‘କରୋନା ଆସିଲା ରେ’, କିପରି ରାସ୍ତାରେ ବୁଲି ବୁଲି ଲୋକଙ୍କୁ ଡରାଉଛି ଭା-ଇ-ର-ସ, ଦେଖନ୍ତୁ ଏହି ଭିଡିଓ

କରୋନା ମହାମାରୀ ପୁଣି ଥରେ ସାରା ବିଶ୍ୱରେ ବ୍ୟାପିଚାଲିଛି | ଟିକା ଆସିବା ସତ୍ତ୍ୱେ ମଧ୍ୟ କରୋନା କେଶ ଦ୍ରୁତ ଗତିରେ ବଢିଚାଲିଛି | ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏହି ମାରାତ୍ମକ ମହାମାରୀ ସହିତ ଜଡିତ ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହେଉଛି | ଏହି ଭିଡିଓଗୁଡିକ ମଧ୍ୟରୁ ଯେପରି କେତେକ ରୋଗର ଚିକିତ୍ସା, ପ୍ରତିରୋଧ ସମ୍ବନ୍ଧୀୟ ସୂଚନା ଦେଇଥାଏ, ସେହିପରି କିଛି ଭିଡିଓ ଭାବପ୍ରବଣ ମଧ୍ୟ ହୋଇଥାଏ | ଯାହା ଏହି ଭୟଙ୍କର ମହାମାରୀର ପ୍ରଭାବ ମଣିଷ ଏବଂ ପଶୁମାନଙ୍କ ଉପରେ ପଡୁଥିବାର ଦେଖାଏ | କିନ୍ତୁ ଏଗୁଡିକ ବ୍ୟତୀତ ଏପରି କିଛି ମଜାଦାର ଭିଡିଓ ଅଛି, ଯାହା କି ହାଲୁକା ଉପାୟରେ କରୋନାଠାରୁ ରକ୍ଷା ପାଇବାର ଉପାୟ କହିଥାଏ | ଟ୍ୱିଟରରେ ଏହି ଭିଡିଓକୁ ଆଇପିଏସ ଅଫିସର ରୁପିନ ଶର୍ମା ସେୟାର କରିଛନ୍ତି |

କରୋନା ଭାଇରସ ସହିତ ଜଡିତ ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଠାରେ କରୋନା ନିୟମ ବିଷୟରେ ନିଜେ ଭାଇରସ ହିଁ ଆପଣଙ୍କୁ କହିବ | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୌଣସି ଗାଁ ରାସ୍ତାରେ କରୋନା ଭାଇରସ ହାତରେ ଖ-ଣ୍ଡା ଧରି ବୁଲୁଛି ଏବଂ କିଛି ପିଲା ମଧ୍ୟ ତା’ପଛରେ ଚାଲୁଛନ୍ତି | ରାସ୍ତାରେ ଚାଲି ଚାଲି ଭାଇରସ କହୁଛି, ‘ମୁଁ ସେହି କରୋନା ଭାଇରସ ଅଟେ, ଯାହାକୁ ତୁମେ ସମସ୍ତେ ଅପେକ୍ଷା କରିଛ, ମୋ ବସ | ସେତେବେଳେ ପିଲାମାନେ କରୋନା ପାଖକୁ ଆସି ଚାଲିବାକୁ ଆରମ୍ଭ କରୁଛନ୍ତି ଏବଂ ଭାଇରସ ଚିତ୍କାର କରୁଛି, “ଦୁଇ ହାତ ଦୂରତା ଜରୁରୀ” |’

ଦେଖନ୍ତୁ ଭିଡିଓ :-

ଟ୍ୱିଟରରେ ଏହି ଭିଡିଓକୁ ଆଇପିଏସ ଅଫିସର ରୁପିନ ଶର୍ମା ସେୟାର କରିଛନ୍ତି | ସୋସିଆଲ ମିଡିଆରେ ଏହି ମଜାଳିଆ ଭିଡିଓ ଲୋକମାନଙ୍କୁ ବହୁତ ଭଲ ଲାଗୁଛି | ଲୋକମାନେ ଏହାକୁ କେବଳ ପରସ୍ପରକୁ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଅନେକ ଲୋକ ସଚେତନତା ବିସ୍ତାର କରିବା ପାଇଁ ଭାଇରସ ହୋଇ ବୁଲୁଥିବା ବ୍ୟକ୍ତିଙ୍କ ଆଇଡ଼ିଆକୁ ଖୁବ ପ୍ରଶଂସା କରିଛନ୍ତି | ସେହିପରି ଅନେକ ଲୋକ ଶୀଘ୍ର ମହାମାରୀର ସମାପ୍ତି ହେଉ ବୋଲି ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *