ଭାରତ ହାତରୁ ଖସି ଯାଇପାରେ କୋଭିଡ୍-୧୯ କାରଣରୁ ଟି-୨୦ ବିଶ୍ଵକପର ଆୟୋଜନ, ଆଇସିସିର ପ୍ଲାନ ବି କ’ଣ ରହିଛି?

କୋଭିଡ-୧୯ ମହାମାରୀ ଦେଶରେ ଦିନକୁ ଦିନ ବିକଟାଳ ରୂପ ନେବାରେ ଲାଗିଛି। ଭାରତରେ ଗତ କିଛି ଦିନ ହେବ ଦୈନିକ ତିନି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ଭାରତରେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୧ ଖେଳାଯାଉଛି। ବର୍ଷର ଶେଷ ଆଡକୁ ପୁଣି ଟି-୨୦ ବିଶ୍ଵକପ ଆୟୋଜନ ହେବ। କିନ୍ତୁ ବର୍ତ୍ତମାନ ଦେଶରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ଟି-୨୦ ବିଶ୍ଵକପକୁ ଭାରତରୁ ଅନ୍ୟ ଦେଶକୁ ସ୍ଥାନାନ୍ତରଣ କରିପାରନ୍ତି।

ଡେଲିମେଲର ଖବର ଅନୁସାରେ, ଟି-୨୦ ବିଶ୍ଵକପକୁ ଆଉ ମାତ୍ର ଛଅ ମାସ ବାକି ଅଛି। ଯେଉଁଭଳି ଭାବରେ ଭାରତରେ ବର୍ତ୍ତମାନ କରୋନାର ସ୍ଥିତି ଅଛି ତାହାକୁ ଆଖି ଆଗରେ ରଖି ୟୁଏଇରେ ବିଶ୍ଵକପକୁ ଆୟୋଜନ କରାଯାଇପାରେ। ୟୁଏଇକୁ ମଧ୍ୟ ଆଇସିସି ବିକଳ୍ପ ଭେନ୍ୟୁ ଭାବରେ ପ୍ରସ୍ତୁତ ରଖିଛି। ୟୁଏଇରେ ଗତ ବର୍ଷ ସଫଳତାର ସହ ଆଇପିଏଲକୁ ଆୟୋଜନ କରାଯାଇଥିଲା।

Google

ଅଷ୍ଟ୍ରେଲିଆରେ ଗତ ବର୍ଷ ଟି-୨୦ ବିଶ୍ଵକପ ଖେଳାଯିବାର ଥିଲା। କିନ୍ତୁ କୋଭିଡ-୧୯ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ଏହି ବିଶ୍ଵ କପ୍ ଆୟୋଜନ ହେବାର ଥିଲା। ଅପରପକ୍ଷେ ଚଳିତ ବର୍ଷ ବିଶ୍ଵକପ ପାଇଁ ଭାରତର ନଅଟି ସହରକୁ ଚୟନ କରାଯାଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *