ରାଜ୍ୟବାସୀଙ୍କୁ ଏକ ଝ-ଟ-କା: ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକାରଣରେ ହୋଇପାରେ ବିଳମ୍ବ

କରୋନାର କୋପକୁ ଦେଖି ସମସ୍ତେ ଭ-ୟଭୀ-ତ ହୋଇପଡ଼ିଥିଲେ, ଏହି ସମୟରେ ୧୮ ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମେ ମାସ ୧ ତାରିଖରୁ ମାଗଣା ଟିକାକରଣ କରାଯିବା ଘୋଷଣା ପରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ। ମାତ୍ର ବର୍ତ୍ତମାନ ରାଜ୍ୟବାସୀଙ୍କୁ ଏକ ଝ-ଟ-କା ମିଳିଛି। ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣ ବିଳମ୍ବରେ କରାଯାଇପାରେ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏପରି ଆ-ଶ-ଙ୍କା ପ୍ରକଟ କରିଛନ୍ତି।

ଏ ସମ୍ବନ୍ଧରେ ପରିବାର କଲ୍ୟାଣର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତିକି, ମେ ମାସରେ କୋଭିସିଲ୍ଡ ଟିକା ଆସିବାର ସମ୍ଭାବନା ଅଳ୍ପ ଅଛି। ମେ ମଧ୍ୟଭାଗ ସୁଦ୍ଧା କୋଭାସ୍କିନ ହୋଇପାରେ। କୋଭିସିଲ୍ଡ ଟିକା ପାଇଁ ଆମେ ଏକ ଚିଠି ଲେଖିଛୁ। ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ।

Google

ଏଥିସହ ସେ କହିଛନ୍ତିକି, ତୃତୀୟ ଫେଜ ଟିକା ପାଇଁ କାଲିଠାରୁ ପଂଜୀକରଣ ଆରମ୍ଭ ହେବ। COWIN ପୋର୍ଟାଲକୁ ଯାଇ ସମସ୍ତେ ପଂଜୀକରଣ କରି ପାରିବେ କିନ୍ତୁ ବର୍ତ୍ତମାନ ସ୍ଲଟ ପାଇଁ ଆପଏଣ୍ଟ ମିଳିବ ନାହିଁ। ଯେତେବେଲେ ଟିକା ମିଳିବ, ସେହି ଅନୁଯାୟୀ ପୋର୍ଟାଲ ଜ-ରି-ଆରେ ଆମେ ସ୍ଲଟ ପୂରଣ କରିବୁ। ବର୍ତ୍ତମାନ ଯେତିକି ଟିକା ଅଛି, ତାହା କେବଳ ୨ ରୁ ୩ ଦିନ ଯିବ। ବର୍ତ୍ତମାନ ୧ ଲକ୍ଷ ୨୩ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୬୫ ହଜାର କୋଭାକ୍ସିନ ଟୀକା ଅଛି।

ସୂଚନା ଅନୁସାରେ, ରାଜ୍ୟଧାନୀ ଭୁବନେଶ୍ୱରରେ ସଂକ୍ରମଣ ବର୍ତ୍ତମାନ ଲଗାମଛଡ଼ା ହୋଇ ଯାଇଛି। ଏହାକୁ ନି-ୟନ୍ତ୍ର-ଣକୁ ଆଣିବାକୁ ବିଏମସି ପ୍ରସ୍ତୁତ କରିଛି ଏକ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ। ଏଥିପାଇଁ ମିଶନ ମୋଡ଼ରେ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ ଟିକା ରାଜ୍ୟବାସୀଙ୍କୁ ଦିଆଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହି ବେଗରେ ହେଲେ ଭୁବନେଶ୍ୱରରେ ମାସକ ମଧ୍ୟରେ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଟିକା ଆସିବାକୁ ନେଇ ବର୍ତ୍ତମାନ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଟିକା ପହଞ୍ଚିଲା ପରେ ଆ-କ୍ସ-ନ ନିଆଯାଇଥିବା ପ୍ଲାନ କାର୍ଯ୍ୟକାରୀ ହେବ ବୋଲି ପରିବାର କଲ୍ୟାଣର ନିର୍ଦ୍ଦେଶକ ବିଜୟ ପାନିଗ୍ରାହୀ କହିଛନ୍ତି।

କେବଳ ସେତିକି ନୁହେଁ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ଟିକାର ଅଭାବକୁ ନେଇ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଖୋର୍ଦ୍ଧାରେ ଟିକାକରଣକୁ ନେଇ ପ୍ରବଳ ଭିଡ଼ ହେଉଛି। ଓ ବହୁ ସମୟ ଧରି ଲୋକେ ମଧ୍ୟ ଅପେକ୍ଷା କରି ରହି ଟିକା ନେଉଛନ୍ତି।

Google

ଅଧିକାଂଶ ସମୟରେ ଦୂର ଦୂରାନ୍ତରୁ ବରିଷ୍ଠ ନାଗରିକମାନେ ଟିକା ନେବାକୁ ଆସି ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହୁଛନ୍ତି। ଖରା ବଢ଼ୁଥିବା ବେଳେ ଟିକାକରଣ କେନ୍ଦ୍ରରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନାହିଁ ବୋଲି ଅ-ଭିଯୋ-ଗ କରାଯାଇଛି। ସେହିକରି ଟିକା କେତେ ପରିମାଣର ରହିଛି ଓ କାହାକୁ କାହାକୁ ଦିଆଯିବ ସେ ନେଇ କୌଣସି ତଥ୍ୟ ମଧ୍ୟ ଦିଆ ଯାଉନାହିଁ। ଯାହା ଫଳରେ ଅନେକ ଲୋକଙ୍କୁ ଅପେକ୍ଷା କରି ରହିବାକୁ ପଡ଼ୁଛି।

କେବଳ ଖୋର୍ଦ୍ଧାରେ ନୁହେଁ କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। କଟକର ସିଡିଏ ସେକ୍ଟର-୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଖରାରେ ବରିଷ୍ଠ ନାଗରିକମାନେ ଟିକା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ ମଧ୍ୟ ସେମାନଙ୍କୁ ଟିକା ମିଳି ନଥିଲା। ଏହାକୁ ନେଇ ସ୍ଥାନୀୟ ଲୋକମାନେ ପା-ଟିତୁ-ଣ୍ଡ କରିବା ସହିତ ହୋହଲ୍ଲା କରିଥିଲେ। ଉକ୍ତ କେନ୍ଦ୍ରରୁ କିଛି ଟିକା ଅନ୍ୟତ୍ର ଯାଉଥିବାର ଲୋକେ ଅ-ଭିଯୋ-ଗ କରିଛନ୍ତି। ସେହି ସମୟରେ ପୋ-ଲି-ସ ଘ-ଟ-ଣାସ୍ଥ-ଳରେ ପହଞ୍ଚି ତାହାକୁ ଜ-ବ-ତ କରିଛି। ଭ୍ୟାକ୍ସିନ ଅନ୍ୟ ଏକ କେନ୍ଦ୍ରକୁ ଯାଉଥିବା ସିଡିଏ ସେକ୍ଟର-୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କହିବା ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଉ-ତ୍ତେଜ-ନା ଥମୁ ନାହିଁ। ଘ-ଟ-ଣାସ୍ଥ-ଳରେ ପୋ-ଲି-ସ ଜଗି ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *