ମାତ୍ର ୧୦୯ ଟଙ୍କାରେ ମିଳୁଛି ଅନଲିମିଟେଡ଼ କଲିଂ ଏବଂ ଇଣ୍ଟରନେଟ ଅଫର, ବର୍ତ୍ତମାନ କରନ୍ତୁ ରିଚାର୍ଜ,ଜାଣନ୍ତୁ ପ୍ଲାନ ବିଷୟରେ ସମ୍ପୂର୍ଣ ତଥ୍ୟ

ଅଧିକ ଡିମାଣ୍ଡ କାରଣରୁ ଭୋଡାଫୋନ-ଆଇଡିଆ (Vi) ନିଜର ଶସ୍ତା ପପୁଲାର ପ୍ଲାନକୁ ଭାରତୀୟ ମାର୍କେଟରେ ପୁଣିଥରେ ଲଞ୍ଚ କରିଦେଇଛି | କମ୍ପାନୀ ଅନୁଯାୟୀ, ଏହା ଏକ ସୁଲଭ ପ୍ରିପେଡ ରିଚାର୍ଜ ପ୍ଲାନ ଅଟେ, ଯାହାକୁ ଆକ୍ଟିଭେଟ କରିବାପାଇଁ ଗ୍ରାହକଙ୍କୁ ମାତ୍ର ୧୦୯ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ |

ଗ୍ରାହକମାନଙ୍କୁ ମିଳିବ ଏହି ସୁବିଧା :-

ଏହି ପ୍ଲାନ ଅଧୀନରେ କମ୍ପାନୀ ଗ୍ରାହକମାନଙ୍କୁ 1 GB ହାଇ ସ୍ପିଡ ଡାଟା, ୩୦୦ ଲୋକାଲ ଏବଂ ଇନ୍ଟରନ୍ୟାଶନାଲ SMS ସହିତ ସବୁ ନେଟୱାର୍କରେ ଅନଲିମିଟେଡ଼ ଫ୍ରି ଲୋକାଲ- STD ଏବଂ ରୋମିଂ କଲିଂର ସୁବିଧା ଦେଉଛି | ଏହି ସବୁ ସୁବିଧା ପ୍ଲାନ ଆକ୍ଟିଭେଟ ହେବା ପରେ ଆଗାମୀ ୨୦ ଦିନ ପାଇଁ ମିଳିଥାଏ | ସେହିପରି ଇଣ୍ଟରନେଟର ଡେଲି ଲିମିଟ ଶେଷ ହେବାପରେ ମଧ୍ୟ ଇଣ୍ଟରନେଟ ଚାଲିବା ଜାରି ରହିବ, କେବଳ ତାର ସ୍ପିଡ଼ ଟିକେ କମ ହୋଇଯିବ | Vodafone ଏବଂ Idea ର ମିଶ୍ରଣ ସମୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ପ୍ଲାନକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି, ଏହି କାରଣରୁ ବର୍ତ୍ତମାନ କମ୍ପାନୀ ଏହାକୁ ପୁଣିଥରେ ଲଞ୍ଚ କରିଛି |

୧୪୯ ଟଙ୍କିଆ ପ୍ଲାନ ମଧ୍ୟ ବହୁତ ଭଲ :-

ବର୍ତ୍ତମାନ ପର୍ଯ୍ୟନ୍ତ ମାର୍କେଟରେ ଭୋଡାଫୋନ-ଆଇଡ଼ିଆର ୧୪୯ ଟଙ୍କିଆ ପ୍ରିପେଡ ପ୍ଲାନକୁ ସବୁଠାରୁ ଶସ୍ତା କୁହାଯାଉଥିଲା, ଯାହା ୨୮ ଦିନର ବୈଧତା ସହିତ ଆସିଥାଏ | ଏହି ପ୍ଲାନରେ ଡେଲି 3GB ଡାଟାର ସୁବିଧା ମିଳିଥାଏ | ଏହାବ୍ୟତୀତ ଫ୍ରି କଲିଂ ଏବଂ 300 SMS ର ଲାଭ ମଧ୍ୟ ଗ୍ରାହକଙ୍କୁ ଦିଆଯାଇଥାଏ | କେବଳ ଏତିକି ନୁହେଁ, କମ୍ପାନୀ ଏହାସହିତ 1GB ଏକ୍ସଟ୍ରା ଡାଟା,Vi ମୁଭି ଏବଂ ଟିଭିର ସବସ୍କ୍ରିପସନ ମଧ୍ୟ ଦେଉଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *