CSK vs RCB : ବିରାଟ ବାହିନୀଙ୍କୁ ହରାଇବାର ଫର୍ମୁଲା କହିଲେ ଧୋନୀ,ଜାଣନ୍ତୁ କଣ କହିଲେ ଧୋନୀ

ଶନିବାର ଦିନ ଧୋନୀ ସେନା ଆରସିବିକୁ ଚିତ କରିଦେଲେ । ସିଏସକେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ କୋହଲି ବାହିନୀକୁ 69 ରନରେ ହରାଇଦେଇଛି । ଲକ୍ଷ୍ୟ ର ପିଛା କରି ଆରସିବି ଦଳର ସବୁ ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଇଥିଲେ। ମ୍ୟାଚ ପରେ ଧୋନୀଙ୍କୁ ଏହି ବିଜୟ ବିଷୟରେ ପ୍ରଶ୍ନ କରାଗଲା ଓ ସେ ଏହାର ସବୁ ତଥ୍ୟ କହିଦେଇଥିଲେ ।

ଧୋନୀ, ଯେଡ଼େଜାଙ୍କୁ ନେଇ କହିଥିଲେ କି, ଇଏ ହେଉଛି ସେହି ଖେଳାଳି ଯିଏକି ନିଜ ଉପରେ ମ୍ୟାଚ ବଦଳାଇବାକୁ କ୍ଷମତା ରଖିଥାଏ । ବିଗତ କିଛିବର୍ଷରେ ଆମେ ତାଙ୍କ ବ୍ୟାଟିଂ ଓ ବୋଲିଂରେ ବହୁତ ପରିବର୍ତ୍ତନ ଦେଖିସାରିଛୁ । ତାଙ୍କୁ ଅଧିକ ମୌକା ମିଳିଲେ ସେ ନିଜର ଖେଳକୁ ଆହୁରି ବିକଶିତ କରିଦେବ।

ରଣନୀତିର କଥା କହିବାକୁ ଗଲେ ବୋଲରଙ୍କୁ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ବିରୁଦ୍ଧରେ ବୋଲିଂ କରିବାକୁ ଟିକେ ସମସ୍ୟା ହୋଇଥାଏ ଯେତେବେଳେ ବାମହାତୀ ବ୍ୟାଟ୍ସମ୍ୟାନ ଆଗକୁ ଯାଇ ଶର୍ଟ ମାରିବାକୁ ଉଦ୍ୟମ କରିଥାଏ । ଆମେ ଏହି ରଣନୀତି ରଖିଥିଲୁ ଓ ଜାଡେଜାଙ୍କୁ ହର୍ଷଲଙ୍କ ବିରୁଦ୍ଧରେ ଆକ୍ରମଣତ୍ମକ କ୍ରିକେଟ ଖେଳିବାକୁ କହିଥିଲୁ।

ଧୋନୀଙ୍କୁ ପଚରାଗଲା ଆପଣ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଯାହାକି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏହାଉପରେ ଧୋନୀ କହିଥିଲେ, ଆମେ ବିଜୟକୁ କେବେବି ଆକଳନ କରିପାରିବା ନାହିଁ ଓ ଏହାଉପରେ କାହାର ମଧ୍ୟ ଦାବି ରହିନଥାଏ । ପ୍ରତ୍ୟେକ ଜିତିବାକୁ ଚାହିଁଥାନ୍ତି ଶେଷରେ ଯିଏ ଏହାର ଯୋଗ୍ୟ ହେଲା ତାକୁ ହିଁ ବିଜୟ ମିଳିଥାଏ ।

ଯେତେବେଳେ ମୁଁ ଟସ ପାଇଁ ଯାଉଥିଲି ସେତେବେଳେ କୋଚ୍ ଷ୍ଟିଫେନ ଫ୍ଲେମିଂଙ୍କୁ ପଚାରିଥିଲି କଣ କରିବା ଉଚିତ ? ଆମେ ଦେଖିଥିଲୁ ହିଟ ଅଧିକ ଅଛି ଓ ଦ୍ଵିତୀୟ ପାଳିରେ ବୋଲିଂ କଲେ ଆମ ସ୍ପିନ ବୋଲରଙ୍କୁ ଫାଇଦା ମିଳିବ । ଧୋନୀ କହିଥିଲେ, ଏହି ପିଚରେ 160 ରୁ 170 ରନ ଯଥେଷ୍ଟ ଥିଲା କିନ୍ତୁ ଜାଡୁଙ୍କ ଅତିରିକ୍ତ 37 ରନ ଆମକୁ ବହୁତ ଫାଇଦା ଦେଇଥିଲା । ଜାଡୁଙ୍କ ଏହି ରନ ଆମକୁ ବୃହତ ସ୍କୋର କରିବାରେ ସାହାର୍ଯ୍ୟ କରିଥିଲା ଓ ପ୍ରତିପକ୍ଷକୁ ଏଥିରେ ବହୁତ ସମସ୍ୟା ହୋଇଥିଲା।

ଧୋନୀ କହିଥିଲେ, ପ୍ରଥମରୁ ଆମେ ଆରସିବିର କିଛି ଉଇକେଟ ନେଇ ଏହି ଲକ୍ଷ୍ୟକୁ ଆହୁରି ବଡ଼ କରିଦେଇଥିଲୁ । ଧୋନୀ କହିଥିଲେ, ସେ ବହୁତ ସମୟ ହେବ ଏହି ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି ଓ ଆରସିବି ବିପକ୍ଷରେ ଏହି ରଣାନୀତି ବହୁତ ଫାଇଦା ମଧ୍ୟ ଦେଇଛି । ଧୋନୀ କହିଥିଲେ, ବିଗତ ବର୍ଷ ଠାରୁ ମଧ୍ୟ କିଛି ବଦଳିନାହିଁ । ସେ କହିଥିଲେ, ବିଗତଥର ପରି ଏହିଥର ମଧ୍ୟ ଷ୍ଟିଫେନ ଫ୍ଲେମିଂ ଓ ମୋ ମଧ୍ୟରେ ଆଲୋଚନା ଥିଲା କି, ଆମକୁ ପ୍ରୋସେସ ଉପରେ କାମ କରିବାକୁ ହେବ ପରେ ଫଳାଫଳ ଯାହାବି ହେଉ ଏଥିରେ ଆମକୁ ବିଚଳିତ ହେବା କଥା ନୁହେଁ ।

ଧୋନୀ ନିଜ ଇଣ୍ଟରଭୟୁ ମାଧ୍ୟମରେ କହିଥିଲେ, ଆପଣଙ୍କ ଅସଲି ପରୀକ୍ଷା ସେବେ ହୋଇଥାଏ ଯେତେବେଳେ ସବୁ ଆପଣଙ୍କ ବିପକ୍ଷରେ ଥାଏ । ଏଥିରୁ ଆପଣଙ୍କୁ ଅଧିକ ସମ୍ମାନ ମିଳିଥାଏ । ଧୋନୀ ସର୍ବଦା ଏହି କଥାକୁ ମାନନ୍ତି କି, ଆପଣଙ୍କ କାମ ଆପଣଙ୍କ ଶବ୍ଦ ଠାରୁ ଅଧିକ ପ୍ରଭାବଶାଳୀ ରହିବା ଉଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *