ଯାତ୍ରା କମେଡିଆନ ଜଗା ରାଉତଙ୍କର ପ-ରଲୋ-କ, ଆଉ ଜଣେ କଳାକାରଙ୍କୁ ଛଡାଇନେଲା କରୋନା

କମେଡିଆନ ଜଗା ରାଉତଙ୍କ ହସକୁ ଲି-ଭା-ଇଦେ-ଲା କରୋନା। ବୟୋଜ୍ୟଷ୍ଠ କମେଡିଆନ ତଥା ବିଶିଷ୍ଟ ମଞ୍ଚ ଅଭିନେତା ଜଗା ରାଉତଙ୍କର ପରଲୋକ। କରୋନାରେ ଆ-କ୍ରା-ନ୍ତ ହୋଇ ଚିକିତ୍ସା ହେଉଥିଲେ। ମଙ୍ଗଳବାର ଦିନ ପୂର୍ବାହ୍ନରେ ତାଙ୍କର ଦେ-ହା-ନ୍ତ ହୋଇଯାଇଛି। ଯାହାଦ୍ୱାରା ମହାମାରୀର ଶି-କା-ର ହେଇଛନ୍ତି ଆଉ ଜଣେ ଲୋକପ୍ରିୟ ଯାତ୍ରା କଳାକାର।

Google

ଯାତ୍ରା ଜଗତରେ ଜଗା ରାଉତ ଅପ୍ରତିଦ୍ୱନ୍ଦୀ ବ୍ୟଙ୍ଗ ଅଭିନେତା ଭାବରେ ବିଶେଷ ପରିଚିତ ଥିଲେ। ଦୀର୍ଘ ୬୨ ବର୍ଷ ଧରି ଯାତ୍ରାର ଅଭିନୟରେ ସେ ଜଡିତ ଥିଲେ। ଓଡ଼ିଆ ଯାତ୍ରା ଜଗତରେ ଜଗା ରାଉତ ଜଗା ମଉସା ଭାବେ ପରିଚିତ। ୧୯୫୮ ମସିହାରେ ଅଭିନୟ ଜଗତକୁ ଆସିଥିବା ଜଗା ରାଉତଙ୍କର ସାତଶଙ୍ଖ ଅପେରା କୋଣାର୍କ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିଥିଲେ। ସେ ସିନେମାରେ ମଧ୍ୟ ଅଭିନୟ କରି ସାରିଛନ୍ତି। ବୟୋଜ୍ୟେଷ୍ଠ ଯାତ୍ରା କମେଡିଆନ ଭାବରେ ଜଗା ରାଉତଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କର ମୃ-ତ୍ୟୁ ସହ ଯାତ୍ରା ଜଗତ ସହିତ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ରାଜଧାନୀ ତତେ ଦୁରୁ ଜୁହାର, ନକହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜଫୁଲ, ବୋହୁ ଆଣିଥିଲି ବେଶ୍ୟାପଡାରୁ, କହଲୋ ବଉଳ କିଏ ତୋ ବର ଯାତ୍ରାରେ ଜଗା ରାଉତ ଅଭିନୟ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *