ଗୁଗୁଲ ସହଯୋଗ କରିବ ଭାରତକୁ: ୧୩୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଲେ

ଭାରତରେ ଦିନକୁ ଦିନ ଭାଇରସର ପ୍ରକୋପର ମାତ୍ରା ବଢିଚାଲିଛି, ଲୋକଙ୍କ ବଞ୍ଚିବାରେ ବିପଦ ସୃଷ୍ଟି ହେଉଛି। ଯେମିତି ଲାଗୁଛି ଭାରତ ଦୁଃଖର ପାହାଡ ଉପରେ ଛିଡା ହୋଇଛି। ଏହିସବୁ ମଧ୍ୟରେ ସହଯୋଗ ପାଇଁ ହାତ ବଡ ବଡ ଦେଶ ବଢାଉଛନ୍ତି। ଏହିଭଳି ସମୟରେ ଗୁଗୁଲ ଭଳି ବଡ ବଡ କମ୍ପାନୀ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସଂକଟ ସମୟରେ ଗୁଗୁଲ ଦେଶକୁ ୧୩୫ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଛି।

Google

ଗୁଗୁଲର ସିଇଓ ସୁନ୍ଦର ପିଚାଇ ଟୁଇଟ କରି ଏହି ବିଷୟରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତିକି ଭାରତର ଅସୁବିଧା ସମୟରେ ଆମେ ଛିଡା ହେବୁ ବୋଲି ନିଷ୍ପତ୍ତି ନେଇଛି । ‘GIVE INDIA’ ଓ ୟୁନିସେଫ ଜରିଆରେ ଭାରତକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତା ମାଧ୍ୟମରେ ଅନକ ଲୋକ ଉପକୃତ ହୋଇପାରିବେ। କରୋନ ସମୟରେ ଅଧିକ ପ୍ରଭାବିତ ହୋଇଥିବା ଲୋକଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ। ଏହା ବ୍ୟତୀତ ୟୁନିସେଫ ଜରିଆରେ ଅକ୍ସିଜେନ ଏବଂ ମେଡିକାଲ ଟେଷ୍ଟିଂ ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ଗୁଗୁଲର ପ୍ରତ୍ୟେକ କର୍ମଚାରୀ ଏଥିପାଇଁ ଚାନ୍ଦା ଆଦାୟ କରିବାରେ ଲାଗିପଡିଛନ୍ତି। ଏ ପର୍ଯ୍ୟନ୍ତ ୯୦୦ଜଣ କର୍ମଚାରୀ ୩.୭ କୋଟି ଟଙ୍କା ଫଣ୍ଡକୁ ଦେଇସାରିଛନ୍ତି। ଭାରତରେ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଏ ସମସ୍ତ ମାମଲା ପ୍ରାୟତଃ ଲୋକାଲ ସଂକ୍ରମଣ। ଏହି ଭାଇରସ ପାଖାପାଖି ୨୮୦୦ଜଣ ଲୋକଙ୍କର ଜୀବନ ନେଇ ସାରିଲାଣି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *