ଏହି ମଡେଲ ବିକିନୀ ପିନ୍ଧି ଖୋଲା ଆକାଶ ତଳେ ପଢୁଛନ୍ତି ପାଠ, ଫାଇନାଲ ପରୀକ୍ଷା ଆଗକୁ ଅଛି, ୟୁଜରମାନେ କହିଲେ…

ଆମେରିକାର ଚର୍ଚ୍ଚିତ ଅଭିନେତ୍ରୀ, ସାମ୍ବାଦିକା ତଥା ମଡେଲ କିମ କରଦାସିଆନଙ୍କର ଏକ ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କର ବିଳାସପୂର୍ଣ୍ଣ ଜୀବନପ୍ରଣାଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏହାସହ ଅନେକ ବିବାଦ ସହ ମଧ୍ୟ ତାଙ୍କର ପୁରୁଣା ସମ୍ପର୍କ ରହିଛି। ବର୍ତ୍ତମାନ ତାଙ୍କର ନୂଆ ଭାଇରାଲ ହେଉଥିବା ଫଟୋରେ ସେ ବିଭିନ୍ନ ବିଭିନ୍ନ ଅନ୍ଦାଜରେ ପଢୁଥିବା ନଜର ଆସିଛନ୍ତି।

ସେ ଗତ କିଛିଦିନ ହେଲା ଓକିଲାତିର ପାଠ ପଢୁଛନ୍ତି। ସେ ଓକିଲ ହେବାକୁ ଚାହାଁନ୍ତି। ନିଜର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଅଧିକାଂଶ ସମୟ ପଢାପଢିରେ ବିତାନ୍ତି। ନିଜର ଓକିଲ ପରୀକ୍ଷାର ଫାଇନାଲ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା କିମ ବର୍ତ୍ତମାନ ନିଜର କିଛି ଫଟୋ ସେୟାର କରିଛନ୍ତି।

Google

ସେ ବିକନୀ ପିନ୍ଧି ନିଜର ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ସେ ଖରାର ମଜା ନେବା ସହ ଖୋଲା ଆକାଶ ତଳେ ବସି ପାଠ ପଢୁଛନ୍ତି। ସେ ଫଟୋରେ କ୍ରିମ କଲରର ଷ୍ଟ୍ରିଙ୍ଗ ବିକନୀ ପିନ୍ଧିଛନ୍ତି। ସେ ଏକ ଫଟୋ ସେୟାର କରି କ୍ୟାପ୍ସନରେ ଖରାରେ ପାଠ ପଢୁଥିବା ବିଷୟରେ ପ୍ରକାଶ କରିଛନ୍ତି।

କିମଙ୍କ ଏହି ଫଟୋକୁ ଦେଖି ତାଙ୍କର ପ୍ରଶଂସକମାନେ ଇମ୍ପ୍ରେସ ହୋଇଛନ୍ତି। କିଛି ୟୁଜରମାନେ ଏହାର ମଜା ମଧ୍ୟ ନେଉଛନ୍ତି। ୪୬ ଲକ୍ଷରୁ ଅଧିକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କର ଏହି ଫଟୋକୁ ଲାଇକ କରିଛନ୍ତି। ହଜାରରୁ ଅଧିକ କମେଣ୍ଟ ମଧ୍ୟ ଆସିଛି। ଜଣେ ୟୁଜର କିମ କେଉଁଠି ପଢୁଛନ୍ତି ବୋଲି ପଚାରିଛନ୍ତି। ଆଉ କିଛି ୟୁଜର କିମଙ୍କୁ ଲିଗାଲି ବୋଲ୍ଡର ହିରୋଇନ ଓଲି ଉଡସଙ୍କ ସହ ତୁଳନା କରୁଛନ୍ତି। ଏହି ଫଟୋକୁ ଅଧିକାଂଶ ହାର୍ଟ ଓ ଫାୟାରର ଇମୋଜି ମିଳିଛି।

Google

କିମଙ୍କ ବିକନୀ ଫଟୋ ବ୍ୟତୀତ ନିଜର ସ୍ଵାମୀ ତଥା ହଲିଉଡର ପ୍ରସିଦ୍ଧ ର୍ୟାପର କାନ୍ୟେ ବେଷ୍ଟଙ୍କ ସହ ତାଙ୍କର ବିବାହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିମ ୬ ବର୍ଷ କାନ୍ୟେଙ୍କ ସହ ରହିଥିଲେ ଓ ପରେ ଅଲଗା ହେବେ ବୋଲି ନିଷ୍ପତ୍ତି ନେଇଥିଲେ। ସେ ୨୦୨୧ ମସିହା ଫେନୃୟାରି ମାସରେ ନିଜର ସ୍ଵାମୀଙ୍କୁ ଛାଡପତ୍ର ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *