ଆଇପିଏଲ ୨୦୨୧ : ରାହୁଲ ତ୍ରିପାଠୀ ଓଲଟି ପଡି ଧରିଲେ ହ-ଇ-ରା-ଣ କରିଦେବା ପରି ଏକ କ୍ୟାଚ, ମୟଙ୍କ ଅଗ୍ରୱାଲ ହୋଇଗଲେ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ

କେକେଆର ଅନୁଶାସିତ ବୋଲିଂ ଓ ଅଧିନାୟକ ଇଆନ ମୋର୍ଗାନଙ୍କ ଫର୍ମରେ ଫେରିବାପରେ ପଞ୍ଜାବ କିଙ୍ଗସକୁ 5 ଉଇକେଟରେ ଲଗାତାର ଚାରି ମ୍ୟାଚ ହାରିବାପରେ ହରାଇ ଦେଇଛି । ମ୍ୟାଚରେ ରାହୁଲ ତ୍ରିପାଠୀ ଓଲଟି ପଡି ମୟଙ୍କ ଅଗ୍ରୱାଲଙ୍କ ଏକ ଅଦ୍ଭୁତ କ୍ୟାଚ ନେଇଥିଲେ । ଏହି କ୍ୟାଚ ସମସ୍ତଙ୍କୁ ହଇରାଣ କରିଦେଇଥିଲା । ଖେଳାଳି ମାନେ ଏହି କ୍ୟାଚ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସୋସିଆଲ ମିଡିଆରେ ଏହି କ୍ୟାଚ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି ।

ପଞ୍ଜାବ କିଙ୍ଗସର ଆରମ୍ଭ ବହୁତ ଖରାପ ଥିଲା । 11 ଓଭରରେ 3 ଉଇକେଟ ହରାଇ ସେ ମାତ୍ର 60 ରନ କରିଥିଲା । କେକେଆର ବୋଲର ପଞ୍ଜାବ ଉପରେ ଆରମ୍ଭରୁ ଚାପ ପକାଇ ରଖିଥିଲେ । 12 ତମ ଓଭରରେ ସୁନୀଲ ନାରିନ ବୋଲିଂ କରିବାକୁ ଆସିଥିଲେ । ତାଙ୍କ ବଲ କୁ ମୟଙ୍କ ଅଗ୍ରୱାଲ ଏକ ବଡ଼ ଶର୍ଟ ଖେଳିବାକୁ ଚେଷ୍ଟା କରିଥିଲେ । ବାଉଣ୍ଡାରୀ ପାଖରେ ଛିଡ଼ା ହୋଇଥିବା ରାହୁଲ ତ୍ରିପାଠୀ ଦୌଡ଼ି ଦୌଡ଼ି ଆସି ଓଲଟି ପଡି ଏକ କ୍ୟାଚ ଧରିଥିଲେ ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ।

ପଞ୍ଜାବ କିଙ୍ଗସର ଏହା ଚତୁର୍ଥ ପରାଜୟ ଥିଲା । ଉଭୟ ଦଳ ବର୍ତ୍ତମାନ 4 ପଏଣ୍ଟ ପାଇଛନ୍ତି । କେକେଆର ଭଲ ନେଟ ରନରେଟ ସହିତ ପଞ୍ଚମ ସ୍ଥାନରେ ରହିଛି । ଏହାପୂର୍ବରୁ କେକେଆର ଅନ୍ତିମ ସ୍ଥାନରେ ଥିଲା ।

ପଞ୍ଜାବ ପ୍ରଥମେ ବ୍ୟାଟିଂ କରି 123 ରନ କରିଥିଲା । ମୟଙ୍କ ଅଗ୍ରୱାଲଙ୍କ ସଂଘର୍ଷପୂର୍ଣ 34 ବଲରୁ 31 ରନ ଓ କ୍ରିସ ଜୋର୍ଡାନଙ୍କ ଚମତ୍କାର 18 ବଲରୁ 30 ରନ ଦ୍ୱାରା ଦଳ 120 ପାର ହୋଇଥିଲା ।

କେକେଆର ର ମଧ୍ୟ ଆରମ୍ଭ ଠିକ ନଥିଲା କିନ୍ତୁ ଅଧିନାୟକ ମୋର୍ଗାନଙ୍କ 47 ରନ ଓ ରାହୁଲ ତ୍ରିପାଠୀଙ୍କ 32 ବଲରୁ 41 ରନ ବଳରେ ଦଳ 16.4 ଓଭରରେ ଲକ୍ଷ୍ୟ ହାସଲ କରିଥିଲା।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *