ପରାଜୟ ପରେ ହାଇଦ୍ରାବାଦ ଦଳକୁ ଟାର୍ଗେଟ କଲେ ବୀରେନ୍ଦ୍ର ସେୱାଗ, କଣ ଟୟଲେଟ ଯାଇଥିଲେ ଏହି ବ୍ୟାଟ୍ସମ୍ୟାନ,କଣ ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ସୁପର ଓଭରରେ ପଠାଗଲା ନାହିଁ,ଜାଣନ୍ତୁ ପୁରା ଖବର …

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନରେ ସୁପର ସଣ୍ଡେରେ ଡବଲ ହେଡରକୁ ସମସ୍ତେ ଅପେକ୍ଷା କରନ୍ତି। ଦିନର ଦ୍ଵିତୀୟ ମୁକାବିଲା ଦିଲ୍ଲୀ ଓ ହାଇଦ୍ରାବାଦ ମଧ୍ୟରେ ହୋଇଥିବା ମୁକାବିଲା ପ୍ରଶଂସକଙ୍କୁ ଖୁସି କରିଦେଲା। ଏହି ସିଜିନରେ ପ୍ରଥମ ଥର ସୁପର ଓଭର ଦେଖିବାକୁ ମିଳିଥିଲା ଓ ତାହା ମଧ୍ୟ ରୋମାଞ୍ଚରେ ଭରପୁର ଥିଲା। ଦିଲ୍ଲୀ ଶେଷ ଓଭରରେ ବିଜୟ ହାସିଲ କରିଲା ଓ ହାଇଦ୍ରାବାଦ ଦଳକୁ ନିରାଶ ହେବାକୁ ପଡିଲା।

ମ୍ଯାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ପୃଥ୍ବୀ ଶୋଙ୍କର ଅର୍ଦ୍ଧଶତକ ଦ୍ଵାରା ୪ ୱିକେଟ ହରାଇ ୧୫୯ରନର ଲକ୍ଷ୍ୟ ନିର୍ଦ୍ଧାରଣ କରିଲେ। ଉତ୍ତରରେ କେନ ୱିଲିୟମସନ ନଟଆଉଟ ୬୬ରନ ଦ୍ଵାରା ହାଇଦ୍ରାବାଦ ପାଇଁ ୭ୱିକେଟରେ ୧୫୯ରନ କରି ମ୍ଯାଚକୁ ଟାଇ କରିଦେଲେ। ସୁପର ଓଭରରେ ହାଇଦ୍ରାବାଦ ଦଳ ୮ରନର ଲକ୍ଷ୍ୟ ଦେଇଥିଲା, ଯାହାକୁ ଦିଲ୍ଲୀ ଶେଷ ବଲରେ ବିଜୟ ହାସିଲ କରିଲା।

ଏହି ମ୍ଯାଚରେ ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେୱାଗ ହାଇଦ୍ରାବାଦ ଦଳର ସୁପର ଓଭରରେ ଜୋନି ବେୟରଷ୍ଟୋଙ୍କୁ ବ୍ୟାଟିଂ କରିବାକୁ ନଦେବା ଉପରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ତାଙ୍କର ବିଶ୍ଵାସ କରିବା କଥାକି ଏହି ମ୍ଯାଚରେ ଦଳର ପରାଜୟର କାରଣ ହେଉଛିକି ଭୁଲ ନିଷ୍ପତ୍ତି। ସେୱାଗ ମ୍ଯାଚ ସରିବା ମାତ୍ରେ ସଙ୍ଗେ ସଙ୍ଗେ ଏକ ମଜାଳିଆ ଟୁଇଟ କରି ପ୍ରଶ୍ନ ପଚାରିଲେକି କଣ ବେୟରଷ୍ଟୋ ଟୟଲେଟରେ ଥିଲେ।

ବୋଧେ ବେୟରଷ୍ଟୋ ଟୟଲେଟରେ ଥିଲେ, ମୋତେ ବୁଝା ପଡୁନାହିଁକି ସୁପର ଓଭରରେ ତାଙ୍କୁ ବ୍ୟାଟିଂ ପାଇଁ କାହିଁକି ପସନ୍ଦ କରାଗଲା ନାହିଁ। ସେ ମ୍ଯାଚରେ ୧୮ଟି ବଲରେ ୩୮ରନର ସାନଦାର ଇନିଙ୍ଗ୍ସ ଖେଳିଥିଲେ। ଓ ମୋତେ ଲାଗୁଥିଲାକି ସେ ସବୁଠାରୁ ସାନଦାର ହିଟ ଲଗାଇବା ଭଳି ବ୍ୟାଟ୍ସମ୍ୟାନ। ହାଇଦ୍ରାବାଦ ଦଳ ଭଲ ଲଢିଥିଲା କିନ୍ତୁ ତାଙ୍କୁ ନିଜର ଭୁଲ ନିଷ୍ପତ୍ତି ପାଇଁ ଦୋଷ ଦେବା ଉଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *