ଆଇପିଏଲ ୨୦୨୧ : ରାଜସ୍ଥାନ ରୟାଲସକୁ ଶକ୍ତ ଝଟକା, ଆଇପିଏଲ ଅଧାରୁ ଦଳ ଛାଡ଼ି ଦେଲେ ଏହି ୪ ବିଦେଶୀ ଖେଳାଳୀ,ଜାଣନ୍ତୁ କିଏ କିଏ ?

ରାଜସ୍ଥାନ ରୟାଲସ ର ଅଷ୍ଟ୍ରେଲିଆ ଦ୍ରୁତ ବୋଲର ରବିବାର ଦିନ ନିଜ କାରଣ ପାଇଁ ନିଜ ଦେଶ ଛାଡି ଚାଲିଯାଇଛନ୍ତି । ଏହାପରେ ସେ ଫ୍ରାଞ୍ଚାଇଜର ଚତୁର୍ଥ ବିଦେଶୀ ଖେଳାଳି ଭାବରେ ଦଳ ଛାଡିଲେ ।

ଏହାପୂର୍ବରୁ ରାଜସ୍ଥାନ ଦଳରୁ ଜୋଫ୍ରା ଆର୍ଚର, ବେନ ଷ୍ଟୋକସ ଓ ଲିଆମ ଲିଭିଙ୍ଗଷ୍ଟୋନ ବାହାରିବାକୁ ନିଷ୍ପତ୍ତି ନେଇଥିଲେ । ରାଜସ୍ଥାନ ରୟାଲସ ବର୍ତ୍ତମାନ ସୁଦ୍ଧା 5ଟି ମ୍ୟାଚରୁ 2ଟି ବିଜୟ ସହିତ ଷଷ୍ଠ ସ୍ଥାନରେ ରହିଛି ।

ରାଜସ୍ଥାନ ରୟାଲସ କହିଥିଲା, ଆଣ୍ଡ୍ରୟୁ ଟାୟ ବ୍ୟକ୍ତିଗତ କାରଣ ଦର୍ଶାଇ ରବିବାର ଦିନ ଅଷ୍ଟ୍ରେଲିଆ ଫେରିଯାଇଥିଲେ। ଯଦି ତାଙ୍କୁ କିଛି ସାହାର୍ଯ୍ୟ ଦରକାର ହୁଏ ତାହେଲେ ଆମେ ତାଙ୍କର ସାହାର୍ଯ୍ୟ କରିବୁ ।

ବିଗତ ଶନିବାର ଦିନ ରାଜସ୍ଥାନ ରୟାଲସ କ୍ରିକେଟ ନିର୍ଦ୍ଦେଶକ କୁମାର ସାଙ୍ଗାକାରା କୋଲକାତା ବିପକ୍ଷ ମ୍ୟାଚରେ ବିଜୟ ଲାଭ କରିବାପରେ ଟିମ ଖେଳାଳି ମାନଙ୍କୁ କହିଥିଲେ କି, ଟାୟ ଅଷ୍ଟ୍ରେଲିଆ ଫେରିଯିବେ ଓ ସେ ରବିବାର ଦିନ ଫ୍ଲାଇଟ ଚଢ଼ିବେ।

ଆର୍ଚର ସର୍ଜରୀ କାରଣରୁ ଦଳକୁ ଫେରିବେନାହିଁ, ଷ୍ଟୋକସ ମଧ୍ୟ ଆହତ ହୋଇଛନ୍ତି । ଲିଭିଙ୍ଗଷ୍ଟୋନ ଏଯାଏଁ ଦଳ ପାଇଁ ଗୋଟିଏ ବି ମ୍ୟାଚ ଖେଳି ନାହାଁନ୍ତି ଓ ସେ କହିଥିଲେ,ତାଙ୍କୁ ବାୟୋ ବବଲରେ ବହୁତ ସମସ୍ୟା ହେଉଛି ।

34 ବର୍ଷର ଟାୟ ଅଷ୍ଟ୍ରେଲିଆ ପାଇଁ 7 ଦିନିକିଆ ଓ 28 t-20 ଇଣ୍ଟରନାଶନାଲ ଖେଳିସାରିଛନ୍ତି । ତାଙ୍କୁ ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ ଖେକିବାକୁ ମୌକା ମିଳିନଥିଲା ।

ସେ ନିଜର ଶେଷ ମ୍ୟାଚ ପର୍ଥ ସ୍କଚର୍ସ ପାଇଁ ସିଡନୀ ସିକ୍ସର୍ସ ବିପକ୍ଷରେ ବିଗ୍ ବାସ ଲିଗରେ ଖେଳିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *