ଦେଖନ୍ତୁ ଭିଡିଓ : ବିବାହ ପରେ ଝିଅର ବିଦାୟୀ ସମୟରେ ବାପା ଉଠାଇଲେ ଚପଲ, IPS କହିଲେ – କରୋନାର ମଧ୍ୟ ଏପରି ବିଦାୟୀ ହେବ

କରୋନା ଭାଇରସ ମାମଲା ଭାରତରେ ଲଗାତାର ଭାବରେ ବଢିଚାଲିଛି ଏବଂ ଅନେକ ରାଜ୍ୟ ଲକଡାଉନ କରିଦେଇଛି | ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଆହୁରି ବିପଜ୍ଜନକ ଭାବରେ ବଢିଚାଲିଛି | ପ୍ରତିଦିନ ୩ ଲକ୍ଷରୁ ଅଧିକ ମାମଲା ଆସୁଛି | ଅନେକ ଲୋକ କରୋନା ଭାଇରସ ଶେଷ ହେବାପାଇଁ କାମନା କରୁଛନ୍ତି | ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ବିଦାୟୀ ସମୟର ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ବିବାହ ପରେ ଝିଅର ବିଦାୟୀ ସମୟରେ ବାପା ଚପଲ ଉଠାଇଦେଲେ | ଆଇପିଏସ ଅଫିସର ରୁପିନ ଶର୍ମା ଭିଡିଓ ସେୟାର କରି ମଜାଳିଆ ରିଆକ୍ସନ ଦେଇଛନ୍ତି |

ଭିଡିଓରେ ଦେଖାଯାଇପାରେ ଯେ ବିବାହ ପରେ ବିଦାୟୀ ସମୟରେ ଝିଅ ବାରମ୍ବାର କାନ୍ଦୁଛି ଏବଂ ଫେରିଆସି ପୁଣି ବାପାଙ୍କୁ କୁଣ୍ଢାଇ ଧରୁଛି | ଅନେକଥର ଏପରି ହେବାପରେ ଯେତେବେଳେ ଶେଷରେ ଝିଅ ପୁଣି କାନ୍ଦିବାକୁ ଲାଗିଲା ଏବଂ ପୁଣି ଫେରି ଆସିଲା, ସେତେବେଳେ ବାପା ଚପଲ ଉଠାଇଦେଲେ ଏବଂ ଏବଂ ତାକୁ ବିଦାୟ ନେବାପାଇଁ କହିବାକୁ ଲାଗିଲେ | ଆଇପିଏସ ପୁରୁଣା ଭିଡିଓ ସେୟାର କରି ମଜାଳିଆ ରିଆକ୍ସନ ଦେଇଛନ୍ତି |

ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ” ଯଦି ଯିବ ନାହିଁ, ତେବେ କରୋନାର ବିଦାୟୀ ମଧ୍ୟ ଏପରି ହିଁ ହେବ | ଶେଷରେ କରୋନାର ବିଦାୟୀ ଉତ୍ସବର ଆଡ଼ଭାନ୍ସ ଭର୍ସନ ” |

ଦେଖନ୍ତୁ ଭିଡିଓ :-

ଯେଉଁ ଭିଡିଓକୁ ସେ ଏପ୍ରିଲ ୨୫ ତାରିଖରେ ସେୟାର କରିଥିଲେ, ସେହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୦୦ ରୁ ଅଧିକ ଭ୍ୟୁ ମିଳିଛି | ଏହାସହିତ ଅନେକ ଲାଇକ ଏବଂ ରିଟ୍ୱିଟ ମିଳିଛି | ଭିଡିଓ ଦେଖି ଲୋକମାନେ ହସି ହସି ବେଦମ ହେଉଛନ୍ତି | କମେଣ୍ଟ ସେକ୍ସନରେ ଲୋକମାନେ ଏପରି ରିଆକ୍ସନ ଦେଇଛନ୍ତି …

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *