ସଂକ୍ରମଣ ବଢୁଅଛି: ସାରା ରାଜ୍ୟରେ ୧୪ଦିନ ପାଇଁ ଲାଗୁ ହେଲା ଲକଡାଉନ, ମୁଖ୍ୟମନ୍ତ୍ରୀ କରିଲେ ଘୋଷଣା

କରୋନାର ଭ-ୟାବ-ହତା ସାରାଦେଶରେ ବଢିବାରେ ଲାଗିଛି। କର୍ଣ୍ଣାଟକରେ ମଧ୍ୟ ଏହି ସ୍ଥିତି ଅଣାୟତ ହେବାକୁ ଲାଗିଲାଣି। କର୍ଣ୍ଣାଟକ ସରକାର ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ ଲାଗୁ କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ . ୟେଦିୟୁରପ୍ପା ମଙ୍ଗଳବାର ଦିନ ରାତି ୯ଟାରୁ ଏହି ନିୟମ ଲାଗୁହେବ ବୋଲି ଘୋଷଣା କରିଛନ୍ତି। କର୍ଣ୍ଣାଟକରେ ୧୪ ଦିନ ପର୍ଯ୍ଯନ୍ତ ଲକଡାଉନ ଲାଗୁ ରହିବ ବୋଲି ଘୋଷଣା କରିଛନ୍ତି।

ଲକଡାଉନ ସମୟକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି। ଅତି ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ଟା ରୁ ଦିନ ୧୦ଟା ପର୍ଯ୍ଯନ୍ତ କ-ଟକ-ଣାକୁ କୋହଳ କରାଯାଇଛି। ରାଜ୍ୟ ସରକାର ଦିନ ୧୦ଟା ପରେ ସମସ୍ତ ଦୋକାନ ବଜାରକୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। ଦିନ ୧୦ଟା ପରେ ନିର୍ଦ୍ଦିଷ୍ଟ କିଛି ସଂସ୍ଥାକୁ ଚାଲୁ ରଖିବା ପାଇଁ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ନିର୍ମାଣ କାର୍ଯ୍ୟ, ଉତ୍ପାଦନ କ୍ଷେତ୍ର, ଚାଷ କାର୍ଯ୍ୟ ଏବଂ ଜ-ରୁ-ରୀ ସେବାକୁ ଲକଡାଉନରୁ ବା-ଦ କରିଦିଆ ଯାଇଛି। ସର୍ବସାଧାରଣ ପରିବହନ ସେବାକୁ ବନ୍ଦ ରଖିବା ନେଇ ଏକ ନିର୍ଦେଶାବଳୀ ଜା-ରୀ କରାଯାଇଛି।

Google

ସୂଚନା ଅନୁସାରେ, କର୍ଣ୍ଣାଟକରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪,୮୦୪ ନୂଆ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୧୪୩ ଜଣ ଆ-କ୍ରା-ନ୍ତଙ୍କର ମୃ-ତ୍ୟୁ ହୋଇଛି। କେବଳ ବେଙ୍ଗଲୋରରେ ୨୦,୭୩୩ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ବର୍ତ୍ତମାନ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପା ସଂକ୍ରମଣ ସଂଖ୍ୟା ବୃଦ୍ଧିପାଉଥିବାରୁ ବାଧ୍ୟ ହୋଇ ୧୪ ଦିନ ପାଇଁ ଲକଡାଉନ ଲାଗୁ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *