ଦିଲ୍ଲୀ ବନାମ ହାଇଦ୍ରାବାଦ : ସୁପର ଓଭରରେ ହାଇଦ୍ରାବାଦ କୁ ହରାଇଲା ଦିଲ୍ଲୀ,ଜାଣନ୍ତୁ ମ୍ୟାଚର ପୁରା ଘଟଣା

ଆଇପିଏଲର ୨୦ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ରୋମାଞ୍ଚକ ମ୍ଯାଚ ଦେଖିବାକୁ ମିଳିଲା। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ଚାରି ୱିକେଟ ହରାଇ ୧୫୯ରନର କରିଥିଲେ। ପୃଥ୍ବୀ ଶୋ ସାନଦାର ୫୩ରନ କରିଥିଲେ।

ଶିଖର ଧାୱନ ୨୮, ରିଷଭ ପନ୍ତ ୩୭ ଓ ଷ୍ଟିଭ ସ୍ମିଥ ୩୪ ରନ କରିଥିଲେ। ହେଟମାୟର ଓ ଷ୍ଟୋଇନିସ ୨ରନ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଅଧିନାୟକ ଡେଭିଡ ୱାର୍ନର ରନଆଉଟ ହୋଇଯାଇଥିଲେ। ସେ କେବଳ ୬ରନ କରିଥିଲେ। ୱିକେଟକିପର ଜୋନି ବେୟରଷ୍ଟୋ ୩୮ରନ କରିଥିଲେ।

ବିରାଟ ସିଂ ୪, କେଦାର ଯାଦବ ୯, ଅଭିଷେକ ଶର୍ମା ୫, ରସିଦ ଖାନ ୦, ବିଜୟ ଶଙ୍କର ୮ରନ କରି ଆଉଟ ହୋଇଗଲେ। ଏହି ଖେଳାଳିଙ୍କ ଆଉଟ ହେବା ପରେ ନନ ଷ୍ଟ୍ରାଇକ ପକ୍ଷରେ ୱିଲିୟମସନ ଛିଡା ହୋଇରହିଲେ। ସେ ୬୬ରନ କରିଥିଲେ ଓ ନଟଆଉଟ ରହିଥିଲେ।

ନବମ ୱିକେଟରେ ଆସିଥିଲେ ଜଗଦୀଶା:-

ଖାସ କଥା ହେଉଛିକି ଏହି ମ୍ଯାଚରେ ଶେଷ ଓଭର ପର୍ଯ୍ୟନ୍ତ ରୋମାଞ୍ଚ ଥିଲା। ନବମ ସ୍ଥାନରେ ଆସିଥିବା ଜଗଦୀଶା ସୂଚିତ କାଗିସୋ ରାବାଡାଙ୍କୁ ଅନ୍ତିମ ଓଭରର ତୃତୀୟ ବୋଲରେ ଏକ ଛକା ପିଟିଲେ। ଯାହାଦ୍ୱାରା କ୍ରିକେଟପ୍ରେମୀ ଆଶ୍ଚର୍ଯ୍ୟ ହୋଇଗଲେ। ଅନ୍ତିମ ଓଭରରେ ଦଳକୁ ୧୬ରନ ଦରକାର ଥିଲା।

ଜଗଦୀଶାଙ୍କ ଛକା ପରେ ଦଳ ୧୬୦ରନ ଲକ୍ଷ୍ୟ ପାଇଁ ୧୫୬ରନ କରିଦେଲା। ଏହ ପରେ ମ୍ଯାଚ ସୁପର ପର୍ଯ୍ଯନ୍ତ ଗଲା। ମ୍ଯାଚର ଫଳ ସୁପର ଓଭର ଭାବରେ ମିଳିଲା। ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସୁପର ଓଭରରେ ବିଜୟ ଲାଭ କରିଲା।

ସନରାଇଜର୍ସ ମ୍ଯାଚକୁ ଜିତି ନପାରିଲେ ମଧ୍ୟ ଜଗଦୀଶାଙ୍କ ଏହି ଛକା ସନରାଇଜର୍ସ ହାଇଦ୍ରାବାଦ ହାତରୁ ଖସିଯାଇଥିବା ମ୍ଯାଚକୁ ପୁଣିଥରେ ଫେରାଇ ଆଣିଲା। କୁହାଯାଉଛିକି ଏହି ମ୍ଯାଚକୁ ଆଇପିଏଲର ଇତିହାସରେ ମନେ ରଖାଯିବ।

Leave a Reply

Your email address will not be published. Required fields are marked *