ଆମ୍ବୁଲାନ୍ସ ନମିଳିବାରୁ ପିତାଙ୍କ ଶ-ବକୁ କାରରେ ଲଦି ପୁଅ ନେଇଗଲା ମୋକ୍ଷ ଧାମ,ଏ ଚିତ୍ର ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

ଆଗ୍ରା ର ବୃଜ ଅଞ୍ଚଳରେ ବଢୁଥିବା କରୋନା ସଂକ୍ରମଣ ସେଠାରେ ଚିନ୍ତାର କାରଣ ସୃଷ୍ଟି କରିଛି । ସୂଚନା ସାମ୍ନାକୁ ଆସୁଛି ଲୋକଙ୍କୁ ନିଜର ପରିଜନଙ୍କ ଅନ୍ତିମ ସଂସ୍କାର ପାଇଁ ମୋକ୍ଷଧାମ ରେ 5 ରୁ 6 ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି । ଏତିକି ମଧ୍ୟ ନୁହେଁ ଶ-ବ କୁ ଆଣିବାପାଇଁ ଆମ୍ବୁଲାନ୍ସର ଅଭାବ ମଧ୍ୟ ଦେଖାଯାଉଛି । ଫୋଟୋରେ ଆପଣ ଦେଖିପାରୁଥିବେ ଆମ୍ବୁଲାନ୍ସ ଅଭାବରୁ ପୁଅଟି ନିଜ ବାପା ର ଶ-ବକୁ କାର ଉପରେ ଲଦି ମୋକ୍ଷଧାମ ନେଇଯାଉଛି ।

ଏହି ଦୃଶ୍ୟକୁ ଦେଖି ମୋକ୍ଷଧାମରେ ଉପସ୍ଥିତ ଥିବା ଲୋକମାନଙ୍କ ଆଖିରେ ଲୁହ ଆସିଯାଇଥିଲା । କିଛି ଘଣ୍ଟା ପରେ ଶ-ବ ଦାହର ସମୟ ଆସିଥିଲା ଓ ପୁଅ ନିଜ ବାପାଙ୍କ ଶ-ବକୁ ଅନ୍ତିମ ସଂସ୍କାର କରିପାରିଥିଲା।

ଆଗ୍ରାରେ ସଂକ୍ରମିତଙ୍କ ସଂଖ୍ୟା 600 ରୁ ଉର୍ଦ୍ଧ୍ବରେ ପହଞ୍ଚିଛି। ବିଗତ 9 ଦିନରେ ପାଖାପାଖି 35 ଜଣ ସଂକ୍ରମିତଙ୍କ ମୃ-ତ୍ୟୁ ହୋଇଯାଇଛି । ମାଇଁପୁରୀରେ 8, ଫିରୋଜାବାଦରେ 2 ଓ ଆଗ୍ରାରେ 5 ଜଣଙ୍କ ଗୋଟିଏ ଦିନରେ ମୃ-ତ୍ୟୁ ହୋଇଯାଇଛି । ଆଗ୍ରାର ଘରୋଇ ହସ୍ପିଟାଲ ରୋଗୀ ମାନଙ୍କୁ ଭର୍ତ୍ତି କରୁନାହାନ୍ତି ଓ ସ୍ଥାନୀୟ ହସ୍ପିଟାଲ ଯଥାକ୍ରମେ: ଫିରୋଜାବାଦ ଓ ମଥୁରାର ଅବସ୍ଥା ବି ସଙ୍ଗୀନ । ମାଇଁପୁରରେ 369, ଏଟା ରେ 237, ମଥୁରାରେ 190, ଫିରୋଜାବାଦରେ 80 ଓ କାସଗଞ୍ଜରେ 42 ନୂଆ କରୋନା ରୋଗୀ ମିଳିଛନ୍ତି ।

ଏହି ଯ-ନ୍ତ୍ର-ଣା-ଦା-ୟ-କ ସମୟ ଭିତରେ କିଛି ରାଜନେତା ଏହାଉପରେ ରାଜନୀତି କରୁଛନ୍ତି । ସମାଜବାଦୀ ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ରାମ ଗୋପାଳ ବଘେଲ ଇଣ୍ଡିଆ ଟୁଡ଼େକୁ କହିଥିଲେ, କରୋନାର ଏହି ଭୟଙ୍କର ସ୍ଥିତି ପାଇଁ ଦେଶ ଓ ରାଜ୍ୟବାସୀ ଦାୟୀ ଅଟନ୍ତି । ଆମେ ଦେଖିପାରୁଛେ ଏହାକୁ ଅଟକାଇବା ପାଇଁ ବିଜେପି ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି । ଭାଜପା ନେତା ସେମାନଙ୍କ ବିଫଳତାକୁ ଲୁଚାଇବାକୁ ପୋ-ଲି-ସକୁ ଦୋଷ ଦେଉଛନ୍ତି । ଅକ୍ସିଜେନ ଓ ମେଡ଼ିସିନ ଭଳି ଅଭାବ ଦେଶର ପ୍ରତ୍ୟେକ ହସ୍ପିଟାଲରେ ଦେଖିବାକୁ ମିଳୁଛି ।

ଅନ୍ୟପଟରେ ସାମାଜିକ କାର୍ଯ୍ୟକର୍ତା ବିଜୟ ଉପାଧ୍ୟାୟ କହିଥିଲେ, କରୋନାକୁ ଡ଼ରନ୍ତୁ ନାହିଁ, ମାସ୍କ ଲଗାନ୍ତୁ ଓ ସାବଧାନ ଅବଲମ୍ବନ କରନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । WHO ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *