LPG ବୁକିଂ ନିୟମଗୁଡିକରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଯେକୌଣସି ଗ୍ୟାସ ଏଜେନ୍ସିଠାରେ ଭରିପାରିବେ ସିଲିଣ୍ଡର,ଜାଣନ୍ତୁ ୟା ଉପରେ ସମ୍ପୂର୍ଣ ସୂଚନା

LPG ସିଲିଣ୍ଡରର ବୁକିଂକୁ ନେଇ ଗତ ବର୍ଷ ନଭେମ୍ବର ୧ ତାରିଖ ୨୦୨୦ ରେ କିଛି ପରିବର୍ତ୍ତନ ଲାଗୁ ହୋଇଥିଲା | ଯେଉଁଥିରେ ଗ୍ୟାସ ସିଲିଣ୍ଡରର ବୁକିଂକୁ OTP ବେସ୍ଡ କରାଯାଇଥିଲା | ଯେଉଁଥିରେ ବୁକିଂ ସିଷ୍ଟମ ଅଧିକ ସୁରକ୍ଷିତ ଏବଂ ଭଲ ହୋଇପାରିବ | ବର୍ତ୍ତମାନ ପୁଣିଥରେ LPG ବୁକିଂ ଏବଂ ଡେଲିଭରି ସିଷ୍ଟମକୁ ଅଧିକ ସହଜ କରିବାପାଇଁ ପ୍ରସ୍ତୁତି ଚାଲିଛି |

LPG ବୁକିଂର ନିୟମ ପରିବର୍ତ୍ତନ କରିବାପାଇଁ ପ୍ରସ୍ତୁତି :-

ସରକାର ଏବଂ ତେଲ କମ୍ପାନୀ ଏହି କଥାକୁ ବିଚାର କରୁଛନ୍ତି ଯେ ଗ୍ରାହକ ପାଇଁ LPG ଗ୍ୟାସ ବୁକିଂ ଏବଂ ରିଫିଲର ସମ୍ପୂର୍ଣ ପ୍ରକ୍ରିୟାକୁ ସହଜ ଏବଂ ଦ୍ରୁତ କରାଯାଉ | ସୂଚନାନୁଯାୟୀ, ଗତ ବର୍ଷ ଯେତେବେଳେ LPG ର ନୂତନ ନିୟମ ଚର୍ଚ୍ଚା ହେଉଥିଲା, ସେତେବେଳେ ଏହି କଥାକୁ ମଧ୍ୟ ବିଚାର କରାଯାଉଥିଲା ଯେ LPG ରିଫିଲ ପାଇଁ ଗ୍ରାହକ କେବଳ ନିଜ ଏଜେନ୍ସି ଉପରେ ନିର୍ଭର ନ କରୁ | ଏହାର ପାଖାପାଖି ଯେକୌଣସି ଗ୍ୟାସ ଏଜେନ୍ସି ଥିବ, ସେଠି ସେ ନିଜର LPG ସିଲିଣ୍ଡର ରିଫିଲ କରିନେଉ | ସରକାର ଏବଂ ତୈଳ କମ୍ପାନୀମାନେ ଏଥିପାଇଁ ଏକ ଇଣ୍ଟିଗ୍ରେଟେଡ଼ ପ୍ଲାଟଫର୍ମ ପ୍ରସ୍ତୁତ କରିବେ |

ଯେକୌଣସି ଏଜେନ୍ସିଠାରେ କରିପାରିବେ LPG ରିଫିଲ :-

ଅନେକ ଥର ଗ୍ରାହକକୁ ନିଜ ଗ୍ୟାସ ଏଜେନ୍ସିରୁ ବୁକିଂ କରିବା ପରେ ରିଫିଲ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥାଏ, କାରଣ ଗ୍ରାହକଙ୍କ ଗ୍ୟାସ ଏଜେନ୍ସି ତାଙ୍କ ଘର ପାଖରେ ନ ହୋଇ କୌଣସି ଅନ୍ୟ ଅଞ୍ଚଳରେ ହୋଇଥାଏ | ଯେଉଁଠାରେ ଡେଲିଭରି ହେବାରେ ବିଳମ୍ବ ହେଉଛି | ବର୍ତ୍ତମାନ ବିଚାର କରାଯାଉଛି ଯେ ଗ୍ରାହକଙ୍କ ଯେକୌଣସି ଗ୍ୟାସ ଏଜେନ୍ସି ହୋଇଥିଲେ ମଧ୍ୟ ସେ ଯେକୌଣସି ଗ୍ୟାସ ଏଜେନ୍ସିରୁ ରିଫିଲ କରିପାରିବ | ଅର୍ଥାତ ଜଣେ ଗ୍ରାହକଙ୍କ ପାଖରେ IOC ସିଲିଣ୍ଡର ଅଛି, ତେବେ ସେ BPCL ରୁ ମଧ୍ୟ ରିଫିଲ କରିପାରିବେ | ଇଣ୍ଡିଆନ ଅଏଲ(IOC), ଭାରତ ପେଟ୍ରୋଲିୟମ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL) ଏହି ତିନୋଟି କମ୍ପାନୀ ମିଶି ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ତିଆରି କରୁଛନ୍ତି | ସରକାର ତେଲ କମ୍ପାନୀମାନଙ୍କୁ ଏହି ବିଷୟରେ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି |

ବିନା ଅଡ୍ରେସ ପ୍ରୁଫ ମିଳିବ LPG ସିଲିଣ୍ଡର :-

ଏହା ବ୍ୟତୀତ ବର୍ତ୍ତମାନ ଆପଣ 5 କିଲୋଗ୍ରାମ ସର୍ଟ-ସିଲିଣ୍ଡରର କନେକ୍ସନ ବିନା ଆଡ୍ରେସ ପ୍ରୁଫରେ ନେଇପାରିବେ | ଏହି ଛୋଟ ଗ୍ୟାସ ସିଲିଣ୍ଡରର ଲାଭ ସେହି ଲୋକମାନଙ୍କୁ ମିଳିବ, ଯେଉଁମାନେ ପ୍ରବାସୀ ଅଟନ୍ତି | ସେମାନଙ୍କ ପାଇଁ ଡ୍ରେସ ପ୍ରୁଫ ବ୍ୟବସ୍ଥା କରିବା କଷ୍ଟକର ହୋଇଥାଏ | ଏଭଳି ପରିସ୍ଥିତିରେ ଏହି ସିଷ୍ଟମ ସେମାନଙ୍କ ପାଇଁ ସୁବିଧାଜନକ ପ୍ରମାଣିତ ହେବ | ଏହି ଛୋଟ ସିଲିଣ୍ଡରକୁ ସାରା ଦେଶରେ ଯେକୌଣସି ପଏଣ୍ଟ ଅଫ ସେଲ କିମ୍ବା ଡିଷ୍ଟ୍ରିବ୍ୟୁଟରସିପ ଲୋକେସନରୁ ରିଫିଲ କରାଯାଇପାରିବ | ଅର୍ଥାତ ଆପଣ ଏହାକୁ ପେଟ୍ରୋଲ ପମ୍ପରୁ ମଧ୍ୟ ନେଇପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *