂ ଔଷଧର ଅଭାବ ଦେଖାଗଲାଣି। ସେହି ସମୟରେ ଅକ୍ଷୟ କୁମାର କରୋନା ବି-ରୋ-ଧରେ ଯୁ-ଦ୍ଧ କରୁଥିବା ଲୋକମାନଙ୍କ ପାଇଁ ଜୀବନ ର-କ୍ଷା କରିବା ଭଳି ଦାୟିତ୍ୱକୁ ଗ୍ରହଣ କରିଛନ୍ତି।

Google

ବର୍ତ୍ତମାନ ଦେଶରେ ଚାଲିଥିବା କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବଲିଉଡର ଅନେକ ସେଲିବ୍ରିଟି, ସାଧାରଣ ଜନତାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆଗେଇ ଆସିଛନ୍ତି। ସୋସିଆଲ ମିଡିଆରେ ଏହି ସମସ୍ତ ଷ୍ଟାରମାନେ ଲୋକଙ୍କର ଟ୍ୱିଟକୁ ରିଟ୍ୱିଟ କରୁଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି। ତେବେ ଅକ୍ଷୟ କୁମାର ଲୋକଙ୍କ ନିକଟରେ ଅକ୍ସିଜେନ ପହଞ୍ଚାଇ ସେମାନଙ୍କର ଜୀବନ ବଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ସହିତ ଅକ୍ଷୟ କୁମାରଙ୍କ ସହ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ମଧ୍ୟ ଦେଶରେ ଅକ୍ସିଜେନର ଅଭାବକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାୟ ୧୦୦ ଅକ୍ସିଜେନ କନସେନଟ୍ରେଟର ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓ ଏଥିପାଇଁ ସେମାନେ ଏକ ପ୍ରକାର ପଞ୍ଜୀକୃତ ଏନଜିଓର ସନ୍ଧାନ କରୁଛନ୍ତି। ଟ୍ୱିଙ୍କଲ ନିଜର ଟ୍ୱିଟର ଆକାଉଣ୍ଟ ସାହାଯ୍ୟରେ ଲୋକଙ୍କୁ ସାହାଯ୍ୟ ମାଗି ଲେଖିଛନ୍ତି, “ଦୟାକରି ମୋତେ ନିର୍ଭରଯୋଗ୍ୟ ଏବଂ ପଞ୍ଜୀକୃତ ହୋଇଥିବା ଏନଜିଓ ବିଷୟରେ ସୂଚନା ଦିଅନ୍ତୁ, ଯାହାକୁ ଆମେ ୧୦୦ଟି ଅକ୍ସିଜେନ କନସେନଟ୍ରେଟରସ ବଣ୍ଟନ କରିବାରେ ସାହାଯ୍ୟ କରିପାରିବୁ। ଏହା ସହିତ ସେ କହିଛନ୍ତିକି, ଏହି ସମସ୍ତ କନସେନଟ୍ରେଟରସ ସିଧାସଳଖ ୟୁନାଇଟେଡ କିଙ୍ଗଡମରୁ ତାଙ୍କ ନିକଟରେ ଆସି ପହଞ୍ଚିବ।

ଏହା ସହିତ ଟ୍ୱିଙ୍କଲ ମଧ୍ୟ ସୂଚନା ଦେଇଛନ୍ତିଯେ ଆମ ସହିତ ଲଣ୍ଡନରେ ଦୁଇଜଣ ଭାରତୀୟ ଡାକ୍ତର ୧୨୦ଟି ଅକ୍ସିଜେନ କନସେନଟ୍ରେଟର୍ସ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ବର୍ତ୍ତମାନ ସହାୟତା ପାଇଁ ସମୁଦାୟ ୨୨୦ଟି ଅକ୍ସିଜେନର କନସେନଟ୍ରେଟର୍ସ ବଣ୍ଟନ କରାଯିବ। ପୂର୍ବରୁ ଅକ୍ଷୟ କୁମାର ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନକୁ କରୋନା ରୋଗୀଙ୍କର ସାହାଯ୍ୟ ନିମନ୍ତେ ଏକ କୋଟି ଟଙ୍କା ଦାନ କରିଥିଲେ। ଗୌତମ ପରେ ଅକ୍ଷୟ କୁମାରଙ୍କୁ ଟ୍ୱିଟର ସାହାଯ୍ୟରେ ଧନ୍ୟବାଦ ଜଣାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *