ଦୟା କରି ଧ୍ୟାନ ଦିଅନ୍ତୁ :ମେ ମାସରେ ଏହି ୧୨ ଦିନ ଵନ୍ଦ ରହିବ ବ୍ୟାଙ୍କ,ତେଣୁ ଯାହା ବି ବ୍ୟାଙ୍କରେ କାମ ଅଛି ଯଥା ଶୀଘ୍ର ସାରି ଦିଅନ୍ତୁ

କରୋନା ସମୟରେ ଏମିତିକା ଦେଶର କାମଧନ୍ଦା ଶୋଚନୀୟ ଭାବେ ପ୍ରଭାବିତ ହୋଇଥିଲା,ଏମିତିରେ ବ୍ୟାଙ୍କ ଗୁଡିକର ଛୁଟି ଆହୁରି ସମସ୍ୟା ବଢାଇପାରେ|ମଇ ମାସ ଆରମ୍ଭ ହେବାକୁ ଯାଉଅଛି,ଏଥିରେ ପାଖାପାଖି ୧୨ଦିନ ଛୁଟି ହେବାକୁ ଯାଉଛି|ଏମିତିରେ ଆପଣ ସାବଧାନ ହୋଇ ଆପଣଙ୍କ ବ୍ୟାଙ୍କ କାମ ସାରି ଦିଅନ୍ତୁ ନହେଲେ ଆର୍ଥିକ ଅସୁବିଧା ସମ୍ମୁଖୀନ ହୋଇପାରନ୍ତି|

କରୋନାର ଦ୍ୱିତୀୟ ଲହର ପାଇଁ ରାଜ୍ୟରେ ଲକଡାଉନ ଓ ଅନ୍ୟାନ୍ୟ ପ୍ରତିବନ୍ଧକ ଲାଗିଛି|ବ୍ୟାଙ୍କ ଚାଲୁଅଛି କିନ୍ତୁ ସିମୀତ ସମୟ ପାଇଁ|କେଉଁଠି ୪ ଘଣ୍ଟା ଖୋଲା ତ କେଉଁଠି ପୂରା ଦିନ|ମଇ ମାସର କ୍ୟାଲେଣ୍ଡର ଅନୁସାରେ ୧୨ଦିନ ବ୍ୟାଙ୍କ ବନ୍ଦ ରହିବ|୧ ଦିନ ମଇ ଦିବସ ମନାଯିବ|ଏହିଦିନ ମଜଦୂର ଦିବସ ପାଳନ କରାଯାଏ|କିଛି ରାଜ୍ୟରେ ଏହି ଛୁଟି ରହିବାରୁ ବ୍ୟାଙ୍କ ବନ୍ଦ ରହିବ|୨ ମଇ ରବିବାର ଯୋଗୁଁ ଛୁଟି ରହିବ|

୮ ଓ ୨୨ ମଇ ଦିନ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଛି|ଏହିଦିନରେ କାମ ହେବ ନାହିଁ|ଏହାସହ ୨,୯,୧୬,୨୩,୩୦ ମଇରେ ରବିବାର ଛୁଟି ପଡୁଛି|

୧ ମଇ ମଜଦୂର ଦିବସ,୭ ମଇ ଜମାତୁଲ ବିଦା,୧୩ ମଇ ଇ ଦୁଲ ଫିତର,୧୪ ମଇ ଅକ୍ଷୟ ତୃତୀୟା,୨୬ ମଇ ବୁଦ୍ଧ ପୂର୍ଣ୍ଣିମା|

ବ୍ୟାଙ୍କର ଶିର୍ଷ ସଂଗଠନ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍ ମାନେ ଆଇବିଏ କରୋନା ପ୍ରଭାବକୁ ଦେଖିକି ସକାଳ ୧୦ରୁ ୨ ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲିବାକୁ ମତ ଦେଇଛନ୍ତି|ମଧ୍ୟପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରେ ଏବେବି ସିମୀତ ସମୟ ପାଇଁ ଵ୍ୟାଙ୍କ ଖୋଲା ରହିଛି|ମାତ୍ର ୪-୫ ଘଣ୍ଟା କାମ ଯୋଗୁଁ ବ୍ୟାଙ୍କିଙ୍ଗ କାମ ପ୍ରଭାବିତ ହେଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *