ଆଇପିଏଲ ୨୦୨୧ : କରୋନା ଭାଇରସ ଭୟରେ ବାଙ୍ଗାଲୋରର ଏହି ୨ ଧୁରନ୍ଧର ଖେଳାଳୀ ହେଲେ ବାହାର…

ଅଷ୍ଟ୍ରେଲିଆ ଖେଳାଳି ଆଣ୍ଡ୍ରୟୁ ଟାୟ ଆଇପିଏଲ ଟୁର୍ଣ୍ଣାମେଣ୍ଟ 2021 ଛାଡିବାପରେ ତାଙ୍କ ସାଙ୍ଗଙ୍କୁ ସାଥି ଖେଳାଳି ଆଦାମ ଜାମ୍ପା ଓ କେନ ରିଚାର୍ଡସନ ମଧ୍ୟ ନିଜର ଦଳ ଛାଡି ଦେଇଛନ୍ତି। ଭାରତରେ କରୋନା ସଂକ୍ରମଣ ବହୁତ ଜୋରରେ ବଢ଼ୁଥିବାରୁ ଏହି ତିନି ଖେଳାଳି ମାନେ ନିଜ ନାମକୁ ଟୁର୍ଣାମେଣ୍ଟ ଫେରାଇ ନେଇଛନ୍ତି । ଆଦାମ ଜାମ୍ପା ଓ କେନ ରିଚାର୍ଡସନ ଉଭୟ ବିରାଟ କୋହଲିଙ୍କ ଦଳ ଆରସିବିର ଖେଳାଳି ଥିଲେ ।

ଭାରତରେ ଏବେ କରୋନା ଭାଇରସର ଦ୍ଵିତୀୟ ଲହରୀ କାରଣରୁ ଅବସ୍ଥା ବହୁତ ସଙ୍ଗୀନ ହୋଇପଡିଛି । ଏହାସବୁ ମଧ୍ୟରେ ଆଇପିଏଲ 2021 ଆରମ୍ଭକୁ ନେଇ ସମସ୍ତେ ଖୁସି ଥିଲେ । ଏବେ ଧିରେ ଧିରେ ଜଣକ ପରେ ଜଣେ ଖେଳାଳି ନିଜ ନାମକୁ ଟୁର୍ଣ୍ଣାମେଣ୍ଟରୁ ଫେରାଇ ନେଉଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ଭାରତୀୟ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ନିଜ ନାମ ଫେରାଇ ନେଇଥିଲେ । ଏବେ ଆରସିବିର ଦୁଇ ଖେଳାଳି ମଧ୍ୟ ତାଙ୍କ ନାମ ଫେରାଇ ନେଇଛନ୍ତି ।

ସିଡନୀ ମର୍ନିଙ୍ଗ ହେରାଲଡ଼ ରିପୋର୍ଟ ମୁତାବିକ, କେତେକ ଅଷ୍ଟ୍ରେଲିଆ ଖେଳାଳି ଅଷ୍ଟ୍ରେଲିଆ ସରକାର ଦ୍ୱାରା ଭାରତକୁ ଆସୁଥିବା ଯାତ୍ରୀ ମାନଙ୍କ ସଂଖ୍ୟାକୁ କମାଇବା ପରେ ସୁରକ୍ଷିତ ଫେରିବା ପାଇଁ ଚିନ୍ତିତ ହୋଇପଡିଛନ୍ତି । ଭାରତରେ ପ୍ରତିଦିନ ସାଢ଼େ ୩ଲକ୍ଷ ସଂକ୍ରମିତ ସାମ୍ନାକୁ ଆସୁଥିବାରୁ ଏଠାରେ ଚିକିତ୍ସା ମିଳିବା ମଧ୍ୟ ଅସମ୍ଭବ ହୋଇଯାଉଛି । ଏହିସମୟରେ କେତେକ ଅଷ୍ଟ୍ରେଲିଆ ଖେଳାଳି ଅଧାରୁ ଆଇପିଏଲ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଭାରତରୁ ଅଷ୍ଟ୍ରେଲିଆକୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଉଭୟ ଖେଳାଳିଙ୍କ ଦଳ ଛାଡିବାକୁ ନେଇ ଆରସିବି ଟ୍ୱିଟ କରି କହିଥିଲା କି, ଆଦାମ ଜାମ୍ପା ଓ କେନ ରିଚାର୍ଡସନ ବ୍ୟକ୍ତିଗତ କାରଣରୁ ଦଳ ଛାଡୁଛନ୍ତି ଓ ଏଥିସହ ଫ୍ରାଞ୍ଚାଇଜ ତାଙ୍କ ନିଷ୍ପତ୍ତିକୁ ସମ୍ନାନ କରିବା ସହ ସପୋର୍ଟ ମଧ୍ୟ କରୁଛି ।

ଜଣାଇଦେଉଛୁ କି, ଏହାପୂର୍ବରୁ ଅଷ୍ଟ୍ରେଲିଆ ଖେଳାଳି ଆଣ୍ଡ୍ରୟୁ ଟାୟ ମଧ୍ୟ ନିଜ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲସ ଛାଡି ଦେଇଛନ୍ତି । ତାଙ୍କ ପୂର୍ବରୁ ଲିଆମ ଲିଭିଙ୍ଗଷ୍ଟୋନ ବାୟୋ ବବଲରେ ଥକା ଅନୁଭବ କରି ଫେରିଯାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *