ମଣିଷଙ୍କ ପରେ ଏବେ ପଶୁ ମାନଙ୍କ ଉପରେ କରୋନା ଭାଇରସର ରାଜ,କରୋନାରେ ଏହି ଜୀବର ମୃ-ତ୍ୟୁ ହେବାପରେ ବୈଜ୍ଞାନିକ ଦେଲେ ବଡ଼ ବୟାନ,ପଢନ୍ତୁ ପୁରା ଖବର

କୋଭିଡ଼-19 ମହାମାରୀ ବର୍ତ୍ତମାନ ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି । ବିଗତ ତିନିଦିନ ମଧ୍ୟରେ ଦୁଇ ହଜାରରୁ ୩ ହଜାର ଲୋକଙ୍କର ଏଥିରେ ମୃ-ତ୍ୟୁ ହୋଇଯାଇଛି । ବର୍ତ୍ତମାନ ଏହି ନୂଆ ଷ୍ଟ୍ରେନକୁ ନେଇ ଖୁଲାସା ହୋଇଛି କି, ମଣିଷଙ୍କ ବ୍ୟତୀତ ଏହି ଭାଇରସ ପଶୁ ମାନଙ୍କ ଠାରେ ମଧ୍ୟ ଦେଖାଦେଇଛି । ଏହି ତାଜା ଘଟଣା ବ୍ରିଟେନରୁ ସାମ୍ନାକୁ ଆସିଛି। କରୋନା ସଂକ୍ରମିତ ହେବା କାରଣରୁ ଗୋଟିଏ ବିଲେଇର ଏଥିରେ ମୃ-ତ୍ୟୁ ହୋଇଯାଇଛି ।

ରିପୋର୍ଟସ ଅନୁସାରେ, ମାଲିକକୁ କରୋନା ପଜିଟିଭ ହୋଇଥିଲା ଓ ଏହାପରେ ଏଥିରେ ବିଲେଇ ମଧ୍ୟ ସଂକ୍ରମିତ ହୋଇଯାଇଥିଲା । ରିପୋର୍ଟସ ରେ ବିଲେଇ ଠାରେ କରୋନା ଭାଇରସର ପୁଷ୍ଟି ମିଳିଥିଲା ।

ଆଜ ତକ ନ୍ୟୁଜ ବିଜ୍ଞାନିକ ମାନଙ୍କ ସୂଚନାରୁ କହିଥିଲା କି, ବ୍ରିଟେନରେ କରୋନାର ପ୍ରଥମ ଲହରୀରେ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତି ଠାରୁ ଏକ ବିଲେଇ କରୋନାରେ ସଂକ୍ରମିତ ହୋଇଯାଇଛି । ଏହାକୁ ଏପ୍ରିଲ ମାସରେ ପଶୁଙ୍କ ଡାକ୍ତର ମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା ।

ବିଲେଇ କୁ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଥିଲା । ଯେଉଁ ବ୍ୟକ୍ତି କରୋନା ପଜିଟିଭ ହୋଇଥିଲା, ସେ ନିଜ ବିଲେଇର ଟେଷ୍ଟ କରିନଥିଲା ।

ବୈଜ୍ଞାନିକ ମାନେ ବହୁତ ପରୀକ୍ଷା ନିରୀକ୍ଷା ପରେ ନିଷ୍କର୍ଷ ପାଇଥିଲେ ଯେ, ସଂକ୍ରମିତ ବ୍ୟକ୍ତି ଠାରୁ ହିଁ କରୋନା ବିଲେଇ ପାଖକୁ ଆସିଥିଲା।

ବୈଜ୍ଞାନିକ ମାନେ ଏହା ପ୍ରମାଣ କରିପାରିନାହାଁନ୍ତି କି, ପଶୁ ମାନଙ୍କ ଠାରୁ ମନୁଷ୍ୟକୁ କରୋନା ଭାଇରସ ଆସୁଛି କି ନାହିଁ! କିନ୍ତୁ ବିଗତବର୍ଷ ଆସିଥିବା ଏକ ରିପୋର୍ଟ ମାଧ୍ୟମରେ କୁହାଯାଇଥିଲା କି, ପଶୁ ମାନଙ୍କ ଠାରୁ ମଧ୍ୟ କରୋନା ବ୍ୟାପିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଠୋସ ପ୍ରମାଣ ମିଳିପାରିନାହିଁ। ଏହାକୁ ଯାଞ୍ଚ କରାଯିବା ଉଚିତ କାରଣ ଭବିଷ୍ୟତରେ ମହାମାରୀ ଅଧିକ ଭୟାନକ ହେବାରୁ ଅଟକାଇ ଯାଇପାରିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *