ତାତିରେ ଶିଝିଲା ରାଜଧାନୀ ଭୁବନେଶ୍ଵର:ଆହୁରି ୩ ଦିନ ପର୍ଯ୍ୟନ୍ତ ଛଟପଟ କରିବ ଗରମ,ଜାଣନ୍ତୁ ଆପଣଙ୍କ ସହରର ତାପମାତ୍ରା କେତେ ?

ଆଜି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ଵର।ଗତକାଲି ଭୁବନେଶ୍ଵରର ତାପମାତ୍ରା ୪୨.୨ ଡିଗ୍ରୀ ଥିବା ସମୟରେ ଆଜି ଆଉ ୧ ଡିଗ୍ରୀ ବୃଦ୍ଧି ପାଇ ୪୩.୨ ଡିଗ୍ରୀ ରହିଛି। ଓଡ଼ିଶା ରାଜ୍ୟର ରାଜ୍ୟବାସୀ ଅସହ୍ୟ ତାତି ପାଇଁ ଛଟପଟ ହେଉଛନ୍ତି। ଏଥିସହ ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହିଛି।

ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ଉପକୂଳ ଓଡ଼ିଶା ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ଅସହ୍ୟ ଗରମରେ ଛଟପଟ ହେବେ। ଆଉ ଅନ୍ୟ ପାର୍ଶ୍ବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରିଛନ୍ତି। ଗତକାଲି ଭୁବନେଶ୍ୱର ସହିତ ବିଭିନ୍ନ ସହରରେ ସକାଳୁ ପ୍ରଚଣ୍ଡ ଖରା କାଟିଥିଲା। ଆଉ ୧୧ଟା ପରେ ତାତିର ସ୍ଥିତି ପୂରା ଅସମ୍ଭାଳ ହୋଇଯାଇଥିଲା। ଆକାଶରୁ ଯେପରି ନିଆଁ ଖଣ୍ଡ ପଡୁଥିଲା। ସଟଡାଉନ ପାଇଁ ସହରାଞ୍ଚଳବାସି ଘରେ ଥିଲେ ମଧ୍ୟ ଗରମରୁ ନିସ୍ତାର ମିଳିନଥିଲା।

Google

ଆଜି ବୌଦ୍ଧ ଅଞ୍ଚଳରେ ୪୨.୫ ଡିଗ୍ରୀ,ଟିଟିଲାଗଡ଼ ଅଞ୍ଚଳରେ ୪୨, ବାରିପଦା ଅଞ୍ଚଳରେ ୪୨.୪, ଝାରସୁଗୁଡ଼ା ଅଞ୍ଚଳରେ ୪୧.୮, ସମ୍ବଲପୁର ଅଞ୍ଚଳରେ ୪୧.୫, ତାଳଚେର ଅଞ୍ଚାଲରେ ୪୧.୧, ବଲାଙ୍ଗିର ଅଞ୍ଚଳରେ ୪୧.୨, ସୋନପୁର ଅଞ୍ଚଳରେ ୪୧, ନୟାଗଡ଼ ଅଞ୍ଚଳରେ ୪୧.୫, ସୋନପୁର ଅଞ୍ଚଳରେ ୪୧, ସୁନ୍ଦରଗଡ଼ ଅଞ୍ଚଳରେ ୪୧, ବାଲେଶ୍ୱର ଅଞ୍ଚଳରେ ୪୦.୯, କଟକ ଅଞ୍ଚଳରେ ୪୦.୮, ଅନୁଗୁଳ ଅଞ୍ଚଳରେ ୪୦.୯, ହୀରାକୁଦ ଅଞ୍ଚଳରେ ୪୦.୩, ଭବାନୀପାଟଣା ଅଞ୍ଚଳରେ ୪୦.୬, ମାଲକାନଗିରି ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରାରେ ସିଝିଥିଲା।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁସାରେ, ସୋମବାର ଦିନ ସାମୁଦ୍ରିକ ପବନ ବହିବାର ସମ୍ଭାବନା କମ ରହିଛି। ସେଥିପାଇଁ ସୋମବାର ଦିନ ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିବ। ଆଉ ମଙ୍ଗଳବାର ଦିନ ତାପମାତ୍ରା ୪୦ ଡିଗ୍ରୀରୁ କମିବ। ବୁଧବାର ଦିନ ଏହା ୩୮ ଡିଗ୍ରୀରୁ କମି ଅନ୍ୟ ୪ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିପାରେ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୨୯ ତାରିଖ ଦିନ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିପାରେ ବୋଲି ସେ ସୂଚନା ଦେଇଛନ୍ତି। ଏପ୍ରିଲ ୩୦ ତାରିଖ ଠାରୁ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଦେଖାଦେଇପାରେ। ମେ ମାସ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ଅଧିକ ହୋଇପାରେ। ଉପକୂଳ ଜିଲ୍ଲାରେ ମେ ମାସ ୩ ତାରିଖ ଓ ୪ ତାରିଖରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *