ଆଇପିଏଲ ୨୦୨୧ : ପବନରେ ଉଡ଼ିଉଡି ଚେତନ ସକାରିଆ ଧରିଲେ ଏହି ଅଦ୍ଭୁତ କ୍ୟାଚ,ଦେଖନ୍ତୁ ଭିଡ଼ିଓ

ରାଜସ୍ଥାନ ରୟାଲସ ଯୁବା ଖେଳାଳି ଚେତନ ସକାରିଆ ନିଜ ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଚେତନ ସକାରିଆ ଆଇପିଏଲର 18 ତମ ମ୍ୟାଚରେ କୋଲକାତା ନାଇଟ ରାଇଡ଼ର୍ସ ବିପକ୍ଷରେ ଚମତ୍କାର ବୋଲିଂ ସହିତ ସୁନ୍ଦର କ୍ଷେତ୍ର ରକ୍ଷଣ ମଧ୍ୟ କରିଥିଲେ ।

ଚେତନ ଏହି ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କ ଏକ ସୁନ୍ଦର କ୍ୟାଚ ଧରି ନେଇଥିଲେ । ଦୀନେଶ କାର୍ତ୍ତିକ ଏକ୍ସଟ୍ରା କଭର ଉପରେ ଶର୍ଟ ମାରିଲେ ଯାହାକୁ ସକାରିଆ ଡେଇଁ ପଡି ଦୁଇ ହାତରେ ଧରିନେଲେ । ଏହି ମୁକାବିଲାରେ ସେ 4 ଓଭର ବୋଲିଂ କରି 31 ରନ ଦେଇ 1 ଉଇକେଟ ନେଇଥିଲେ ।

ସକାରିଆ ଏପର୍ଯ୍ୟନ୍ତ ଆଇପିଏଲରେ 7 ଉଇକେଟ ନେଇଛନ୍ତି। ପଞ୍ଜାବ ଓ ଚେନ୍ନାଇ ବିପକ୍ଷ ମ୍ୟାଚରେ ସେ 3-3 ଉଇକେଟ ନେଇଥିଲେ । ସେ ନିଜ ବୋଲିଂରେ କେଏଲ ରାହୁଲ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନୀ ଓ ନୀତିଶ ରାଣାଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ ।

ଏହା ଚେତନଙ୍କ ପ୍ରଥମ ଆଇପିଏଲ ଅଟେ । ଏହାପୂର୍ବରୁ ସେ ଆରସିବିରେ ନେଟ ବୋଲର ଭାବରେ ଖେଳୁଥିଲେ । ଏହି ବାମହାତୀ ବୋଲର ଜଣକ ସୌରାଷ୍ଟ୍ରର ଅଟନ୍ତି । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନୁହେଁ । ଏକ ସମୟ ଥିଲା ଯେଉଁ ସମୟରେ ଚେତନଙ୍କ ପିତା ଟେମ୍ପୁ ଚଳାଉଥିଲେ । ଚେତନଙ୍କ ଘରେ ପାଞ୍ଚବର୍ଷ ପୂର୍ବରୁ ଟିଭି ମଧ୍ୟ ନଥିଲା, ସେ ମ୍ୟାଚ ଦେଖିବାକୁ ନିଜ ବନ୍ଧୁଙ୍କ ଘରକୁ ଯାଉଥିଲେ ।

ମ୍ୟାଚ କଥା କହିବାକୁ ଗଲେ, କେକେଆର ପ୍ରଥମେ ବ୍ୟାଟିଂ କରି 20 ଓଭରରେ 9 ଉଇକେଟ ହରାଇ 133 ରନ କରିଥିଲେ । ଦଳ ତରଫରୁ ରାହୁଲ ତ୍ରିପାଠୀ ସବୁଠାରୁ ଅଧିକ 36 ରନ କରିଥିଲେ । ରାଜସ୍ଥାନ ତରଫରୁ କ୍ରିସ ମୋରିସ 4 ଓଭରରେ 23 ରନ ଦେଇ 4 ଉଇକେଟ ନେଇଥିଲେ । ଜବାବରେ ରାଜସ୍ଥାନ 18.4 ଓଭରରେ 4ଉଇକେଟ ହରାଇ 134 ରନ କରିଥିଲା । ରାଜସ୍ଥାନ ତରଫରୁ ସଞ୍ଜୁ ସାମସନ 42 ରନର ପାଳି ଖେଳିଥିଲେ ।

ରାଜସ୍ଥାନ ବର୍ତ୍ତମାନ 5 ମ୍ୟାଚରୁ 2 ବିଜୟ ସହିତ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି । ସେହିପରି କେକେଆର ଅନ୍ତିମ ସ୍ଥାନରେ ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *